ଆଇକନିକ୍‌ ଓଏଭିରେ ପଢ଼ିବେ ରାଇକିଆର ୩ ମେଧାବୀ

ରାଇକିଆ: ପ୍ରତିଭାର ସଫଳତାର ଆଉ ଏକ ଅଧ୍ୟାୟ ଯୋଡ଼ିଛି ରାଇକିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ବିଦ୍ୟାଳୟର ୩ଜଣ ମେଧାବୀ ଛାତ୍ର ଭୁବନେଶ୍ୱରସ୍ଥିତ ଆଇକନିକ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ମନୋନୀତ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି କୃତିତ୍ୱ ହାସଲ କରିଥିବା ଛାତ୍ରମାନେ ହେଲେ ସ୍ନେହାଶିଷ ପଣ୍ଡା, ଶୁଭ୍ରଜିତ ପ୍ରଧାନ ଓ ଆଶୁତୋଷ ମଲ୍ଲିକ।ରାଜ୍ୟସ୍ତରରେ ଶିକ୍ଷା କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରି ଏହି ୩ ଛାତ୍ର ରାଇକିଆ ବ୍ଲକ ସମେତ କନ୍ଧମାଳ ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ସାଧାରଣ ଶିକ୍ଷାନୁଷ୍ଠାନରୁ ରାଜ୍ୟର ଏକ ପ୍ରତିଷ୍ଠିତ ଆବାସିକ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ମିଳିବା ଛାତ୍ରମାନଙ୍କ ଭବିଷ୍ୟତ ଗଢ଼ିବାରେ ଏକ ନୂଆ ଦିଗ ଖୋଲିଛି।
ଛାତ୍ରମାନଙ୍କ ଏହି ସଫଳତା ପଛରେ ସେମାନଙ୍କ କଠିନ ପରିଶ୍ରମ ସହ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ ଓ ଅଭିଭାବକଙ୍କ ସହଯୋଗ ରହିଛି। ନିୟମିତ ପାଠପଢ଼ା ସହ ଶିକ୍ଷକମାନଙ୍କ ପରାମର୍ଶକୁ ଅନୁସରଣ କରି ଛାତ୍ରମାନେ ଏହି ସଫଳତା ହାସଲ କରିଥିବା ବିଦ୍ୟାଳୟ ପକ୍ଷରୁ କୁହାଯାଇଛି।ଏହି ସଫଳତାରେ ବିଦ୍ୟାଳୟ ରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଅଧ୍ୟକ୍ଷ ଅମିୟ କୁମାର ମହାପାତ୍ର ମନୋନୀତ ତିନି ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସେମାନେ ଶିକ୍ଷା କ୍ଷେତ୍ରରେ ଆହୁରି ସଫଳତା ହାସଲ କରି ରାଇକିଆର ନାମ ଉଜ୍ଜ୍ୱଳ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ଗୋଳାବନ୍ଧ ବିସ୍ଥାପିତଙ୍କ ପାଇଁ ୭୫.୬୦ କୋଟିର ପ୍ୟାକେଜ୍ ଘୋଷଣା

    ଭୁବନେଶ୍ୱର : ଦୀର୍ଘ ବର୍ଷର ଅପେକ୍ଷା ଓ ସଂଘର୍ଷ ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କ ଅପେକ୍ଷାର ଅନ୍ତ ଘଟିଛି। ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ…

    Continue reading
    ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା

    ଭଦ୍ରକ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା । ଭଦ୍ରକ ପୁରୁଣା ବଜାର ଥାନା ନଙ୍ଗା ମହଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘର ଭିତରୁ ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକ ହେଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ