ଆଇପିଏସ୍‌ ଦୟାଲ ଗଙ୍ଗୱାର ନିଲମ୍ବିତ

ଭୁବନେଶ୍ବର: ବାଲିଅନ୍ତାରେ ଘଟିଥିବା ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ବିବାଦକୁ ଆସିଥିବା ଆଇପିଏସ୍‌ ଅଧିକାରୀ ତଥା ଏଡିଜି ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶକ୍ରମେ ଗୁରୁବାର ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ସେ ଏବେ ଗୃହ ବିଭାଗର ଓଏସ୍‌ଡ଼ି ଭାବେ କାର୍ଯ୍ୟ କରୁଥିଲେ। ଜିଆର୍‌ପି କନଷ୍ଟେବଳ ସୌମ୍ୟ ମୃତ୍ୟୁ ମାମଲାରେ ଯୋଗାଯୋଗ ବିଭାଗର ଏଡିଜି ଥିବା ଶ୍ରୀ ଗଙ୍ଗୱାର ବିବାଦକୁ ଆସିଥିଲେ। ତେଣୁ ତାଙ୍କୁ ରାଜ୍ୟ ସରକାର ଗୃହ ବିଭାଗରେ ଓଏସ୍‌ଡି ଭାବେ ବଦଳି କରିଥିଲେ। ସୌମ୍ୟଙ୍କୁ ଶ୍ରୀ ଗଙ୍ଗୱାର ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ଘରୋଇ କାମରେ ନିୟୋଜିତ କରିଥିଲେ ବୋଲି ସୌମ୍ୟଙ୍କ ବାପା ଓ ମା’ ଅଭିଯୋଗ କରିଥିଲେ। ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଥିବା ଅଭିଯୋଗର ସତ୍ୟତା ଯାଞ୍ଚ ଲାଗି ରେଳପଥ ଓ ଉପକୂଳ ସୁରକ୍ଷା ଏଡିଜି ଅରୁଣ ବୋଥ୍ରାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ଏହି ରିପୋର୍ଟ ଆଧାରରେ ସରକାର ତାଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି।‌ ସୌମ୍ୟଙ୍କ ମୃତ୍ୟୁ ଦିନ ସତ୍ୟବିହାରସ୍ଥିତ ଜିମ୍‌ରୁ ବୋର୍ଡ ହଟାଇ ଦିଆଯାଇଥିବାରୁ ଶ୍ରୀ ଗଙ୍ଗୱାର ସମ୍ପୃକ୍ତ ରହିଥିବା ଅଭି‌େ‌ଯାଗ କରି ସୌମ୍ୟଙ୍କ ବନ୍ଧୁ ନିଶିକାନ୍ତ ମହାନ୍ତି ତାଙ୍କୁ ବିବାଦ ଭିତରକୁ ଟାଣିଥିଲେ। ସୌମ୍ୟଙ୍କୁ ଶ୍ରୀ ଗଙ୍ଗୱାର ଧମକଚମକ ଦେବା କଥା ସେ ଡାଏରିରେ ଲେଖିଥିବା କହିଥିଲେ। କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ଡାଏରି ଜବତ କରି କିଛି ନୂଆ ତଥ୍ୟ ମଧ୍ୟ ପାଇଥିବା ଜଣାପଡ଼ିଛି। ସେଭଳି ଜାତୀୟ ମାନବାଧିକାର ଆୟୋଗ (ଏନ୍‌‌ଏଚ୍‌ଆର୍‌ସି)ରେ ମଧ୍ୟ ଶ୍ରୀ ଗଙ୍ଗୱାରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ତାଙ୍କୁ ପଚରାଉଚରା କରାଯାଇଥିବା ଏନ୍‌‌ଏଚ୍‌ଆର୍‌ସି ସଦସ୍ୟ କହିଥିବା ବେଳେ ସେ କିନ୍ତୁ ଏହାକୁ ଖଣ୍ଡନ କରିଥିଲେ।

  • Related Posts

    ଶ୍ରୀମଦ୍ ଭାଗବତ ସପ୍ତାହ ଉଦଯାପିତ

    ନିମାପଡ଼ା: ନିମାପଡ଼ା ଏନଏସି ୯ ନଂ ୱାର୍ଡ ଅଣ୍ଢିଆସାହି ମା’ ଦକ୍ଷିଣେଶ୍ୱରୀଙ୍କ ପୀଠରେ ଶ୍ରୀମଦ୍ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଏହି ଧାର୍ମିକ ଉତ୍ସବକୁ ବାବାଜୀ ବୈକୁଣ୍ଠ ଦାସ ମହାରାଜ ଉଦ୍ଘାଟନ କରିଥିଲେ। ମା’ ଦକ୍ଷିଣେଶ୍ୱରୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ…

    Continue reading
    ତ୍ରିନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

    ନିମାପଡ଼ା: ଏହି ବ୍ଲକ ଡେଣୁଅଁ ପଂଚାୟତ ଅନ୍ତର୍ଗତ ଆଳିପିଙ୍ଗଳ ଗ୍ରାମ ବାବା ବଟେଶ୍ଵର ଛକ ନିକଟରେ ତ୍ରିନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଘଣ୍ଟ,ହୁଳହୁଳି, ମନ୍ତ୍ର ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେବା ସହ ଏକ ଭକ୍ତିମୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ