ଅଭିଯୁକ୍ତକୁ ବିବାହ ବେଦୀରୁ ଉଠାଇ ଆଣିଲା ପୁଲିସ

ଅପରାଧ ଘଟାଇବା ପଡ଼ିଲା ମହଙ୍ଗା
ନିମାପଡ଼ାରୁ ବସନ୍ତ ନାୟକ,
ଏକାଧିକ ଅପରାଧ ଘଟାଇବା ଜଣେ ଯୁବକକୁ ମହଙ୍ଗା ପଡ଼ିଛି। ସମ୍ପୃକ୍ତ ଅଭିଯୁକ୍ତ ଯୁବକ ଜଣକ ବିବାହ କରିବା ପାଇଁ ବର ବେଶରେ ବିବାହ ବେଦୀରେ ବସି ଥିବା ବେଳେ ଗତ ବୁଧବାର ରାତ୍ରରେ ଚାରିଛକ ପଲିସ୍ ପହଂଚି ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଅନ୍ତର୍ଗତ ଓରପଟ ଗ୍ରାମର ପ୍ରକାଶ କାଣ୍ଡି । ଉକ୍ତ ଘଟଣା ଚାରିଛକ ଅଂଚଳରେ ବେଶ୍ ଚର୍ଚ୍ଚା ବିଷୟ ପାଲଟିଛି । ଖବରରୁ ପ୍ରକାଶ, ଗତ ଶନିବାର ରାତ୍ରିରେ ଚାରିଛକ ଥାନା ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତ ବିଲସାହି ଗ୍ରାମର ଯୁବକ ଜ୍ୟୋତିରଞ୍ଜନ ବେହେରା ଙ୍କୁ ଓରପଟ ଗ୍ରାମର ପ୍ରକାଶ କାଣ୍ଡି ମରଣାନ୍ତକ ଆକ୍ରମଣ କରି ଥିବା ନେଇ ଚାରିଛକ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ୯୯/୨୦୨୬ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁ ରଖିଥିଲା। ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏଥିରେ ବ୍ୟବହୃତ ଗାଡ଼ି ଟିକୁ ଜବତ କରିଥିବା ବେଳେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସେହିପରି ଗତ ବର୍ଷ ଅକ୍ଟୋବର ମାସ ୧ ତାରିଖରେ ଚାରିଛକ ବଜାରରେ ପ୍ରକାଶ କାଣ୍ଡି ଜଣେ ମହିଳାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୧୨୧/୨୫ରେ ମାମଲା ରୁଜୁ କରି ପୋଲିସ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ।ଗତ କାଲି ବିଳମ୍ବିତ ରାତ୍ରିରେ ଚାରିଛକ ପୋଲିସ ଓରପଟରେ ଅଭିଯୁକ୍ତ ପ୍ରକାଶ ବର ବେଶରେ ବେଦୀରେ ବସି ବିବାହ କରୁଥିବା ବେଳେ ପୁଲିସ ତାଙ୍କୁ ସେଠାରୁ ଗିରଫ କରିଛି। ଆଜି ପ୍ରକାଶକୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

  • Related Posts

    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ ରହିବ ନଜର-ପୋଲିସ ଡିଜି

    ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ। କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ