ଅପହୃତ ବ୍ୟବସାୟୀଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲାର ପ୍ଲଟ ବ୍ୟବସାୟୀ ସୁଧୀରକୁମାର ପାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ବୁଧବାର ସୋରଡା ଥାନା ଅନ୍ତର୍ଗତ ବାଲାପଙ୍କା ଗ୍ରାମ ରସିପଙ୍କାଳ ପୋଲ ତଳୁ ବ୍ୟବସାୟୀଙ୍କ ଗଳିତ ମୃତଦେହ ଜବତ ହୋଇଛି। ଏହି ଘଟଣା ବ୍ରହ୍ମପୁର ଓ ଗଞ୍ଜାମ ପୁଲିସର ବିଫଳତାକୁ ପଦାରେ ପକାଇ ଦେଇଛି। ସପ୍ତାହ ତଳେ ସୁଧୀରଙ୍କ ଅପହରଣ କରି ନେବା ପରେ ପରିବାର ଲୋକଙ୍କୁ ଅପହରଣକାରୀ ଫୋନ କରି ୨ କୋଟି ଦାବି କରିଥିଲେ। ଏପରିକି ସୁଧୀରଙ୍କୁ ମାଡ ମାରିବାର ଭିଡିଓ ମଧ୍ୟ ପଠାଇଥିଲେ । ସମସ୍ତ ସୂଚନା ପ୍ରଦାନ ସହ ସହଯୋଗ କରାଯିବା ସତ୍ତ୍ବେ ସୁଧୀରଙ୍କୁ ପୁଲିସ ଉଦ୍ଧାର କରିପାରି ନାହିଁ। ପ୍ରକାଶଥାଉକି, ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁର ମୁଖ୍ୟ ରାସ୍ତାରେ ରହୁଥିବା ପ୍ଲଟ ବ୍ୟବସାୟୀ ସୁଧୀର କୁମାର ପାତ୍ରଙ୍କୁ ଗତ ୧୫ ତାରିଖ ସନ୍ଧ୍ୟା ସାଢେ ୬ଟା ବେଳେ ଏକ ବୋଲେରୋ ଗାଡ଼ିରେ କିଛି ଅଜଣା ବ୍ୟକ୍ତି ମାଣ୍ଡିଆପଲ୍ଲୀ ରାସ୍ତା ପ୍ରେମ ଅଫିସ ନିକଟରୁ ଚଳଚ୍ଚିତ୍ର ଢାଞ୍ଚାରେ ଅପହରଣ କରି ନେଇଯାଇଥିଲେ। ସେହିଦିନ ରାତିରେ ସୁଧୀରଙ୍କ ପତ୍ନୀଙ୍କ ମୋବାଇଲକୁ ଅପହରଣକାରୀମାନେ ଫୋନ‌ କରି ୨ କୋଟି ଟଙ୍କା ମାଗିବା ସହ ଘରେ କେତେ ପରିମାଣର ସୁନା ଅଳଙ୍କାର ରହିଛି ଭିଡ଼ିଓ କଲ୍‌ରେ ଦେଖିଥିଲେ। ଏହାପରେ ଅପହରଣକାରୀମାନେ ସୁଧୀରକୁ ମାଡ ମାରୁଥିବାର ଏକ ଭିଡିଓ ପଠାଇ ତୁରନ୍ତ ଦାବି ମୁତାବକ ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ବ୍ୟବସାୟୀଙ୍କୁ ଉଦ୍ଧାର କରିବାକୁ ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜିଲାର ବଛାବଛା ପୁଲିସ ଅଧିକାରୀଙ୍କୁ ନେଇ ୮ଟି ଦଳ ଗଠନ କରାଯାଇଥିଲା। ଅପହରଣର ପରଦିନ ହିଁ ପୁଲିସ ପକ୍ଷରୁ ପରିବାର ଲୋକଙ୍କ ଜରିଆରେ ଦାବି ମୁତାବକ ଟଙ୍କା ଦେବା ଆଳରେ ଅପହରଣକାରୀଙ୍କୁ କାବୁ କରିବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ପୁଲିସ ରଣନୀତି ଫେଲ ମାରିଥିଲା। ଏହାପରେ ଅପହରଣକାରୀମାନେ ସୁଧୀରଙ୍କୁ ହତ୍ୟା କରି ରସିପଙ୍କାଳ ପୋଲ ତଳେ ଫିଙ୍ଗି ଦେଇଥିବା କୁହାଯାଉଛି। ପୋଲ ତଳେ ଏକ ଗଳିତ ମୃତଦେହ ପଡ଼ିଥିବା ଖବର ମିଳିବା ପରେ ଆଜି ସୋରଡା ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ, ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସନ୍ତୋଷ କୁମାର ଜେନା, ଅତିରିକ୍ତ ତହସିଲଦାର ଦୀନବନ୍ଧୁ ପିଙ୍ଗୁଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପିନ୍ଧିଥିବା ପୋଷାକ ଓ ହାତରେ ପିନ୍ଧିଥିବା ଏକ ବଳାକୁ ଦେଖି ମୃତଦେହଟି ସୁଧୀରଙ୍କ ବୋଲି ତାଙ୍କ ଶାଳକ କାଳିଆ ପାତ୍ର ଚିହ୍ନଟ କରିଥିଲେ। ଏପଟେ ସୁଧୀରଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ତାଙ୍କ ବଡ଼ଭାଇଙ୍କ ପୁଅ ଓ ଝିଅଙ୍କ ହାତ ରହିଥିବା ଅଭିଯୋଗ ହୋଇଛି ା ପୁଲିସ ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ, ବୁଗୁଡା ଆଦି ଅଞ୍ଚଳରୁ ୧୦ ରୁ ୧୨ ଜଣଙ୍କୁ କାବୁ କରି ବିଭିନ୍ନ ଥାନାରେ ଅଟକ ରଖି ଜେରା କରୁଛି ା ଅଭିଯୁକ୍ତଙ୍କ ମଧ୍ୟରେ ବିହାର ରାଜ୍ୟର ଜଣେ ଯୁବକ ରହିଥିବା କୁହାଯାଉଛି। ଘଟଣାକୁ ନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।

  • Related Posts

    ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ

    ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ…

    Continue reading
    ରାଜଧାନୀରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ !

    ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ଏକା ଥିବା ବେଳେ ଦୁଷ୍କର୍ମ । ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଜଣେ ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ