ଆଜି ପୁଣି ଶୁଦ୍ଧି ହେବେ ଜିତୁ ମୁଣ୍ଡା

କେନ୍ଦୁଝର: ସାରା ଦେଶରେ ଏବେ ପାଟଣା ବ୍ଲକ୍‌ର ଡିଆନାଳୀ ଗ୍ରାମର ଘଟଣା ଖବରର ଶିରୋନାମା ପାଲଟିଛି । ଅଳ୍ପ କେଇଟା ଟଙ୍କା ପାଇଁ ଗରିବ ଲୋକଟେ ୩ ମାସ ତଳେ ପ୍ରାଣ ହରାଇଥିବା ଭଉଣୀର ମୃତଦେହକୁ ଖୋଳି ବାହାର କରି ବ୍ୟାଙ୍କରେ ପହଞ୍ଚିବା ଘଟଣା ସାରା ବିଶ୍ୱରେ ଆଲୋଡ଼ନ କରିଛି । ଏହି ଘଟଣାରେ ପୁଣି ଥରେ ଜିତୁ ମୁଣ୍ଡାର ପରିବାର ଶୁଦ୍ଧି ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ରବିବାର ଦିନ ଶୁଦ୍ଧିକ୍ରିୟାରେ ପୁଣି ବନ୍ଧୁବାନ୍ଧବ, ସମ୍ପର୍କୀୟ, ସାଇପଡ଼ିଶା ଯୋଗଦେବେ । ସମାଜରୁ ବାସନ୍ଦ ହେବା ଭୟରେ ନିୟମ ଅନୁସାରେ ପୁଣିଥରେ ଶୁଦ୍ଧିକ୍ରିୟା ପାଇଁମୁଣ୍ଡା ସମ୍ପ୍ରଦାୟ ଚଳଚଞ୍ଚଳ ହୋଇପଡ଼ିଛନ୍ତି ।
କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଡିଆନାଳୀ ଗ୍ରାମର ଚତୁରୀସାହିରେ ବାସ କରୁଥିବା ଜିତୁ ମୁଣ୍ଡାର ପରିବାର ଅତ୍ୟନ୍ତ ଗରିବ ଓ ନିରକ୍ଷର । ଡିଆନାଳୀ ଗ୍ରାମରେ ପ୍ରାୟ ୧୦୦ ମୁଣ୍ଡା ଆଦିବାସୀ ପରିବାର ବସବାସ କରୁଛନ୍ତି । ତଳିଆ ମୁଣ୍ଡା ନାମକ ବ୍ୟକ୍ତିଙ୍କର ୪ ପୁଅ ଓ ୨ ଝିଅ ଜନ୍ମ ଗ୍ରହଣ କରିଥିଲେ । ରଇବ ମୁଣ୍ଡା, ଧନେଶ୍ୱର ମୁଣ୍ଡା, ଜିତୁ ମୁଣ୍ଡା ଓ ଶଙ୍କରା ମୁଣ୍ଡା । ଝିଅ ଦୁଇ ଜଣ ହେଉଛନ୍ତି କଲାରା ମୁଣ୍ଡା ଓ ଅନ୍ୟଜଣେ ଚତୁରୀ । ସେଥିମଧ୍ୟରୁ ରଇବ ଓ ଜିତୁ ଅବିବାହିତ । ଧନେଶ୍ୱର ଓ ଶଙ୍କର ବିବାହିତ । ଝିଅ ଦୁଇ ଜଣ ମଧ୍ୟ ବିବାହ କରିଥିଲେ । ରଇବ ଓ ଧନେଶ୍ୱରଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ୨ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ଝିଅ କଲାରାଙ୍କ ସ୍ୱାମୀ ଓ ସନ୍ତାନଙ୍କ ମୃତ୍ୟୁ ପରେ ସେ ଭାଇ ଜିତୁଙ୍କ ନିକଟରେ ରହୁଥିଲେ । ଗତ ଜାନୁଆରୀ ୨୬ରେ ପେଟ ରୋଗ କାରଣରୁ କଲାରାଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟ ରୀତିନୀତି ଅନୁସାରେ ମୃତଦେହ ସଂସ୍କାର କରାଯାଇଥିଲା । ଶୁଦ୍ଧିକ୍ରିୟା କରାଯିବା ପରେ ନିଜର ସାଧ୍ୟ ଅନୁସାରେ ଗାଁ ସାଇପଡ଼ିଶାକୁ ଡାକି ଭୋଜି ଦେଇଥିଲେ ୨ ଭାଇ ।କଲାରା ନାମରେ ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଥିବା ଏକାଉଣ୍ଟରେ ଗୋରୁ ବିକ୍ରି ହୋଇଥିବା ୧୯ ହଜାର ୩ଶହ ଟଙ୍କା ଜମା କରାଯାଇଥିଲା । ଏହି ଟଙ୍କା ଉଠାଇବାକୁ ନେଇ ବିବାଦ ଦେଖାଦେବାରୁ ଭାଇ ଜିତୁ ମୁଣ୍ଡା ଭଉଣୀ ମୃତ୍ୟୁର ପ୍ରମାଣ ଦେବାକୁ ଯାଇ ମୃତଦେହକୁ ମାଟି ତଳୁ ଖୋଳି କାନ୍ଧରେ ବୋହି ଗତ ୨୭ ତାରିଖ ୩ କିଲୋମିଟର ଦୂରରେ ଥିବା ବ୍ୟାଙ୍କରେ ପହଞ୍ଚିଥିଲେ । ଏହି ଅଭାବନୀୟ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।

ତେବେ ମୃତଦେହକୁ ମାଟି ତଳୁ ଖୋଳି ବାହାର କରିବା ଓ ପରେ ପୋତିବାକୁ ନେଇ ପୁଣିଥରେ ଶୁଦ୍ଧିକ୍ରିୟା କରିବାକୁ ଜିତୁ ମୁଣ୍ଡା ଉପରେ ଚାପ ପଡ଼ିଥିଲା । ଶୁଦ୍ଧି ନହେଲେ ଗ୍ରାମରୁ ବାସନ୍ଦ ହେବା ଭୟ ରହିଥିଲା । ଏପରିକି ନିଆଁ, ପାଣି ବ୍ୟବହାର ବାରଣ ରହିଛି । ପରିବାର ଲୋକେ ଏନେଇ ବିଚାର ବିମର୍ଷ କରିଥିଲେ । ଯେହେତୁ ମାଟି ଖୋଳି ମୃତଦେହ ବାହାର କରାଯାଇ ପୁଣି ପୋତି ସଂସ୍କାର କରାଯାଇଛି ସେନେଇ ପୁଣି ଥରେ ଗାଁ ଭାଇଙ୍କୁ ନେଇ ଶୁଦ୍ଧ ହେବାକୁ ପଡ଼ିବ ବୋଲି ନିଷ୍ପତ୍ତି ହୋଇଥିଲା । ତଦନୁସାରେ ରବିବାର ୪ଶହ ଲୋକଙ୍କୁ ନେଇ ପୁଣି ଶୁଦ୍ଧକ୍ରିୟା ପାଇଁ ପ୍ରସ୍ତୁତି କରାଯାଇଛି । ସାଇପଡ଼ିଶା, ବନ୍ଧୁବାନ୍ଧବ ଏବଂ ପରିବାର ଲୋକଙ୍କ ପାଇଁ ଭୋଜିଭାତର ବ୍ୟବସ୍ଥା କରାଯାଇଛି । ଭୋଜିରେ ହାଣ୍ଡିଆ ସହିତ କୁକୁଡ଼ା ମାଂସ, ଭାତ, ଡାଲମା ପ୍ରଭୃତି କରାଯିବାକୁ ଚୂଡ଼ାନ୍ତ ହୋଇଥିବା ଜିତୁ ଓ ତାଙ୍କ ଭାଇ ଶଙ୍କରା ମୁଣ୍ଡା କହିଛନ୍ତି ।

  • Related Posts

    ଆସନ୍ତାକାଲି ଏହି ଜିଲ୍ଲାରେ ହେବ ପ୍ରବଳ କୁଆପଥର ମାଡ଼ !

    ଭୁବନେଶ୍ୱର:ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ରାୟଗଡ଼ାରେ ପ୍ରବଳ କୁଆପଥର ମାଡ଼ ହେବବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ାରେ ୫୦ରୁ ୬୦…

    Continue reading
    ଆସନ୍ତାକାଲି ଏହି ଜିଲ୍ଲାରେ ଭାଙ୍ଗିବ ଗଛ, ଉଡ଼ିବ ଛପର !

    ଭୁବନେଶ୍ୱର : ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ାରେ ୫୦ରୁ ୬୦ କିମି ବେଗରେ ଝଡ଼ବତାସ ହେବ । ବର୍ଷା ବି କାଚିବ । ଏହାର ପ୍ରଭାବରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ