ଅତ୍ୟାଧୁନିକ ରୂପରେ ଫେରୁଛି କଳିଙ୍ଗ ଷ୍ଟୁଡିଓ

ଭୁବନେଶ୍ବର: ପୁଣି ଶୁଭିବ ଲାଇଟ୍‌.. କ୍ୟାମେରା.. ଆକ୍ସନ.. । ପୁରୁଣା ରୂପକୁ ପଛରେ ପକାଇ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ରୂପରେ ନୂଆ ଅବତାରରେ ଫେରୁଛି କଳିଙ୍ଗ ଷ୍ଟୁଡିଓ । ଖୋଲିବ ପୂର୍ଣ୍ଣାଙ୍ଗ କଳିଙ୍ଗ ଷ୍ଟୁଡିଓ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍‌ଘାଟନ କରିବେ । ପ୍ରାୟ ୧୬୪ କୋଟି ଟଙ୍କା ବ୍ୟୟରେ ଷ୍ଟୁଡିଓର ନବୀକରଣ କରାଯାଇଛି । ନୂଆ ଷ୍ଟୁଡିଓରେ ଚଳଚ୍ଚିତ୍ର ନିର୍ମାଣ ସହ ପର୍ୟ୍ୟଟକଙ୍କୁ ଆକର୍ଷିତ କରିବା ଭଳି ଅନେକ ନୂଆ ଆକର୍ଷଣ ସାମିଲ କରାଯାଇଛି ।
କଳିଙ୍ଗ ଷ୍ଟୁଡିଓ ପରିସରରେ ସ୍ନୋ ୱାର୍ଲ୍ଡ, ଭୂତ ବଙ୍ଗଳା, ଆମାଜନ ଜଙ୍ଗଲ, ବିମାନବନ୍ଦର, ରେଳ ଷ୍ଟେସନ ଓ ଗାଁ ପରିବେଶ ଭଳି ବିଭିନ୍ନ ଥିମ୍‌ର ସେଟ୍‌ ପ୍ରସ୍ତୁତ କରାଯାଇଛି । ଫଳରେ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଶୁଟିଂର ସୁବିଧା ବଢ଼ିବା ସହ ପର୍ୟ୍ୟଟକଙ୍କ ପାଇଁ ମଧ୍ୟ ଏହା ଏକ ନୂଆ ଆକର୍ଷଣର କେନ୍ଦ୍ର ପାଲଟିବ ବୋଲି ଆଶା କରାଯାଉଛି । ଏହାସହ ଷ୍ଟୁଡ଼ିଓ ଭିତରେ ପ୍ରସ୍ତୁତ ହୋଇଥିବା ବହୁମୁଖୀ କୋଠା, ସ୍ନୋ ୱାର୍ଲ୍ଡ, ଭୂତ ବଙ୍ଗଳା, ପ୍ରଡକ୍ସନ ୟୁନିଟ ସମେତ ପ୍ରୋଜେକ୍ଟର ଓ ଏଡିଟିଂ ପାଇଁ ପ୍ରସ୍ତୁତ ଦୁଇଟି ଅଡିଟୋରିୟମ ମଧ୍ୟ ରହିଛି । ଏହା ଭିତରେ ଆମ୍ୟୁଜମେଣ୍ଟ ପାର୍କ ରହିବ । କଳିଙ୍ଗ ସ୍ଟୁଡ଼ିଓ ନୂଆ ଭାବେ ପୂର୍ଣ୍ଣାଙ୍ଗ ହୋଇ ଆସୁଥିବା ବେଳେ ଏହା ରାଜସ୍ବ ଆଦାୟରେ ସହାୟକ ହେବ ବୋଲି କୁହାଯାଉଛି ।
ସୂଚନା ଥାଉ ୨୦୨୫ ମେ’ ୧ରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟୁଡ଼ିଓରେ ପରିଦର୍ଶନ କରି କାର୍ୟ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଷ୍ଟୁଡିଓର ସମ୍ପୂର୍ଣ୍ଣ ନକ୍ସା ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ସିନେମା ଶିଳ୍ପର ଅନ୍ତୁଡ଼ିଶାଳ କୁହାଯାଉଥିବା କଳିଙ୍ଗ ଷ୍ଟୁଡିଓର ଅତ୍ୟାଧୁନିକ ଭାବେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ । ସେତେବେଳେ ୯୦ ପ୍ରତିଶତ କାର୍ୟ୍ୟ ସାରିଥିବା କହିଥିଲେ । ଆଉ ବର୍ତ୍ତମାନ ଏକ ବର୍ଷ ପରେ ସମସ୍ତ କାର୍ୟ୍ୟ ଶେଷ ହୋଇଛି । ଏକ ନୂଆ ରୂପ ପାଇଛି ଷ୍ଟୁଡିଓ । ଆଜି ଅର୍ଥାତ ସୋମବାର ଏହାର ଉଦ୍‌ଘାଟନ ହେବାକୁ ଯାଉଛି । ଆଜି ଠାରୁ ସାଧାରଣ ଲୋକମାନେ ଷ୍ଟୁଡିଓ ବୁଲି ଦେଖିବା ସହ ସିନେମା ସୁଟିଂ ମଧ୍ୟ ଆରମ୍ଭ ହେବା

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ