ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ତେଣୁ ନିର୍ବାଚନ ପାଇଁ ଆଉ ଅପେକ୍ଷା ନକରି ଏବେଠାରୁ ସାଙ୍ଗଠନିକ ପ୍ରସ୍ତୁତି ଆରମ୍ଭ କରିଛି ଦଳ । ବିଶେଷକରି ତୃଣମୂଳସ୍ତରରେ ଦଳର ସଂଗଠନକୁ ପୁଣିଥରେ ସକ୍ରିୟ କରିବା ଉପରେ ଫୋକସ କରାଯାଉଛି । ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ କର୍ମୀଙ୍କ ସହ ଯୋଗାଯୋଗ ବଢ଼ାଇବା ସହ ସାଙ୍ଗଠନିକ ସ୍ଥିତିର ଆକଳନ କରାଯାଉଛି । କେଉଁ ଅଞ୍ଚଳରେ ଦଳର ସ୍ଥିତି ମଜବୁତ ରହିଛି ଓ କେଉଁଠି ସଂଗଠନକୁ ଆହୁରି ସକ୍ରିୟ କରିବାର ଆବଶ୍ୟକତା ରହିଛି, ସେନେଇ ତଥ୍ୟ ସଂଗ୍ରହ ଓ ଆଲୋଚନା ଚାଲିଛି ।
ବିଜୁ ଜନତା ଦଳର ସାଙ୍ଗଠନିକ ଅଭିଯାନର ମୁଖ୍ୟ ଚେହେରା ହେଉଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୌସୁମୀ ବର୍ଷା ପରେ ନବୀନ ବିଭିନ୍ନ ଜିଲ୍ଲା ଗସ୍ତ କରିବା ନେଇ ଦଳୀୟ ସ୍ତରରେ ପ୍ରସ୍ତୁତି ଚାଲିଛି । ଗସ୍ତ ସମୟରେ ନବୀନ କେବଳ ଦଳୀୟ ସଭାରେ ଯୋଗଦେବେ ନାହିଁ, ବରଂ ସ୍ଥାନୀୟ ନେତା, ପଦାଧିକାରୀ, ପଞ୍ଚାୟତସ୍ତରୀୟ କର୍ମୀ ଏବଂ ଦଳର ବିଭିନ୍ନ ସାଙ୍ଗଠନିକ ୟୁନିଟ ସହ ଆଲୋଚନା କରିବାର ଯୋଜନା ରହିଛି । ତୃଣମୂଳସ୍ତରର କର୍ମୀଙ୍କ ମତାମତ ନେବା ସହ ସେମାନଙ୍କ ସମସ୍ୟା ଓ ସାଙ୍ଗଠନିକ ଆବଶ୍ୟକତା ସମ୍ପର୍କରେ ମଧ୍ୟ ଆଲୋଚନା କରିବେ । ଦଳର ଚାଷୀ, ମହିଳା ଓ ବିଭିନ୍ନ ସମାବେଶରେ ନବୀନ ସାମିଲ ହେବେ ।
ନବୀନଙ୍କ ଜିଲ୍ଲା ଗସ୍ତକୁ ନେଇ ଦଳ ପକ୍ଷରୁ ରୋଡମ୍ୟାପ ପ୍ରସ୍ତୁତ କରାଯାଉଛି । କେଉଁ ଜିଲ୍ଲାକୁ ପ୍ରଥମେ ଗସ୍ତ କରାଯିବ, କେଉଁ ଜିଲ୍ଲାରେ କେତେ ସମୟ ରହିବେ, କେଉଁ ସ୍ଥାନରେ ସାଙ୍ଗଠନିକ ବୈଠକ କରାଯିବ ଏବଂ କେଉଁ ଅଞ୍ଚଳର କର୍ମୀଙ୍କ ସହ ଆଲୋଚନା ହେବ ସେନେଇ ପ୍ରାଥମିକ ଯୋଜନା ପ୍ରସ୍ତୁତ ହେଉଛି । ଦଳର ଦୁର୍ବଳ ଅଞ୍ଚଳଗୁଡ଼ିକ ଉପରେ ମଧ୍ୟ ଏହି ଗସ୍ତ ସମୟରେ ବିଶେଷ ଫୋକସ ରହିପାରେ । ନିର୍ବାଚନ ପରେ ଯେଉଁଠାରେ ସାଙ୍ଗଠନିକ ଭାବେ ଦଳ ପଛକୁ ଯାଇଛି, ସେଠାରେ ନୂଆ କର୍ମୀଙ୍କୁ ଯୋଡ଼ିବା, ପୁରୁଣା କର୍ମୀଙ୍କୁ ପୁଣି ସକ୍ରିୟ କରିବା ଏବଂ ସ୍ଥାନୀୟ ନେତୃତ୍ୱକୁ ମଜବୁତ କରିବା ନେଇ ରଣନୀତି ହେଉଛି ।ବିଜେଡି ପାଇଁ ପଞ୍ଚାୟତ ନିର୍ବାଚନର ଗୁରୁତ୍ୱ ଅନେକ ଅଧିକ । କାରଣ ପଞ୍ଚାୟତ ନିର୍ବାଚନ ମାଧ୍ୟମରେ ଗାଁ ଓ ତୃଣମୂଳସ୍ତରରେ ଦଳର ଲୋକପ୍ରିୟତା ଓ ସାଙ୍ଗଠନିକ ଶକ୍ତିର ଚିତ୍ର ସାମ୍ନାକୁ ଆସିବ । ତେଣୁ ପ୍ରତ୍ୟେକ ପଞ୍ଚାୟତରେ ଦଳର ସ୍ଥିତି, ସମ୍ଭାବ୍ୟ ପ୍ରାର୍ଥୀ, ସ୍ଥାନୀୟ ନେତୃତ୍ୱ ଏବଂ କର୍ମୀଙ୍କ ଭୂମିକାକୁ ନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରାଯାଉଛି । ସ୍ଥାନୀୟ ପ୍ରସଙ୍ଗକୁ ମଧ୍ୟ ନିର୍ବାଚନୀ ରଣନୀତିର ଏକ ବଡ଼ ଅଂଶ କରିବାକୁ ଦଳ ଚିନ୍ତା କରୁଥିବା ଜଣାପଡ଼ିଛି । ଗାଁର ରାସ୍ତା, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ଓ ଯୁବ ସମସ୍ୟା ଭଳି ପ୍ରସଙ୍ଗକୁ ନେଇ ତୃଣମୂଳରେ ଲୋକଙ୍କ ମଧ୍ୟରେ ପହଞ୍ଚିବାର ଯୋଜନା କରିଛି ଦଳ ।୨୦୨୪ ନିର୍ବାଚନରେ ବିଜେଡି ଦୀର୍ଘବର୍ଷର ଶାସନ ପରେ କ୍ଷମତାଚ୍ୟୁତ ହୋଇଛି । ଏହା ପରେ ଦଳ ପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନ ଏକ ବଡ଼ ରାଜନୈତିକ ପରୀକ୍ଷା ହେବ । ନିର୍ବାଚନ ପରେ ବିଜେଡିର ତୃଣମୂଳ ସଂଗଠନ କେତେ ମଜବୁତ ରହିଛି, ଦଳ ନିଜର ପାରମ୍ପରିକ ଭୋଟବ୍ୟାଙ୍କକୁ କେତେଦୂର ଧରି ରଖିପାରିଛି ଏବଂ ନୂଆ ରାଜନୈତିକ ପରିସ୍ଥିତିରେ କର୍ମୀଙ୍କୁ କେତେଦୂର ଏକଜୁଟ କରିପାରିଛି, ତାହାର ପରୀକ୍ଷା ହେବ । ଏହି କାରଣରୁ ନବୀନଙ୍କ ଜିଲ୍ଲା ଗସ୍ତକୁ ଦଳୀୟ ମହଲରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ନବୀନଙ୍କ ସିଧାସଳଖ ଉପସ୍ଥିତି ମାଧ୍ୟମରେ କର୍ମୀଙ୍କ ମନୋବଳ ବଢ଼ାଇବା ସହ ଦଳୀୟ ସଂଗଠନକୁ ପୁଣି ଥରେ ଗତିଶୀଳ କରିବାକୁ ଉଦ୍ୟମ ହେଉଛି ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଚାମେଲିଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବ, ହେଲେ ଫଳାଫଳ ଘୋଷଣା ହେବନାହିଁ

    କେନ୍ଦ୍ରାପଡ଼ା: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବ କିନ୍ତୁ ନ୍ୟାୟାଳୟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ଫଳାଫଳ ଘୋଷଣା ହେବ ନାହିଁ । ଗତ ଜୁଲାଇ ୨୭ ତାରିଖ ଦିନ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୱାର୍ଡ ସଭ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ