ଆଜି ଦେଶବ୍ୟାପୀ ନିଟ୍‌-ୟୁଜି ପୁନଃପରୀକ୍ଷା

ନୂଆଦିଲ୍ଲୀ: ରବିବାର ଅର୍ଥାତ୍ ଆଜି ଦେଶବ୍ୟାପୀ ନିଟ୍‌-ୟୁଜି ପୁନଃପରୀକ୍ଷା । ପ୍ରାୟ ୨୨ ଲକ୍ଷ ୭୯ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ । ଦେଶର ୫୫୧ ସହର ଓ ବିଦେଶର ୧୪ଟି ସହରରେ ହୋଇଥିବା ୫,୪୪୦ କେନ୍ଦ୍ରରେ ଅପରାହ୍ନ ୨ଟାରୁ ପରୀକ୍ଷା ଆରମ୍ଭ ହୋଇ ୫ଟା ୧୫ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ପେନ୍‌ ଓ ପେପର ମୋଡ଼ରେ ହେବ । ତେବେ ଯୋଗ୍ୟ ବିବେଚିତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ୬ଟା ୨୦ ମିନିଟ୍‌ ପର୍ଯ୍ୟନ୍ତ ସମୟ ମିଳିବ । ଇଂରାଜୀ ଓ ୧୨ଟି ଭାରତୀୟ ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସୁଚାରୁ, ସୁରକ୍ଷିତ ତଥା ଛାତ୍ରଛାତ୍ରୀଙ୍କ ଅନୁକୂଳ ପରୀକ୍ଷା କରାଇବା ଲାଗି ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟି ଏଜେନ୍ସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ପୁଲିସ, ଅର୍ଦ୍ଧସାମରିକ ବାହିନୀ, ବାୟୁସେନା ଓ ଡାକ ବିଭାଗକୁ ଏଥିରେ ସାମିଲ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରକୁ ଏନ୍‌ଟିଏକୁ ହସ୍ତାନ୍ତର କରାଯାଇଛି । ପ୍ରତି ସେଣ୍ଟରରେ ସୁରକ୍ଷାକର୍ମୀ, ଅବଜରଭର, ବାୟୋମେଟ୍ରିକ ଷ୍ଟାଫ୍‌ ଓ ଫ୍ରିସ୍କିଂ ଷ୍ଟାଫ ମୁତୟନ ହେବେ । ପରୀକ୍ଷା ସମୟରେ ଏସବୁ କେନ୍ଦ୍ର ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ । ସବୁ ପରୀକ୍ଷା କେନ୍ଦ୍ରରେ ଏଆଇ ଆଧାରିତ ସିସିଟିଭି ବ୍ୟବସ୍ଥା କରାଯାଇଛି । ୯୫ ହଜାରରୁ ଅଧିକ ରୁମ୍‌ରେ ୧,୩୮,୫୬୦ ସିସିଟିଭି ଲଗାଯାଇଛି ।

  • Related Posts

    supremem court on property ସମ୍ପତ୍ତି ମାଲିକାନାର ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ

    ନୂଆଦିଲ୍ଲୀ : ମ୍ୟୁଟେସନ ପ୍ରକ୍ରିୟାରେ ଜମିବାଡି ବା ସମ୍ପତ୍ତିର ରାଜସ୍ବ ରେକର୍ଡରେ ନାମ ପରବର୍ତ୍ତନ କରିବା ଦ୍ବାରା ଜଣଙ୍କର ମାଲିକାନାସ୍ବତ୍ବ ଲୋପ ହୁଏ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସେହିପରି ମ୍ୟୁଟେସନ ଦ୍ବାରା ଜଣେ ଅନ୍ୟ ଜଣଙ୍କର…

    Continue reading
    jayasanker meet putin ପୁଟିନଙ୍କୁ ଭେଟିଲେ ଜୟଶଙ୍କର

    ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଖୁବଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି। ଆସନ୍ତା ୧୨-୧୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସେ ସାମିଲ ହୋଇପାରନ୍ତିି। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ମସ୍କୋରେ ପୁଟିନଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ