ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ପକ୍ଷରୁ ଶୁକ୍ରବାର ରଜ ପିଠା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ।
ଏହି ପ୍ରତିଯୋଗିତାରେ ୧୮ବର୍ଷରୁ ଉଦ୍ଧ୍ୱର୍ ଝିଅ ଓ ମହିଳାମାନେ ପ୍ରସ୍ତୁତ କରି ଆଣିଥିବା ବିଭିନ୍ନ ପ୍ରକାର ପିଠା ପ୍ରଦର୍ଶିତ ହୋଇଥିଲା । ପ୍ରାୟ ୪୦ ଜଣ ମହିଳା ଓ ଝିଅ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।
ବିଭିନ୍ନ ପ୍ରକାରର ପୋଡପିଠା ଯଥା ସପୁରୀ ଚାଉଳ ପୋଡପିଠା, କଖାରୁ ପୋଡପିଠା, ଚାଉଳ ପୋଡପିଠା, କ୍ଷୀର ପୋଡପିଠା, ବିରି ପୋଡପିଠା, ଛତୁ ପୋଡପିଠା, ମହୁଲ ପୋଡପିଠା, ମାଣ୍ଡିଆ ପୋଡପିଠା, ଅମୃତ ଭଣ୍ଡା ପୋଡପିଠା ଓ ଲାଉ ପୋଡପିଠା ପରିବେଷିତ ହୋଇଥିଲା । ଏହାଛଡା ବୁଢା ଚକୁଳି, ଛେନାମଣ୍ଡା, ବିରି ଖଜା, ସୋୟାବିନ୍ ଛୁଙ୍କ ଚିତଉ, ଜାମୁକୋଳି ଚିତଉ ପିଠା, ଆମ୍ବ କାକରା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା, ପାଳୁଅ ମଣ୍ଡା, କ୍ଷୀର ଗଇଁଠା, ଜାମୁକୋଳି ମିଠା, ଜାମୁନ୍ ମଣ୍ଡା, ଜାମୁନ୍ ମୋଦକ, ଗାଜର ଚିିତଉ, ମାଣ୍ଡିଆ କନ୍ଦମୂଳ ରସାବଳୀ, ମାଣ୍ଡିଆ ଖିରି ଗଇଁଠା, ମାଣ୍ଡିଆ ପିଠା, ମାଣ୍ଡିଆ କାକରା, ଆମ୍ବ ଚିତଉ, ବେଲ ପିଠା, କଦମ୍ବ ପିଠା, ଆରିସା ମୁଆଁ ପିଠା, ଛେନା ଫୁଲ, ଏଣ୍ଡୁରୀ, ମାଣ୍ଡିଆ ମଣ୍ଡା, ନଡିଆ ମୋଦକ, ଖୁଆ ଗଇଁଠା ପିଠା, ଅପରାଜିତା ଗଇଁଠା ପିଠା ଖିରୀ, ସାଗୁ ରସାବଳି, ଆମ୍ବ କାକରା, ଭୃଷଙ୍ଗ ପତ୍ର ଚକୁଳି ଭଳି ଅନେକ ପ୍ରକାରର ପିଠା ମହିଳାମାନେ ପ୍ରସ୍ତୁତ କରିଥିଲେ ।
ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ଛପନ ଭୋଗର ପ୍ରତିଷ୍ଠାତା ଶ୍ରୀ ସତ୍ୟବ୍ରତ ମହାନ୍ତି, ସେଫ୍ ଶ୍ରୀ ସତ୍ୟସୌଭନ ଲେଙ୍କା ଓ ପ୍ରଫେସର ପତିତପାବନ ଲେଙ୍କା ବିଚାରକ ଭାବେ ଯୋଗଦେଇ ଖାଦ୍ୟର ମାନ ନିରୂପଣ କରିଥିଲେ ।
ଏହି ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କର ଖାଦ୍ୟର ସ୍ୱାଦ, ପ୍ରସ୍ତୁତି, ରୂପ, ପରିବେଷଣ ଓ ଏହାର ଭିନ୍ନତାକୁ ନେଇ ବିଚାର କରାଯାଇଥିଲା ।
ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ଚଇନି ସ୍ୱାଗତ ଭାଷଣ ଦେଇ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଓଡିଶାର ସଂସ୍କୃତିକୁ ଖୁବ୍ ନିଆରା ଭାବରେ ପରିପ୍ରକାଶ କରିବାର ମାଧ୍ୟମ ହେଉଛି ପିଠା ପ୍ରତିଯୋଗିତା । ଏହା କେବଳ ପ୍ରତିଯୋଗିତା ନୁହେଁ ଏହା ମହିଳାମାନଙ୍କ ଭିତରେ ଲୁକ୍କାୟିତ ଅବସ୍ଥାରେ ଥିବା ପ୍ରତିଭାକୁ ପରିପ୍ରକାଶ କରିବା ନିମନ୍ତେ ଏକ ଉପାୟ ।
ପ୍ରଫେସର ନନ୍ଦ ମହିଳା ଓ ଝିଅମାନଙ୍କ ମଧ୍ୟରେ ଥିବା ପ୍ରତିଭା ଓ କଳା ଗୁଡିକୁ ପ୍ରକାଶ କରିବା ନିମନ୍ତେ ଏହିଭଳି ଅଭିନବ ପ୍ରୟାସ ପାଇଁ ସୋଆ ଏସ୍ଏଚଏମ୍କୁ ଶୁଭେଚ୍ଛା ଜଣାଇବା ସହ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଛପନ ଭୋଗର ପ୍ରତିଷ୍ଠାତା ଶ୍ରୀ ମହାନ୍ତି କହିଥିଲେ ଯେ ନାରୀମାନେ ସ୍ୱାବଲମ୍ବୀ ହେବା ଏବଂ ସେମାନଙ୍କ ପାଖରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ପୁଟିତ କରିବା ଜରୁରୀ । ପ୍ରତିଯୋଗୀମାନଙ୍କର ଇନୋଭେଟିବ୍ ଚିନ୍ତାଧାରା ପାଇଁ ସେମାନଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ପ୍ରୋଗାମ୍ କୋର୍ଡିନେଟର ତଥା ଏସ୍ଏଚ୍ଏମ୍ର ପ୍ରଫେସର (ଡକ୍ଟର) ଅଂଶୁମାନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

Continue reading
ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ