
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଭିତର କାଠ ନିକଟରେ ବାନ୍ତି ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଗୁରୁବାର ସକାଳ ଧୂପ ପରେ ଚାଲିଥିଲା ଭିତରକାଠ ଦର୍ଶନ। ଭିତର କାଠ ନିକଟରେ ବାନ୍ତି ପଡ଼ିଥିବା ସେବାୟତ ଦେଖିଥିଲେ। ପରେ ମହପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିଛି ସମୟ ପାଇଁ ବନ୍ଦ କରାଯାଇ ଠାକୁରଙ୍କ ବଡ଼ ମହାସ୍ନାନ କରାଯାଥିଲା। ଠାକୁରଙ୍କ ବଡ଼ ମହାସ୍ନାନ ଯୋଗୁଁ ବନ୍ଦ ରଥିଲା। ମହାସ୍ନାନ ନୀତି ପରେ ପୁନର୍ବାର ଜାରି ସର୍ବସାଧାରଣ ଦର୍ଶନ ଚାଲିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି।








