ଅମୃତ ୨.୦: ଦେଶର ଶୀର୍ଷ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ୱର: ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିସନ (ଅମୃତ) ୨.୦ ଅଧୀନରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ରାଜ୍ୟ ସରକାରଙ୍କ ଦୃଢ଼ ନେତୃତ୍ୱ ଏବଂ ସୁଶାସନ ମାଧ୍ୟମରେ ସହରାଞ୍ଚଳ ଜଳ ନିରାପତ୍ତା ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ରୂପାନ୍ତରଣକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ଷେତ୍ରସ୍ତରରେ ସଫଳତା ପ୍ରଦାନ ପାଇଁ ସରକାରଙ୍କ ସ୍ପଷ୍ଟ ରାଜନୈତିକ ପ୍ରତିବଦ୍ଧତା ଯୋଗୁଁ ରାଜ୍ୟର ୮୯ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ‘ଅମୃତ ୨.୦’ର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରାଯାଇଛି। କ୍ଷେତ୍ରସ୍ତରରେ ସଫଳତା ପ୍ରଦାନ ପାଇଁ ସରକାରଙ୍କ ସ୍ପଷ୍ଟ ରାଜନୈତିକ ପ୍ରତିବଦ୍ଧତା ଯୋଗୁଁ ରାଜ୍ୟର ୮୯ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ‘ଅମୃତ ୨.୦’ର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରାଯାଇଛି। ସାର୍ବଜନୀନ ଜଳ ଯୋଗାଣ ଏବଂ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦେଇ ୪,୦୩୦.୧୮ କୋଟି ଟଙ୍କାର ବ୍ୟୟ ଅଟକଳରେ ୩୪୫ଟି ପ୍ରକଳ୍ପ ଆରମ୍ଭ କରାଯାଇଛି। ସମୟାନୁବର୍ତ୍ତୀ କାର୍ଯ୍ୟ ଏବଂ ଉତ୍ତରଦାୟିତ୍ୱ ଉପରେ ସରକାର ଦେଉଥିବା ଗୁରୁତ୍ୱର ପ୍ରତିଫଳନ ସ୍ୱରୂପ ୧୦୭ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇସାରିଛି। ବାକି ପ୍ରକଳ୍ପଗୁଡ଼ିକର ଅଗ୍ରଗତିକୁ ଉଚ୍ଚସ୍ତରରେ ନିୟମିତ ମନିଟରିଂ କରାଯାଉଛି।
ସହର ବିକାଶ କାର୍ଯ୍ୟସୂଚୀରେ ଜଳ ନିରାପତ୍ତାକୁ ପ୍ରାଥମିକତା ଦେଇ ସରକାର ବାସ୍ତବିକ ଫଳାଫଳ ପ୍ରଦାନ କରିଛନ୍ତି। ୪୩ ଏମ୍‌.ଏଲ୍‌.ଡି କ୍ଷମତା ବିଶିଷ୍ଟ ସାତଟି ନୂତନ ଜଳ ବିଶୋଧନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି, ଯାହାଦ୍ୱାରା ପ୍ରାୟ ୨.୮୩ ଲକ୍ଷ ନାଗରିକ ଉପକୃତ ହେଉଛନ୍ତି। ପ୍ରମୁଖ ସହରାଞ୍ଚଳରେ ୨୪x୭ ଜଳ ଯୋଗାଣ ବ୍ୟବସ୍ଥା ଏବଂ ୨.୭ ଲକ୍ଷରୁ ଅଧିକ ପରିବାରକୁ ପାଇପ୍ ଯୋଗେ ଜଳ ସଂଯୋଗ ଯୋଗାଇ ଦିଆଯାଇଛି। ଏହାଦ୍ୱାରା ୫ ଲକ୍ଷରୁ ଅଧିକ ସହରବାସୀ ନିରାପଦ ପାନୀୟ ଜଳ ପାଇପାରୁଛନ୍ତି, ଯାହା ସାର୍ବଜନୀନ ଜଳ ସଂଯୋଗ ଦିଗରେ ଏକ ବଡ଼ ପଦକ୍ଷେପ। ସରକାରଙ୍କ ସମାବେଶୀ ଆଭିମୁଖ୍ୟକୁ ଦର୍ଶାଇ ‘ଅମୃତ ମିତ୍ର’ ଏବଂ ‘ୱିମେନ୍ ଫର ଟ୍ରି’ ଭଳି ପଦକ୍ଷେପ ମାଧ୍ୟମରେ ବ୍ୟାପକ ଜନଭାଗିଦାରୀ ସୃଷ୍ଟି କରାଯାଇଛି। ଏହାଦ୍ୱାରା ଜଳାଶୟଗୁଡ଼ିକର ପୁନରୁଦ୍ଧାର ଏବଂ ପରିବେଶ ସ୍ଥିରତା କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେତୃତ୍ୱ ନେବା ପାଇଁ ସଶକ୍ତ କରାଯାଇଛି। ‘ପେୟ ଜଳ ସର୍ବେକ୍ଷଣ’ ଏବଂ ‘ଜଳ ହିଁ ଅମୃତ’ ଭଳି ଜାତୀୟ କାର୍ଯ୍ୟକ୍ରମ ସହ ସମନ୍ୱୟ ରକ୍ଷା କରି ଦକ୍ଷ ଜଳ ପରିଚାଳନା ଏବଂ ଜଳର ପୁନଃ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି।

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ