temple hundi ମା’ ମଝିଘରିଆଣୀଙ୍କ ହୁଣ୍ଡି ଗଣତି ଆରମ୍ଭ

ରାୟଗଡ଼ା: ରାୟଗଡ଼ା ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡିରେ ଜମା ହୋଇଥିବା ଅର୍ଥ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୁଣ୍ଡି ଗଣତି କାର୍ଯ୍ୟ ଚାଲିଛି। ବିଭିନ୍ନ ସାମାଜିକ ସଂଗଠନର ପ୍ରାୟ ୩୦୦ ଜଣ ମହିଳା ଏହି ଗଣତି କାର୍ଯ୍ୟରେ ସାମିଲ ହୋଇଛନ୍ତି।ଦୀର୍ଘ ଦୁଇ ମାସ ପରେ ରାଜସ୍ୱ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଏହି ହୁଣ୍ଡି ଗଣତି କରାଯାଉଛି।

ଚଳିତ ଥର ହୁଣ୍ଡିରୁ ମିଳିବାକୁ ଥିବା ସମସ୍ତ ଅର୍ଥ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା କରାଯିବ। ଏଥିପାଇଁ ବ୍ୟାଙ୍କର କର୍ମଚାରୀମାନେ ମଧ୍ୟ ମନ୍ଦିରରେ ଉପସ୍ଥିତ ରହିଛନ୍ତି।ମନ୍ଦିର ହୁଣ୍ଡିରୁ ମିଳୁଥିବା ଅର୍ଥ ମା’ଙ୍କ ମନ୍ଦିରର ଉନ୍ନତି, ପରିଚାଳନା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ କରାଯିବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ,ଗତଥର ହୁଣ୍ଡିରୁ ୧ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ ଟଙ୍କା ନଗଦ, ୩୨ ଗ୍ରାମ ସୁନା ଏବଂ ୧୩ ଶହ ଗ୍ରାମ ରୁପା ମିଳିଥିଲା। ସେହିପରି ୟୁପିଆଇ ସ୍କାନର ମାଧ୍ୟମରେ ୩ ଲକ୍ଷ ୯୭ ହଜାର ୨୩୧ ଟଙ୍କା ମଧ୍ୟ ଆଦାୟ ହୋଇଥିଲା।

  • Related Posts

    HIRAKUD DAM ହୀରାକୁଦ:୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

    ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ୍‌ରେ ସ୍ଥିର ରହିଛି।ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୩୬…

    Continue reading
    BMC ଭୁବନେଶ୍ୱର ବିକାଶ ପାଇଁ BMCର ମାଷ୍ଟରପ୍ଲାନ୍

    ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସରେ BMCର ବଡ଼ ଘୋଷଣା। ଭୁବନେଶ୍ୱର ବିକାଶ ପାଇଁ BMCର ମାଷ୍ଟରପ୍ଲାନ୍। ସ୍ମାର୍ଟ ଓ ସ୍ୱଚ୍ଛ ଭୁବନେଶ୍ୱର ପାଇଁ ହୋଇଛି ବଡ଼ ଯୋଜନା। ଆଜି ସ୍ୱାୟତ୍ତ ଶାସନ ଦିବସରେ ଏଭଳି ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ