ଜନଗଣନା କର୍ମଚାରୀଙ୍କୁ ମାଡ଼: ୨ ଗିରଫ

କାମାକ୍ଷାନଗର: ସହରର ଆନନ୍ତପୁର ବସ୍ତିରେ ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜନଗଣନା କର୍ମଚାରୀ ଲହୁଲୁହାଣ ହୋଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ବାପା ଓ ପୁଅକୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତ ଦ୍ବୟ ମହିଳା କର୍ମଚାରୀଙ୍କ ସ୍କୁଟି ଭାଙ୍ଗି ଦେବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ପ୍ରକାଶ ଯେ, ଏନଏସି କାର୍ୟ୍ୟାଳୟର ରଘୁନାଥ ଦୀକ୍ଷିତଙ୍କ ନେତୃତ୍ୱରେ ୪ ଜଣ କର୍ମଚାରୀ ବୁଧବାର ଆନନ୍ତପୁର ବସ୍ତିରେ ଜନଗଣନା କରିବାକୁ ଯାଇଥିଲେ। ବସ୍ତିର ନିକୁଞ୍ଜ ବିହାରୀ ଶତପଥୀଙ୍କ ଘରକୁ ଜନଗଣନା କରିବାକୁ ଯାଇଥିବା ବେଳେ ନିକୁଞ୍ଜ ଶତପଥୀ ଏବଂ ତାଙ୍କ ପୁଅ ୪ଜଣ କର୍ମଚାରୀଙ୍କୁ ମାଡ ମାରିଥିଲେ। ଖବରପାଇ ଉପଜିଲାପାଳ ଦିନମଣି ନାୟକ, ତହସିଲଦାର ଶୁଭଙ୍କର ମହାନ୍ତି, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଜନୀକାନ୍ତ ସାମଲ, ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।

  • Related Posts

    ମୋ ଜିଲ୍ଲା ମହୋତ୍ସବରେ ଏମିତି ଅପମାନିତ ହେବି ଭାବିନଥିଲି : ଅନୁଗୁଳିଆ ବଣ୍ଟି

    ଅନୁଗୋଳ,୨୩/୦୪/୨୦୨୬: ମୋ ଜିଲ୍ଲାରେ ପୁଣି ମୋ ଜିଲ୍ଲା ମହୋତ୍ସବରେ ଏମିତି ଅପମାନ କରାଯିବ ବୋଲି ଭାବିନଥିଲି । ମୋ ଜିଲ୍ଲା ବିରୋଧରେ କହିବାକୁ ଚାହୁଁ ନ ଥିଲି, ହେଲେ ବାଧ୍ୟ ହୋଇ ମୁଁ ଏହା କହୁଛି । ପ୍ରୋଗ୍ରାମ ପାଇଁ ଡକାଇଲେ…

    Continue reading
    ଯାଜପୁରରେ ନାବାଳିକା ଦୁଷ୍କର୍ମ ମାମଲା ଅଭିଯୁକ୍ତକୁ ୨୦ ବର୍ଷର କଠୋର କାରାଦଣ୍ଡ, ପୀଡିତାଙ୍କୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ

    ଯାଜପୁର,୨୩/୦୪/୨୦୨୬:ଯାଜପୁରରେ ନାବାଳିକା ଦୁଷ୍କର୍ମ ମାମଲାରେ ରାୟ ପ୍ରକାଶ ପାଇଛି। ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ସଞ୍ଜୟ ମହାରଣା ୨୦ ବର୍ଷର କଠୋର କାରାଦଣ୍ଡ ଶୁଣାଇଛନ୍ତି। ଘଟଣା ମୁତାବିକ, ୨୦୨୫ରେ ଜେନାପୁର ଥାନା ଅଞ୍ଚଳରେ ଜଣେ ୧୪ ବର୍ଷ ୧୧ ମାସର ଜଣେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର