ଭୁବନେଶ୍ବର: ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୨ରେ ଚଳିତ ଶିକ୍ଷାବର୍ଷରୁ ଏମବିବିଏସ୍ ପାଠ୍ୟକ୍ରମ ନିମନ୍ତେ ୫୦ଟି ସିଟ୍ ବୃଦ୍ଧି କରିବାକୁ ଜାତୀୟ ମେଡିକାଲ କମିଶନ (ଏନ୍ ଏମ୍ ସି) ଅନୁମୋଦନ କରିଛନ୍ତି। ଜାନୁଆରୀ ୨୦୨୩ରେ କଟକ – ଭୁବନେଶ୍ବର ମଧ୍ୟବର୍ତ୍ତୀ ଫୁଲନଖରା ଠାରେ ଉଦଘାଟିତ ହୋଇଥିବା ଆଇ ଏମ୍ ଏସ୍ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୨ରେ ୨୦୨୪-୨୫ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀ ଙ୍କ ପାଇଁ ୧୫୦ଟି ସିଟ୍ ରହିଥିଲା। ବର୍ତ୍ତମାନ ୨୦୨୫-୨୬ ଶିକ୍ଷା ବର୍ଷରେ ଦ୍ୱିତୀୟ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପାଇଁ ଏହାକୁ ୨୦୦ କୁ ବୃଦ୍ଧି କରାଯାଇଛି। ସେହିପରି ରାଜ୍ୟର ମେଡିକାଲ୍ ପାଠ୍ୟକ୍ରମ ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଗତ ଦୁଇ ଦିନ ତଳେ ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି । ଜାତୀୟ ମେଡିକାଲ କମିସନ୍ ଏହି ମଞ୍ଜୁରୀ ଦେଇଛନ୍ତି। ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ଟି ସିଟ୍ ଅନୁମୋଦିତ ହୋଇଥିବା ବେଳେ, ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ୧୦୦ଟି ସିଟ୍ ଅନୁମୋଦିତ ହୋଇଛି। ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ ହେବ।
Global crude oil prices surged
New Delhi| April 4, 2026: Global crude oil prices surged as traders grew concerned about prolonged disruptions to supply. The move came after US President Donald Trump said the United…


