UGC-NET 2026 ପ୍ରଶ୍ନପତ୍ରରେ ତ୍ରୁଟି, 3ଟି ବଷୟର ପୁଣି ପରୀକ୍ଷା କରିବ NTA

ନୂଆଦିଲ୍ଲୀ: ଜୁନ୍ 2026ରେ ଅନୁଷ୍ଠିତ ହୋଇଥିବା UGC NET ପରୀକ୍ଷା ପୁନଃ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି । ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର (Sociology)ପାଇଁ ପୁଣିଥରେ ପରୀକ୍ଷା ଅନୁଷ୍ଠିତ ହେବ । ଏହି ତିନୋଟି ବିଷୟର ପ୍ରଶ୍ନପତ୍ରରେ ଗୁରୁତର ତ୍ରୁଟି ମିଳିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଏହି ନିଷ୍ପତ୍ତି ନେଇଛି । ଏହି ବିଷୟଗୁଡ଼ିକର ପରୀକ୍ଷାର୍ଥୀମାନଙ୍କୁ ପୁନଃ ପରୀକ୍ଷା ପାଇଁ କୌଣସି ଅତିରିକ୍ତ ଫି’ ନିଆଯିବ ନାହିଁ ।

NTA, UGC NET ଜୁନ୍ 2026 ପରୀକ୍ଷା 22ରୁ 30 ଜୁନ୍‌ ମଧ୍ୟରେ 87ଟି ବିଷୟ ପାଇଁ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷା ଜୁନିଅର ରିସର୍ଚ୍ଚ ଫେଲୋସିପ୍ (JRF), ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ଯୋଗ୍ୟତା ଏବଂ ପିଏଚଡି ପ୍ରୋଗ୍ରାମରେ ପ୍ରବେଶ ପାଇଁ ଅନୁଷ୍ଠିତ ହୋଇଥିଲା ।

NTA ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, “ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର ଭଳି ତିନୋଟି ବିଷୟ ସମ୍ପର୍କରେ, NTA ଏହି ପତ୍ରଗୁଡ଼ିକରେ ଅନେକ ତ୍ରୁଟି ବିଷୟରେ ଅଭିଯୋଗ ପାଇଥିଲା । ତଦନୁସାରେ, NTA ଏହି ତ୍ରୁଟିଗୁଡ଼ିକର ତଦନ୍ତ ଏବଂ ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରିଥିଲା ।”

NTA ଅନୁଯାୟୀ, ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର ପତ୍ରରେ ତଥ୍ୟଗତ, ଟାଇପୋଗ୍ରାଫିକାଲ୍, ଅନୁବାଦ ଏବଂ ବ୍ୟାକରଣଗତ ତ୍ରୁଟି ମିଳିଥିଲା । ଏହା ବ୍ୟତୀତ, କିଛି ପ୍ରଶ୍ନର ଭାଷାରେ ତ୍ରୁଟି, ବିଦ୍ୱାନ ନାମ ଏବଂ ପୁସ୍ତକ ଶୀର୍ଷକଗୁଡ଼ିକର ଭୁଲ ବନାନ, ଏକାଧିକ ପ୍ରଶ୍ନ ପୁନରାବୃତ୍ତି ହେବା, ବିରାମ ଚିହ୍ନ ତ୍ରୁଟି ଏବଂ ପ୍ରଚଳିତ ଧାରଣା ପାଇଁ ନନ୍‌ ଷ୍ଟାଣ୍ଡାର୍ଡ ଟର୍ମ ବ୍ୟବହାର କରାଯାଇଥିବା ଭଳି ତ୍ରୁଟି ମଧ୍ୟ ସାମ୍ନାକୁ ଆସିଥିଲା । ଏହି କାରଣରୁ NTA ଏହି ତିନୋଟି ବିଷୟ ପାଇଁ UGC NET ପରୀକ୍ଷା ପୁନଃ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି ।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ