ଭୁବନେଶ୍ୱର: ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିସନ (ଅମୃତ) ୨.୦ ଅଧୀନରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ରାଜ୍ୟ ସରକାରଙ୍କ ଦୃଢ଼ ନେତୃତ୍ୱ ଏବଂ ସୁଶାସନ ମାଧ୍ୟମରେ ସହରାଞ୍ଚଳ ଜଳ ନିରାପତ୍ତା ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ରୂପାନ୍ତରଣକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ଷେତ୍ରସ୍ତରରେ ସଫଳତା ପ୍ରଦାନ ପାଇଁ ସରକାରଙ୍କ ସ୍ପଷ୍ଟ ରାଜନୈତିକ ପ୍ରତିବଦ୍ଧତା ଯୋଗୁଁ ରାଜ୍ୟର ୮୯ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ‘ଅମୃତ ୨.୦’ର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରାଯାଇଛି। କ୍ଷେତ୍ରସ୍ତରରେ ସଫଳତା ପ୍ରଦାନ ପାଇଁ ସରକାରଙ୍କ ସ୍ପଷ୍ଟ ରାଜନୈତିକ ପ୍ରତିବଦ୍ଧତା ଯୋଗୁଁ ରାଜ୍ୟର ୮୯ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ‘ଅମୃତ ୨.୦’ର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରାଯାଇଛି। ସାର୍ବଜନୀନ ଜଳ ଯୋଗାଣ ଏବଂ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦେଇ ୪,୦୩୦.୧୮ କୋଟି ଟଙ୍କାର ବ୍ୟୟ ଅଟକଳରେ ୩୪୫ଟି ପ୍ରକଳ୍ପ ଆରମ୍ଭ କରାଯାଇଛି। ସମୟାନୁବର୍ତ୍ତୀ କାର୍ଯ୍ୟ ଏବଂ ଉତ୍ତରଦାୟିତ୍ୱ ଉପରେ ସରକାର ଦେଉଥିବା ଗୁରୁତ୍ୱର ପ୍ରତିଫଳନ ସ୍ୱରୂପ ୧୦୭ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇସାରିଛି। ବାକି ପ୍ରକଳ୍ପଗୁଡ଼ିକର ଅଗ୍ରଗତିକୁ ଉଚ୍ଚସ୍ତରରେ ନିୟମିତ ମନିଟରିଂ କରାଯାଉଛି।
ସହର ବିକାଶ କାର୍ଯ୍ୟସୂଚୀରେ ଜଳ ନିରାପତ୍ତାକୁ ପ୍ରାଥମିକତା ଦେଇ ସରକାର ବାସ୍ତବିକ ଫଳାଫଳ ପ୍ରଦାନ କରିଛନ୍ତି। ୪୩ ଏମ୍.ଏଲ୍.ଡି କ୍ଷମତା ବିଶିଷ୍ଟ ସାତଟି ନୂତନ ଜଳ ବିଶୋଧନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି, ଯାହାଦ୍ୱାରା ପ୍ରାୟ ୨.୮୩ ଲକ୍ଷ ନାଗରିକ ଉପକୃତ ହେଉଛନ୍ତି। ପ୍ରମୁଖ ସହରାଞ୍ଚଳରେ ୨୪x୭ ଜଳ ଯୋଗାଣ ବ୍ୟବସ୍ଥା ଏବଂ ୨.୭ ଲକ୍ଷରୁ ଅଧିକ ପରିବାରକୁ ପାଇପ୍ ଯୋଗେ ଜଳ ସଂଯୋଗ ଯୋଗାଇ ଦିଆଯାଇଛି। ଏହାଦ୍ୱାରା ୫ ଲକ୍ଷରୁ ଅଧିକ ସହରବାସୀ ନିରାପଦ ପାନୀୟ ଜଳ ପାଇପାରୁଛନ୍ତି, ଯାହା ସାର୍ବଜନୀନ ଜଳ ସଂଯୋଗ ଦିଗରେ ଏକ ବଡ଼ ପଦକ୍ଷେପ। ସରକାରଙ୍କ ସମାବେଶୀ ଆଭିମୁଖ୍ୟକୁ ଦର୍ଶାଇ ‘ଅମୃତ ମିତ୍ର’ ଏବଂ ‘ୱିମେନ୍ ଫର ଟ୍ରି’ ଭଳି ପଦକ୍ଷେପ ମାଧ୍ୟମରେ ବ୍ୟାପକ ଜନଭାଗିଦାରୀ ସୃଷ୍ଟି କରାଯାଇଛି। ଏହାଦ୍ୱାରା ଜଳାଶୟଗୁଡ଼ିକର ପୁନରୁଦ୍ଧାର ଏବଂ ପରିବେଶ ସ୍ଥିରତା କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେତୃତ୍ୱ ନେବା ପାଇଁ ସଶକ୍ତ କରାଯାଇଛି। ‘ପେୟ ଜଳ ସର୍ବେକ୍ଷଣ’ ଏବଂ ‘ଜଳ ହିଁ ଅମୃତ’ ଭଳି ଜାତୀୟ କାର୍ଯ୍ୟକ୍ରମ ସହ ସମନ୍ୱୟ ରକ୍ଷା କରି ଦକ୍ଷ ଜଳ ପରିଚାଳନା ଏବଂ ଜଳର ପୁନଃ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି।
ଖୁବ୍ ଶୀଘ୍ର ଆସିବ ଜମିଜମା ରେକର୍ଡିଂର ସଂଶୋଧିତ ଏସଓପି
ଭୁବନେଶ୍ୱର,ମଇ ୨: ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସରକାରୀ ଏବଂ ବେସରକାରୀ ଜମିର ରେକର୍ଡିଂ ସମ୍ବନ୍ଧୀୟ ବର୍ତ୍ତମାନ ପ୍ରଚଳିତ ଷ୍ଟାଣ୍ଡାର୍ଡ୍ ଅପରେଟିଙ୍ଗ ପ୍ରୋସିଜିଅର୍ (ଏସଓପି) ପୁସ୍ତିକାମାନଙ୍କର ପୁନର୍ବିଚାର ଓ ସଂଶୋଧନ କରିବା ପାଇଁ ଏକ ଉଚ୍ଚସ୍ତରୀୟ…
