ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ଅଞ୍ଚଳ ନାମ, ମତାମତ ଲୋଡିଲେ ସରକାର

ଭୁବନେଶ୍ୱର: ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ରାଜ୍ୟର ବିଭିନ୍ନ ଅଞ୍ଚଳର ନାମକୁ ନେଇ ଇଂରାଜୀ ବନାନ ସଂଶୋଧନ ପାଇଁ ବଡ଼ ସୂଚନା ସାମନାକୁ ଆସିଛି । ପ୍ରସ୍ତାବିତ ନାମ ସମ୍ପର୍କରେ ମତାମତ ଆହ୍ବାନ କରିଛନ୍ତି ରାଜ୍ୟ ସରକାର । ଜନପ୍ରତିନିଧି ଏବଂ ସାଧାରଣ ଜନତାଙ୍କ ଠାରୁ ରାଜ୍ୟ ସରକାର ମତାମତ ଲୋଡ଼ିଛନ୍ତି । ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବ ଆଧାରରେ ମତାମତ ମଗାଯାଇଛି । ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଓଡ଼ିଶାର ସାଂସଦବୃନ୍ଦ, ଓଡ଼ିଶା ବିଧାନସଭାର ସଚିବଙ୍କ ମାଧ୍ୟମରେ ବିଧାୟିକା/ବିଧାୟକବୃନ୍ଦ ଏବଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ANGUL ପାଇଁ ANUGOLA, BOLANGIR ପାଇଁ BALANGIR ସୁପାରିସ ହୋଇଛି । BALASORE ପାଇଁ BALESHWAR, BARAGARH ପାଇଁ BARAGADA, CUTTACK ପାଇଁ KATAKA, DEOGARH ପାଇଁ DEBAGADA ସୁପାରିସ୍ ହୋଇଥିବାବେଳେ BERHAMPUR ବଦଳରେ BRAHMAPUR, KHONDMAL ବଦଳରେ KANDHAMAL, KENDRAPARA ପାଇଁ KENDRAPADA, AUL ତଥା ଆଳି AALI ସୁପାରିସ ହୋଇଛି ।ସେହିପରି KEONJHAR ପାଇଁ KENDUJHAR, KHURDA ପାଇଁ KHORDHA, JEYPORE ପାଇଁ JAYAPUR ଓ RAIRAKHOL ପାଇଁ REDHAKHOL ଲାଗି ସୁପାରିସ କରିଛନ୍ତି ରାଜ୍ୟ ସରକାର ।
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ବୁଧବାର ଏକ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ 23 ଟି ଜିଲ୍ଲା ମଧ୍ୟରେ 58 ଟି ସ୍ଥାନ ରହିଛି। ସେଥିମଧ୍ୟରୁ 13 ଟି ଜିଲ୍ଲା କିମ୍ବା ଜିଲ୍ଲା ମୁଖ୍ୟାଳୟ ସହରାଞ୍ଚଳ ସମ୍ବନ୍ଧୀୟ ।
ରାଜସ୍ୱ ଓ ବିପର୍ଯ୍ଯୟ ପରିାଳନା ବିଭାଗ ପକ୍ଷରୁ ପୂର୍ବ ପ୍ରକାଶିତ ସାର୍ବଜନୀନ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲା, ଜିଲ୍ଲା ସଦର ମହକୁମା, ଉପଖଣ୍ଡ, ତହସିଲ୍ ଏବଂ ବ୍ଲକଗୁଡ଼ିକର ସରକାରୀ ଭାବେ ବ୍ୟବହୃତ ଇଂରାଜୀ ନାମ ଯଦି ମୂଳ ଓଡ଼ିଆ ନାମର ଅପଭ୍ରଂଶ ହୋଇଥାଏ, ତେବେ ସେଗୁଡିକର ମୂଳ ଓଡ଼ିଆ ନାମର ପୁନରୁଦ୍ଧାର ପାଇଁ ସର୍ବସାଧାରଣ ଏବଂ ଜନପ୍ରତିନିଧିମାନଙ୍କଠାରୁ ପରାମର୍ଶ ତଥା ପ୍ରସ୍ତାବ ଆହ୍ଵାନ କରାଯାଇଛି ।
ଏହି କ୍ରମରେ ରାଜ୍ୟର ଜନପ୍ରତିନିଧି ଓ ସାଧାରଣ ନାଗରିକମାନଙ୍କଠାରୁ ଅନେକ ପ୍ରସ୍ତାବ ଓ ପରାମର୍ଶ ପ୍ରାପ୍ତ ହୋଇଛି । ପ୍ରାପ୍ତ ହୋଇଥିବା ସମସ୍ତ ପ୍ରସ୍ତାବ ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଦ୍ୱାରା ସମୀକ୍ଷା କରାଯାଇ ସୁପାରିଶ ହୋଇଥିବା ପ୍ରସ୍ତାବଗୁଡ଼ିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇ ମତାମତ ଓ ପରାମର୍ଶ ଆହ୍ଵାନ କରାଯାଇଛି । ଉକ୍ତ ପ୍ରସ୍ତାବଗୁଡ଼ିକ ଉପରେ ଜନପ୍ରତିନିଧିମାନେ ଏବଂ ଜନସାଧାରଣ ସେମାନଙ୍କର ମତାମତ ତଥା ସୁଚିନ୍ତିତ ପରାମର୍ଶ ଏପ୍ରିଲ୍ ୨୨ ତାରିଖରୁ ଏକ ମାସ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଲୋକସେବା ଭବନ, ଭୁବନେଶ୍ୱର – ୭୫୧୦୦୧ ଠିକଣାରେ ପତ୍ର କିମ୍ବା ଇ-ମେଲ୍ : isbdr-rev.od@od.gov.in ଅଥବା revsec.od@od.gov.in ମାଧ୍ୟମରେ ପ୍ରେରଣ କରିବାକୁ ଅନୁରୋଧ କରାଯାଇଛି ।

  • Related Posts

    ମୋ ଜିଲ୍ଲା ମହୋତ୍ସବରେ ଏମିତି ଅପମାନିତ ହେବି ଭାବିନଥିଲି : ଅନୁଗୁଳିଆ ବଣ୍ଟି

    ଅନୁଗୋଳ,୨୩/୦୪/୨୦୨୬: ମୋ ଜିଲ୍ଲାରେ ପୁଣି ମୋ ଜିଲ୍ଲା ମହୋତ୍ସବରେ ଏମିତି ଅପମାନ କରାଯିବ ବୋଲି ଭାବିନଥିଲି । ମୋ ଜିଲ୍ଲା ବିରୋଧରେ କହିବାକୁ ଚାହୁଁ ନ ଥିଲି, ହେଲେ ବାଧ୍ୟ ହୋଇ ମୁଁ ଏହା କହୁଛି । ପ୍ରୋଗ୍ରାମ ପାଇଁ ଡକାଇଲେ…

    Continue reading
    ୩୦୦ କୋଟି ଟଙ୍କାର ବୃହତ୍ ପୁନର୍ବିକାଶ ଯୋଜନା ସ୍ମାର୍ଟ ରେଳଷ୍ଟେସନ ହେବ ବ୍ରହ୍ମପୁର

    ଗଞ୍ଜାମ,୨୩.୦୪.୨୦୨୬:ବ୍ରହ୍ମପୁରବାସୀଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ଦକ୍ଷିଣ ଓଡ଼ିଶାର ଜୀବନରେଖା ବ୍ରହ୍ମପୁର ରେଳଷ୍ଟେସନ ଏବେ ଆଧୁନିକ ରୂପ ନେବ। ପ୍ରାୟ ୩୦୦ କୋଟି ଟଙ୍କାର ବୃହତ୍ ପୁନର୍ବିକାଶ ଯୋଜନା ସହ, ଏହି ବ୍ୟସ୍ତ ରେଳ ହବ୍‌ଟି ସ୍ମାର୍ଟ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର