ଅସମ୍ପୂର୍ଣ୍ଣ ରାସ୍ତା କାମ ସାରିବାକୁ ଦାବୀ ପତ୍ର

ନିମାପଡା ଜୟଗୁରୁ ଆଶ୍ରମ ଠାରୁ ପାଟପୁର ପର୍ଯ୍ୟନ୍ତ ନିମାପଡା ବ୍ରାଞ୍ଚ କେନାଲ ବନ୍ଧ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜାଗ୍ରତ ଯୁବ ଶକ୍ତି ସଂଗଠନ ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ଜୟଗୁରୁ ଆଶ୍ରମ ଠାରୁ ପାଟପୁର ପର୍ଯ୍ୟନ୍ତ ନିମାପଡ଼ା ବ୍ରାଞ୍ଚ କେନାଲ୍ ବନ୍ଧ ରାସ୍ତା କାର୍ଯ୍ୟ ୮୦ ପ୍ରତିଶତ ନିର୍ମାଣ ସରିଥିଲେ ସୁଦ୍ଧା ଭୁବନିପୁର ଗାଁ ମୁଣ୍ଡ ଠାରୁ ପାଟପୁର ଗାଁ ମୁଣ୍ଡ ପର୍ଯ୍ୟନ୍ତ କେନାଲ ବନ୍ଧ ରାସ୍ତା କାର୍ଯ୍ୟ ଏବେ ମଧ୍ୟ ଅସମ୍ପୂର୍ଣ୍ଣ ହୋଇପଡିଛି । ଅତ୍ୟନ୍ତ ଦୁର୍ଘଟଣା ପ୍ରବଣ ଏହି ରାସ୍ତା ଟି ର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ କରିବାକୁ ସ୍ଥାନୀୟ ଅଂଚଳର ଜନସାଧାରଣ ଙ୍କ ସହିତ ଆଲୋଚନା କରି “ଜାଗ୍ରତ ଯୁବଶକ୍ତି” ସଂଗଠନ ତରଫରୁ ଆଜି ନିମାପଡା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବା ସହିତ ନିମାପଡା କେନାଲ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ବାମନାଳ ଠାରୁ ପାଟପୁର ଭାୟା ଭୁବନିପୁର ଦେଇ ନିମାପଡା ପିପିଲି ମୁଖ୍ୟ ରାସ୍ତା କୁ ସଂଯୋଗ କରୁଥିବା ଏହା ମୁଖ୍ୟ କେନାଲ ବନ୍ଧ ରାସ୍ତା ହୋଇଥିବାରୁ ପ୍ରତିଦିନ ହଜାର ହଜାର ସାଧାରଣ ଲୋକ, ସ୍କୁଲ କଲେଜ ଛାତ୍ରଛାତ୍ରୀ ଙ୍କ ଯିବା ଆସିବାକୁ ଦୃଷ୍ଟି ଦେଇ ତୁରନ୍ତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସାରିବାକୁ “ଜାଗ୍ରତ ଯୁବଶକ୍ତି” ସଂଗଠନ ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ବିଜୟାନନ୍ଦ ଦାସ, ଅଜୟ କୁମାର ମିଶ୍ର, ଅଜୟ କୁମାର ପଣ୍ଡା, ଲକ୍ଷ୍ମୀଧର ବେହେରା ପ୍ରମୁଖ ଦାବି କରିଛନ୍ତି ।
ନିମାପଡ଼ା ରୁ ବସନ୍ତ ନାୟକ ଙ୍କ ରିପୋର୍ଟ

  • Related Posts

    ପ୍ରଣବଙ୍କ ବିୟୋଗରେ ମୋହନଙ୍କ ଶୋକପ୍ରକାଶ

    ଭୁବନେଶ୍ୱର:ଆଉ ନାହାନ୍ତି ଓଡ଼ିଶା ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ଆଜି ୮୮ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ବେତାଜ ବାଦଶାହ ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଆଜି…

    Continue reading
    ପରଲୋକରେ ପ୍ରଣବ ପଟ୍ଟନାୟକ

    ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ।୮୮ ବର୍ଷ ବୟସରେ ସେ ଆଜି ଆଖି ବୁଜିଛନ୍ତି ।ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ୧୧.୩୦ରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ଖବର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ