‘କଂଗ୍ରେସ ସାଂସଦଙ୍କ ସିଟ୍‌ରୁ ମିଳିଲା ଟଙ୍କା ବିଡ଼ା, ତଦନ୍ତ ନିର୍ଦ୍ଦେଶ’

କଂଗ୍ରେସ ସଦସ୍ୟ ଅଭିଷେକ ମନୁ ସିଂହଭିଙ୍କ ପାଇଁ ଆବଣ୍ଟିତ ରାଜ୍ୟସଭା ଆସନରୁ ଟଙ୍କା ବିଡ଼ା ବାହାରିଲା ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର। ରାଜ୍ୟସଭା ନିରାପତ୍ତା ରକ୍ଷୀମାନେ ସ୍ୱାଭାବିକ ଭାବେ ସିଟ୍‌ ସବୁ ଯାଞ୍ଚ କରୁଥିବାବେଳେ ଅଭିଷେକ ମନୁ ସିଂହଭିଙ୍କ ଆସନରୁ ଟଙ୍କା ବିଡ଼ା ପାଇଥିଲେ। ଏହି ଘଟଣା ଉପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଧନକର ରାଜ୍ୟସଭାରେ ଘୋଷଣା କରିଛନ୍ତି।

ଧନକରଙ୍କ ଘୋଷଣାକୁ କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପୂର୍ବରୁ ଅଧ୍ୟକ୍ଷ କାହାର ନାମ ନେବା ନୁହେଁ ବୋଲି କଂଗ୍ରେସ ସଭାପତି ତଥା ରାଜ୍ୟସଭା ସଦସ୍ୟ ମଲ୍ଲିକାର୍ଜ୍ଜୁନ ଖଡ଼ଗେ କହିଛନ୍ତି। ନିଜେ ସାଂସଦ ସିଂହଭି ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସେ ୫୦୦ ଟଙ୍କିଆ ନୋଟ୍‌ଟିଏ ନେଇ ରାଜ୍ୟସଭାକୁ ଆସିଥାନ୍ତି। ଏଭଳି ଅଭିଯୋଗ ପ୍ରଥମ ଥର ସେ ଶୁଣୁଛନ୍ତି। ସେ କହିଛନ୍ତି ଯେ ସେ ଗତକାଲି ମଧ୍ୟାହ୍ନ ୧୨.୫୭ ଘଣ୍ଟାରେ ରାଜ୍ୟସଭା ଗୃହରେ ପ୍ରବେଶ କରିଥିଲେ। ସଦନର କାର୍ଯ୍ୟ ଦିନ ୧ ଘଣ୍ଟା ସମୟରେ ବନ୍ଦ ରହିଲା। ତା’ପରେ ସେ ଯାଇଁ ପାର୍ଲାମେଣ୍ଟ କ୍ୟାଣ୍ଟିନରେ ଅଯୋଧ୍ୟା ପ୍ରସାଦଙ୍କ ସହ ୧.୩୦ ଘଣ୍ଟା ଯାଏଁ ରହି ସଂସଦ ଭବନ ଛାଡ଼ିଥିଲେ ବୋଲି ସିଂହଭି କହିଛନ୍ତି। ଏ ନେଇ ସେ ତାଙ୍କର ଏକ୍ସ (ପୂର୍ବର ଟୁଇଟର) ଏକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଓ ତାଙ୍କର ପୂରା କଥା ଉଦ୍ଧୃତ କରି ରିପୋର୍ଟ ଲେଖିବାକୁ ସାମ୍ବାଦିକମାନଙ୍କୁ ଅନୁରୋଧ କରିଛନ୍ତି।

ଆଜି ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଏକ ଘୋଷଣା କରିଥିଲେ। ସେ କହିଥିଲେ ଯେ ଗତକାଲି ଗୃହର କାର୍ଯ୍ୟ ମୁଲତବୀ ରହିବା ପରେ ନିରାପତ୍ତା ରକ୍ଷୀମାନେ ସ୍ୱାଭାବିକ ଭାବେ ଗୃହର ରୁଟିନ୍‌ ଯାଞ୍ଚ କରିଥିଲେ। ସେହି ସମୟରେ ୨୨୨ ନମ୍ବର ସିଟ୍‌ରୁ ଟଙ୍କା ବିଡ଼ା ମିଳିଥିଲା। ଏହା ମୋ ଦୃଷ୍ଟିକୁ ଆସିବା ପରେ ମୁଁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଏହି ସିଟ୍‌ଟି ତେଲଙ୍ଗାନାରୁ ରାଜ୍ୟସଭାକୁ ନିର୍ବାଚିତ ଅଭିଷେକ ମନୁ ସିଂହଭିଙ୍କୁ ଆବଣ୍ଟନ କରାଯାଇଛି।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ