ଆଉ ୪ରୁ ୫ଦିନ ମଧ୍ୟରେ ଓଡ଼ିଶାରେ ସ୍ପର୍ଶ କରିବ ମୌସୁମି ବାୟୁ

ଭୁବନେଶ୍ୱର: ଆଉ ମାତ୍ର ୪ରୁ ୫ଦିନ ମଧ୍ୟରେ ଓଡ଼ିଶାରେ ସ୍ପର୍ଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଓଡ଼ିଶାରେ ସ୍ବାଭାବିକ ଭାବେ ମୌସୁମି ବାୟୁ ଜୁନ୍ ୧୦ରୁ ୧୫ ତାରିଖ ମଧ୍ୟରେ ପ୍ରବେଶ କରିଥାଏ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାରେ ମୌସୁମି ଆଗମନ ସ୍ବାଭାବିକ ବୋଲି ଧରି ନିଆଯିବ।ପାଣିପାଗ ବିଭାଗର ସୂଚନାନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଆସନ୍ତା ୨ରୁ ୩ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗରର କେତେକ ଅଞ୍ଚଳ ସହିତ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶର ଆଉ କେତେକ ଅଞ୍ଚଳରେ ପ୍ରବେଶ କରିବ। ତେଲଙ୍ଗାନା ଓ ତାମିଲନାଡୁ ରାଜ୍ୟର କିଛି ସ୍ଥାନରେ ମୌସୁମି ଛୁଇଁବ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗର, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କିଛି ସ୍ଥାନକୁ ମୌସୁମି ପ୍ରବେଶ କରିବା ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ୪ରୁ ୫ଦିନ ମଧ୍ୟରେ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଆରବ ସାଗର, ମହାରାଷ୍ଟ୍ରର ଆଉ କିଛି ଅଞ୍ଚଳ, କର୍ଣ୍ଣାଟକ ରାଜ୍ୟର ଆଉ କିଛି ସ୍ଥାନ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମି ବାୟୁ ପ୍ରବେଶ କରିପାରେ। ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳ ସହ ପଶ୍ଚିମବଙ୍ଗ ଏବଂ ସିକ୍କିମ ରାଜ୍ୟରେ ମୌସୁମି ବାୟୁ ପାଦ ଥାପିବାର ସମ୍ଭାବନା ରହିଛି। ଜୁନ୍‌ ୬ ସୁଦ୍ଧା ମୌସୁମି ବାୟୁ ପଶ୍ଚିମ-କେନ୍ଦ୍ରୀୟ, ପୂର୍ବ-କେନ୍ଦ୍ରୀୟ ଆରବ ସାଗରର କିଛି ଅଞ୍ଚଳ, କର୍ଣ୍ଣାଟକର ଆଉ କିଛି ସ୍ଥାନକୁ ପ୍ରବେଶ କରିଛି। ସମ୍ପୂର୍ଣ୍ଣ ଗୋଆ ରାଜ୍ୟକୁ ମୌସୁମି ବ୍ୟାପି ସାରିଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁର କେତେକ ଅଞ୍ଚଳକୁ ମୌସୁମି ଅଗ୍ରସର ହୋଇଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମି ପ୍ରବେଶ କରିଛି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ମିଜୋରାମ, ମଣିପୁର ରାଜ୍ୟର କିଛି ଅଞ୍ଚଳକୁ ମୌସୁମି ଅଗ୍ରସର ହୋଇଛି।

  • Related Posts

    ଟ୍ରେନରୁ ଖସି ଯୁବକ ମୃତ

    ଦିଗପହଣ୍ଡି: ଟ୍ରେନରୁ ଖସି ଯୁବକ ମୃତ। ବ୍ରହ୍ମପୁର ରେଳ ଷ୍ଟେସନରେ ଅଘଟଣ ଘଟିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଚାଞ୍ଚଡାପଲ୍ଲୀ ଗାଁର ସାଗର ଜେନା ନାମକ ଯୁବକଙ୍କ ଟ୍ରେନରୁ ଖସି ମୃତ୍ୟୁ ହୋଇଛି। ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ…

    Continue reading
    ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର

    ବାଲେଶ୍ବର: ଓଲନ୍ଦାସାରଗାଁ ଜଙ୍ଗଲରେ ଏକ ଗଛରେ ଝୁଲୁଥିବା ଗଳିତ ଶବକୁ ସଦର ଥାନା ପୁଲିସ ଶନିବାର ଉଦ୍ଧାର କରିଛି। ଉଦ୍ଧାର ମୃତବ୍ୟକ୍ତିଙ୍କ ଶରୀରର କିଛି ଅଂଶ ତଳେ ପଡ଼ିଥିବାବେଳେ ବାକି ଅଂଶ ଝୁଲନ୍ତା ଅବସ୍ଥାରେ ରହିଥିଲା। ତେବେ ବ୍ୟକ୍ତି ଜଣକ ଆତ୍ମହତ୍ୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ