ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ତିନି ଦିନ ଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗଙ୍କୁ ବାଧା ପହଞ୍ଚିଛି । ଶ୍ରୀମୁଖ ମଳିନ ପଡ଼ିଯାଇଛି । ଏଣୁ ଠାକୁରଙ୍କ ଶ୍ରୀମୁଖ ସିଂହାର ହେବ । ଏହାକୁ ଠାକୁରଙ୍କ ବନକଲାଗି ନୀତି କୁହାଯାଏ । ରବିବାର ଏହି ସ୍ୱତନ୍ତ୍ର ନୀତି ହେବ । ପରଦିନ ଅର୍ଥାତ୍ ସୋମବାର ରହିଛି ହେରାପଞ୍ଚମୀ । ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସି ଗୁଣ୍ଡିଚା ମନ୍ଦିରରେ ବିଜେ କରିବେ । ମହାପ୍ରଭୁଙ୍କ ସମ୍ମୁଖକୁ ଯିବା ସହ ନନ୍ଦିଘୋଷ ଭାଙ୍ଗିବେ । ଏଣୁ ମହାଲକ୍ଷ୍ମୀଙ୍କ ବିଜେ ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ବିଧି ସମ୍ପନ୍ନ ହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବେ ଦତ୍ତମହାପାତ୍ର ସେବକମାନେ । ଏହି ବିଶେଷ ନୀତି ପାଇଁ ଠାକୁର ଦର୍ଶନ ରାତିରେ ପ୍ରାୟ ଘଣ୍ଟା ବନ୍ଦ ହେବ ସୂଚନା ରହିଛି ।
ମହାପ୍ରଭୁଙ୍କ ଅନନ୍ୟ ରୀତିନୀତି ପାଇଁ ଲୋଡ଼ା ସମସ୍ତ ସାମଗ୍ରୀ । ଯାତ୍ରା ସମୟରେ ମଧ୍ୟ ଏସବୁ ଲୋଡ଼ା ହୁଏ । ରଥରେ ୨ ସିନ୍ଦୁକରେ ଯାଇଥାଏ ଠାକୁରଙ୍କ ନୀତି ଓ ବେଶ ସଜ । ନନ୍ଦିଘୋଷ ରଥରେ ରହିଥାଏ ଏହି ବିଶାଳ ସିନ୍ଦୁକ । ଗୋଟିଏରେ ଥାଏ ଠାକୁରଙ୍କ ୬ ମୂର୍ତ୍ତି ଆଦି ଆବଶ୍ୟକ ସୁବର୍ଣ୍ଣ ଅଳଙ୍କାର । ବେଶ ଭୂଷା ଅଳଙ୍କାର ଆଦି ଭଣ୍ଡାର ମେକାପ ସେବକଙ୍କ ତତ୍ତ୍ୱାବଧାନରେ ରହିଥାଏ । ଅନ୍ୟଟିରେ ରୁପା ପିଙ୍ଗଣ, ବଟା, ବିଭିନ୍ନ ପାତ୍ର ଓ ପାଟପସ୍ତ୍ର ଆଦି ସଜବାଜ ରହିଥାଏ । ଏହା ଚାଙ୍ଗଡ଼ା ମେକାପ ଅଧୀନରେ ରୁହେ । କୋଠସୁଆଁସିଆ ସେବକମାନେ ସିନ୍ଦୁକକୁ ବୋହି ନେବାଆଣିବା କରିଥାନ୍ତି

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ