
ଭୁବନେଶ୍ୱର: ଦିନରେ ପ୍ରବଳ ଗରମ ଗୁଳୁଗୁଳି। ସନ୍ଧ୍ୟା ହେଲେ ମାଡି ଆସୁଛି କଳାହାଣ୍ଡିଆ ମେଘ। ଆଗାମୀ ୩ ଦିନ ଯାଏ ଝଡ଼ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସାରା ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି। ଆଜି କାଳବୈଶାଖୀ ନେଇ ୧୪ ଜିଲ୍ଲାକୁ ଅରେଞ୍ଜ, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଆସନ୍ତା କାଲି ପୁରା ରାଜ୍ୟ ୟେଲୋ ଆଲର୍ଟରେ ରହିଛି। ବିଜୁଳି ଘଡଘଡି ସହ ୫୦ ରୁ ୬୦ କିମି ବେଗରେ ପବନ ବହିପାରେ। ସେପଟେ ଆଜି ଦିନରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଗରମ ଓ ଗୁଳିଗୁଳି ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର।


