କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ

ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ତାଙ୍କ ସମାଲୋଚନାକୁ ଆହୁରି ଶାଣିତ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଫଳରେ ଇଣ୍ଡି ବ୍ଲକରେ ଦେଖା ଦେଇଥିବା ଫାଟ ଆହୁରି ଓସାରିଆ ହୋଇଛି।ରାହୁଲ ମଙ୍ଗଳବାର ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହାର କ୍ୟାପସନ୍ରେ ସେ ଲେଖିଛନ୍ତି- ଏହା ହେଉଛି କେଜ୍ରିୱାଲଙ୍କ ଚମକୁଥିବା ଦିଲ୍ଲୀ – ପ୍ୟାରିସ ଭଳି ଦିଲ୍ଲୀ! ଏହି ଭିଡିଓରେ ରାହୁଲ ଦିଲ୍ଲୀର ଏକ ନାଳ କଡ଼ରେ ବୁଲୁଥିବାର ଦେଖିବାକୁ ମିଳିଛି। ଉକ୍ତ ନାଳଟି ଅଳିଆରେ ଭର୍ତ୍ତି ହୋଇଛି। ଏହା ଦେଖି ସେ କହିଛନ୍ତି- ଦେଖ, ଦିଲ୍ଲୀକୁ ଦେଖ। ଦିଲ୍ଲୀ ଚମକୁଛି। ଫ୍ୟାରିସ ଭଳି ଦିଲ୍ଲୀ। ସବୁ ଜାଗାରେ ଏହି ଅବସ୍ଥା। ୨୦୧୯ରେ କେଜ୍ରିୱାଲ ପ୍ରତିଶ୍ରୁତି ଦେଇଥିଲେ ଯେ ପ୍ୟାରିସ ଓ ଲଣ୍ଡନ ଭଳି ଦିଲ୍ଲୀକୁ ସଫା କରି ଦେବେ। ଏହା ସହିତ ଦିଲ୍ଲୀରେ ରାସ୍ତା ଓ ହସ୍ପିଟାଲ ସମେତ ଅନ୍ୟାନ୍ୟ ଭିତ୍ତିଭୂମିକୁ ଉତ୍ତମ କରାଯିବ ବୋଲି କହିଥିଲେ। ଏମିତିକି ଯମୁନା ନଦୀକୁ ସଫା କରି ଦେବେ ବୋଲି କହିଥିଲେ। ସେଥିପାଇଁ ରାହୁଲ ଗାନ୍ଧୀ ଆଜି ତାଙ୍କୁ କଟାକ୍ଷ କରି ପ୍ୟାରିସ ଭଳି ଦିଲ୍ଲୀ କହିଛନ୍ତି। ଗତକାଲି ମଧ୍ୟ କେଜ୍ରିୱାଲଙ୍କୁ ସମାଲୋଚନା କରି ରାହୁଲ ଗାନ୍ଧୀ କହିଥିଲେ ଯେ ସେ ଦରଦାମ ଓ ପ୍ରଦୂଷଣ ରୋକିବାକୁ କିଛି କରି ନାହାନ୍ତି। ଏହା ସହିତ ସେ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତୁଳନା କରିଥିଲେ। ଉଭୟ କେବଳ ମିଛ ପ୍ରତିଶ୍ରୁତି ଦେଇ ଜାଣନ୍ତି ବୋଲି ରାହୁଲ କହିଥିଲେ। ରାହୁଲଙ୍କ ଏହି ମନ୍ତବ୍ୟ ଆସିବା ପରେ ଏପର୍ଯ୍ୟନ୍ତ ତାଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରି ନଥିବା ଅରବିନ୍ଦ କେଜ୍ରିୱାଲ କହିଥିଲେ ରାହୁଲ ତାଙ୍କ ସହିତ ଦୁର୍ବ୍ୟବହାର କରିଛନ୍ତି। ସେ ଦେଶକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ରାହୁଲ କଂଗ୍ରେସକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି କେଜ୍ରିୱାଲ କହିଥିଲେ।

ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରିଦେବାକୁ ଧମକ ଦେଇଛି ଆପ୍। ଗତ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ଆପ୍ ଓ କଂଗ୍ରେସ ଏକାଠି ଲଢ଼ିଥିଲେ। କିନ୍ତୁ କେହି ଗୋଟିଏ ବି ଆସନ ପାଇ ନଥିଲେ। କିନ୍ତୁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଉଭୟ ଅଲଗା ଅଲଗା ଲଢୁଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଫେବ୍ରୁଆରୀ ୫ ତାରିଖରେ ଭୋଟ୍ ଗ୍ରହଣ ହେବ। ଫେବ୍ରୁଆରୀ ୮ ତାରିଖରେ ଫଳାଫଳ ଆସିବ। ୨୦୧୫ରୁ ଦିଲ୍ଲୀରେ ଆପ୍ କ୍ଷମତାରେ ଅଛି। ଲଗାତାର ତୃତୀୟ ଥର ପାଇଁ ଦଳ ଏଠାରେ ଜିତିବାକୁ ପ୍ରୟାସ କରୁଛି। ଅନ୍ୟପକ୍ଷରେ ୨୭ ବର୍ଷ ପରେ ଦିଲ୍ଲୀରେ ପୁଣି କ୍ଷମତାରେ ବସିବାକୁ ପ୍ରୟାସ ଚଲାଇଛି ବିଜେପି। ସେହିପରି ଆପ୍ ପୂର୍ବରୁ ୧୫ ବର୍ଷ ଧରି ଦିଲ୍ଲୀରେ ଶାସନ କରୁଥିବା କଂଗ୍ରେସ ପୁଣି କ୍ଷମତାକୁ ଆସିବ ବୋଲି ଆଶା ରଖିଛି।

  • Related Posts

    ଭୁବନେଶ୍ବର ଫେରିଲେ କଂଗ୍ରେସ ବିଧାୟକ

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହଟାଅ ଅଭିଯାନରେ ଦିଲ୍ଲୀ ଯାଇଥିବା କଂଗ୍ରେସର ୫ ବିଧାୟକ ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିଛନ୍ତି। ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ,…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ