student union election ଛାତ୍ର ସଂସଦ ନିର୍ବାଚନ କରିବାକୁ ବିଜେପି ସରକାର ଭୟ କରୁଛନ୍ତି:ଚିନ୍ମୟ ସାହୁ

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୯ ବର୍ଷ ହେଲା ହୋଇନାହିଁ ଛାତ୍ର ସଂସଦ ନିର୍ବାଚନ । ଏଥର ହେବ ନା ନାହିଁ ସେନେଇ ବି ସ୍ପଷ୍ଟତା ନାହିଁ। ତଥାପି କିନ୍ତୁ କ୍ୟାମ୍ପସରେ ନିର୍ବାଚନୀ ସଜବାଜ ଆରମ୍ଭ ହୋଇଛି । ତେବେ କାହିଁକି ଛାତ୍ର ସଂସଦ ନିର୍ବାଚନ ନେଇ ନୀତିଗତ ନିଷ୍ପତ୍ତି ହୋଇ ପାରୁନାହିଁ ତାକୁ ନେଇ ଏବେବି ପ୍ରଶ୍ନବାଚୀ ଠିଆ ହୋଇଛି l ବିଜୁ ଛାତ୍ର ଜନତା ଦଳର ଅଭିଯୋଗ Gen-Z ଆନ୍ଦୋଳନ ଦେଖି ଭୟଭୀତ ସରକାର l ଛାତ୍ର ସଂସଦ ନିର୍ବାଚନ ହେଲେ Gen-Z ଉଚିତ୍ ଜବାବ ଦେବେ ।
2018ରୁ ଛାତ୍ର ସଂସଦ ନିର୍ବାଚନ ରାଜ୍ୟରେ ବନ୍ଦ ରହିଛି l ସେତେବେଳେ ବିଜେଡ଼ି ସରକାର କ୍ୟାମ୍ପସ୍ ହିଂସାକୁ ଆଳ କରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖିଥିଲେ l ବିଜେପି ସରକାରକୁ ଆସିବା ପରେ ପ୍ରତିଶ୍ରୁତି ଦେଇଥିଲା ଛାତ୍ର ସଂସଦ ନିର୍ବାଚନ ହେବ l କିନ୍ତୁ ଆଜିଯାଏ ତାହା ହୋଇପାରି ନାହିଁ। ଛାତ୍ର ବର୍ଗଙ୍କ ଭିତରେ ନିର୍ବାଚନକୁ ନେଇ ଉତ୍ସାହ ଅଧିକ l
ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ କରିବାକୁ ବିଜେପି ସରକାର ଭୟ କରୁଛନ୍ତି l ହାରିବା ଭୟ ସରକାରଙ୍କୁ ଘାରିଛି l ସରକାରଙ୍କ Gen-Z ଫୋବିଆ ରହିଛି l ପ୍ରତିଶୃତି ପ୍ରତାରଣା ପାଲଟିଛି l ବିଜେପି ସରକାର କେବଳ ଛାତ୍ର ବିରୋଧୀ ନୁହନ୍ତି ଗୋଟିଏ ପୀଢ଼ିର ବିରୋଧୀ ବୋଲି ସେ ଅଭିଯୋଗ କରିଛନ୍ତି l”ବିଜେପି ଗୋଟିଏ ଅଧା ଗଢା ମନ୍ଦିର ସଦୃଶ୍ୟ l ଛାତ୍ରଙ୍କ ପ୍ରତି ସରକାର ବିଶ୍ୱାସ ଘାତକ, ଧୋକା, ପ୍ରତାରଣା ଦେଉଛନ୍ତି l ସରକାରଙ୍କ ଛବି ମଳିନ ହେବା ଭୟ ଘାରିଛି l ଯେତେ ବେଳେ ପୂର୍ଣ୍ଣାଙ୍ଗ ମନ୍ତ୍ରୀମଣ୍ଡଳ କି ନିଗମ ଅଧ୍ୟକ୍ଷ ପଦବୀ ପୂରଣ କରି ପାରୁନାହାନ୍ତି ଛାତ୍ର ସଂସଦ ନିର୍ବାଚନ କଣ କରିବେ l ଉଚ୍ଚଶିକ୍ଷା ମନ୍ତ୍ରୀ କେବଳ ମିଡ଼ିଆରେ ସକରାତ୍ମକ ଅଛନ୍ତି ବାସ୍ତବରେ ଫଳ ଶୂନ,” ବୋଲି କହିଛନ୍ତି ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଚିନ୍ମୟ ସାହୁ l

  • Related Posts

    JUEL ORAM ମୋ ପ୍ରତିଷ୍ଠା ବାବଦରେ ଯଦି କେହି ହାତ ଉଠାଇବ, ତା’ ହାତକୁ କାଟିଦେବି:ଜୁଏଲ ଓରାମ

    ଭୁବନେଶ୍ୱର: ରାଉରକେଲା ରାଜନୀତିକୁ ନେଇ ଜୁଲଲ ଓରାମ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ରାଉରକେଲାରେ କିଛି ଲୋକ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ବଦନା କରିବାକୁ ଚେଷ୍ଟା…

    Continue reading
    student union election ନିଶ୍ଚିତ ହେବ ଛାତ୍ର ସଂସଦ ନିର୍ବାଚନ :ଅଭିଳାଷ ପଣ୍ଡା

    ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୯ ବର୍ଷ ହେଲା ହୋଇନାହିଁ ଛାତ୍ର ସଂସଦ ନିର୍ବାଚନ । ଏଥର ହେବ ନା ନାହିଁ ସେନେଇ ବି ସ୍ପଷ୍ଟତା ନାହିଁ। ତଥାପି କିନ୍ତୁ କ୍ୟାମ୍ପସରେ ନିର୍ବାଚନୀ ସଜବାଜ ଆରମ୍ଭ ହୋଇଛି । ତେବେ କାହିଁକି ଛାତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ