rain in odisha ଆଜି ପଶ୍ଚିମ ଓଡ଼ିଶା ଭୀଷଣ ବର୍ଷିବ

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଥିବା ଲଘୁଚାପ କ୍ଷେତ୍ରଟି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇ ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ପ୍ରଭାବରେ ଓଡ଼ିଶାରେ ଭୀଷଣ ବର୍ଷା ଲାଗି ରହିଛି ।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶାରେ ସେପ୍ଟେମ୍ବର 3 ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ବର୍ତ୍ତମାନ ବନ୍ୟା ଜଳ ହ୍ରାସ ପାଇଥିବା ଅନେକ ଜିଲ୍ଲାରେ ପୁଣି ପ୍ରବଳ ବର୍ଷା ଆରମ୍ଭ ହୋଇଥିବା ବେଳେ ବନ୍ୟା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ନଦୀ ଏବଂ ଜଳଭଣ୍ଡାରଗୁଡ଼ିକ ପୂର୍ବ ବନ୍ୟା ପରିସ୍ଥିତିରୁ ଏବେ ସୁଧୁରୁ ଥିବା ବେଳେ, ନୂଆ ବର୍ଷା ପୁଣି ଥରେ ତଳିଆ ଓ ବନ୍ୟାପ୍ରବଣ ଅଞ୍ଚଳରେ ପରିସ୍ଥିତିକୁ ଆହୁରି ଖରାପ କରିପାରେ ।
ଆଜି ସାରା ରାଜ୍ୟରେ ବର୍ଷା ସହ ବଜ୍ରପାତ ଓ ଝଡ଼ି ପବନ ବହିବ । ବିଶେଷକରି ପଶ୍ଚିମ ଓଡ଼ିଶା ବର୍ଷାର ପରିମାଣ ଅଧିକ ରହିବା ସହ ଘଣ୍ଟାପ୍ରତି 40-50 କିମି ବେଗରେ ପବନ ବହିବ । ଅତି ଭୀଷଣ ବର୍ଷା ପାଇଁ ବରଗଡ଼ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

  • Related Posts

    HIRAKUD DAM ହୀରାକୁଦ:୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

    ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ୍‌ରେ ସ୍ଥିର ରହିଛି।ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୩୬…

    Continue reading
    BMC ଭୁବନେଶ୍ୱର ବିକାଶ ପାଇଁ BMCର ମାଷ୍ଟରପ୍ଲାନ୍

    ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସରେ BMCର ବଡ଼ ଘୋଷଣା। ଭୁବନେଶ୍ୱର ବିକାଶ ପାଇଁ BMCର ମାଷ୍ଟରପ୍ଲାନ୍। ସ୍ମାର୍ଟ ଓ ସ୍ୱଚ୍ଛ ଭୁବନେଶ୍ୱର ପାଇଁ ହୋଇଛି ବଡ଼ ଯୋଜନା। ଆଜି ସ୍ୱାୟତ୍ତ ଶାସନ ଦିବସରେ ଏଭଳି ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ