ପୁଞ୍ଜି ଆକର୍ଷଣ ଓ ବିନିଯୋଗ: ଓଡ଼ିଶା ଦେଶର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ

ଭୁବନେଶ୍ୱର: ପୁଞ୍ଜି ଆକର୍ଷଣ ଓ ବିନିଯୋଗ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଉଭା ହୋଇଛି। ନୀତି ଆୟୋଗ ପ୍ରକାଶ କରିଥିବା ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ୨୦୨୬ରେ ଓଡ଼ିଶା ଜାତୀୟ ସ୍ତରରେ ୫ମ ସ୍ଥାନ ଏବଂ ବୃହତ୍ ରାଜ୍ୟଗୁଡ଼ିକ ମଧ୍ୟରେ ୪ର୍ଥ ସ୍ଥାନ ହାସଲ କରିଛି। ଓଡିଶା ୧୦୦ରୁ ୫୨.୪ ଅଙ୍କ ପାଇ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଗୋଆ ପରେ ସ୍ଥାନ ପାଇଛି।

ରିପୋର୍ଟ ଅନୁଯାୟୀ, ଖଣିଜ ସମ୍ପଦରେ ସମୃଦ୍ଧ, ଶିଳ୍ପ ଅନୁକୂଳ ସରକାରୀ ନୀତି ଏବଂ ଦୃଢ ଆର୍ଥିକ ସ୍ଥିତି ଓ ପରିଚାଳନା ଯୋଗୁଁ ଓଡ଼ିଶା ଏହି ସଫଳତା ହାସଲ କରିଛି। ୨୦୨୪ ଆର୍ଥିକ ବର୍ଷରେ ଦେଶର ସମୁଦାୟ ଖଣିଜ ଉତ୍ପାଦନର ୫୦ ପ୍ରତିଶତ ଓଡ଼ିଶାରୁ ହୋଇଥିବା ବେଳେ ଦେଶର ମୋଟ କୋଇଲା ଉତ୍ପାଦନର ୨୩ ପ୍ରତିଶତ ଅଂଶ ମଧ୍ୟ ଓଡ଼ିଶାର ରହିଛି।

ଆର୍ଥିକ ସ୍ୱାସ୍ଥ୍ୟ ମାନଦଣ୍ଡରେ ଓଡ଼ିଶା ତୃତୀୟ ସ୍ଥାନ ଅଧିକାର କରିଛି। ଏହାର କାରଣ ହେଉଛି ରାଜ୍ୟର ଶୃଙ୍ଖଳିତ ଆର୍ଥିକ ପରିଚାଳନା। ରିପୋର୍ଟ ଅନୁଯାୟୀ, ରାଜ୍ୟର ମୋଟ ବକେୟା ଦାୟ ଜିଏସଡିପିର ମାତ୍ର ୧୬ ପ୍ରତିଶତ ଥିବା ବେଳେ ସୁଧ ପରିଶୋଧ ଜିଏସଡିପିର ୧.୩୮ ପ୍ରତିଶତ, ଯାହା ଦେଶର ସମସ୍ତ ରାଜ୍ୟ ମଧ୍ୟରେ ସର୍ବନିମ୍ନ।

ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନିବେଶ ଆକୃଷ୍ଟ କରିଛି ଏବଂ ଅନେକ ଶିଳ୍ପ ପ୍ରତିଷ୍ଠା ହୋଇଛି। ନିୟମିତ ଭାବେ ନିବେଶ ଆସିବା, ଶିଳ୍ପ ସ୍ଥାପନ ଓ ରୋଜଗାର ସୃଷ୍ଟି ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି।” ସେ ଆହୁରି କହିଛନ୍ତି ଯେ, ଆସନ୍ତା ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀରେ ଏକ ନିବେଶକ ରୋଡ୍ ଶୋ’ ଆୟୋଜନ କରାଯିବ।

ତେବେ ରିପୋର୍ଟରେ ଓଡ଼ିଶା ପାଇଁ କିଛି ସୁଧାର ଆବଶ୍ୟକ ଥିବା କ୍ଷେତ୍ରକୁ ମଧ୍ୟ ଚିହ୍ନଟ କରାଯାଇଛି। ବିଶେଷକରି ସଂସ୍ଥାଗତ ପରିବେଶ (Institutional Environment) ଏବଂ ନିୟାମକ ସୁବିଧା କ୍ଷେତ୍ରରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି। ଏହାବ୍ୟତୀତ କଣ୍ଟେନର ଫ୍ରେଟ୍ ଷ୍ଟେସନ୍ (CFS), ଇନଲ୍ୟାଣ୍ଡ କଣ୍ଟେନର ଡିପୋ (ICD) ଏବଂ ଗୋଦାମ ବ୍ୟବସ୍ଥାର କ୍ଷମତା ବୃଦ୍ଧି କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଓଡ଼ିଶାର ୱେୟାରହାଉସିଂ କ୍ଷମତା ୯୮ ହଜାର ମେଟ୍ରିକ୍ ଟନ୍, ଯାହା ଅନ୍ୟ ରାଜ୍ୟମାନଙ୍କ ହାରାହାରି ୪.୭ ଲକ୍ଷ ମେଟ୍ରିକ୍ ଟନ୍ ତୁଳନାରେ ବହୁତ କମ୍। ସେହିପରି ରାଜ୍ୟକୁ ଆସୁଥିବା ପ୍ରତ୍ୟକ୍ଷ ବୈଦେଶିକ ନିବେଶ (FDI) ବର୍ଷ ବର୍ଷ ଧରି ସ୍ଥିର ରହିଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ନୀତି ଆୟୋଗ ଏହି ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ନିବେଶକଙ୍କ ମତାମତକୁ ମଧ୍ୟ ସାମିଲ କରିଥିଲା। ଅଧିକାଂଶ ନିବେଶକ ଓଡ଼ିଶାରେ ନିବେଶ ଅନୁକୂଳ ପରିବେଶ ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକ୍ରିୟା ସମ୍ପନ୍ନ ହେଉଥିବାକୁ ପ୍ରଶଂସା କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ପଞ୍ଜୀକରଣ ପ୍ରକ୍ରିୟା ସହଜ ଓ ଦ୍ରୁତ ହୋଇଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଉତ୍ତମ ଥିବାରୁ ନିବେଶକମାନେ ସୁରକ୍ଷିତ ଅନୁଭବ କରୁଛନ୍ତି।

ତେବେ ନିବେଶକମାନେ କିଛି ଦିଗକୁ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଶେଷକରି ଓଡ଼ିଶାର ସହର ଉପକଣ୍ଠ ଓ ଗ୍ରାମାଞ୍ଚଳରେ ମୋବାଇଲ ନେଟୱାର୍କ ସଂଯୋଗରେ ଉନ୍ନତି, ଅଧିକ ସଂଖ୍ୟକ ଶିଳ୍ପାଞ୍ଚଳ ବିକାଶ ଏବଂ ପ୍ରତିଯୋଗିତାମୂଳକ ଜମି ମୂଲ୍ୟ ନିର୍ଦ୍ଧାରଣର ଆବଶ୍ୟକତା ଥିବା କହିଛନ୍ତି।

ଉତ୍କଳ ଚେମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (UCCI)ର ପୂର୍ବତନ ସଭାପତି ଓ ଶିଳ୍ପପତି ବ୍ରହ୍ମାନନ୍ଦ ମିଶ୍ର କହିଛନ୍ତି, “ନିବେଶ ଅନୁକୂଳତା କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା। ଯଦି ଭିତ୍ତିଭୂମି ଏବଂ ସଂଯୋଗ ବ୍ୟବସ୍ଥା ଉପରେ ଆଉ କିଛି ଗୁରୁତ୍ୱ ଦିଆଯାଏ, ତେବେ ଓଡ଼ିଶା ଦକ୍ଷିଣ-ପୂର୍ବ ଏସିଆର ପ୍ରମୁଖ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନ କେନ୍ଦ୍ର ଭାବେ ବିକଶିତ ହୋଇପାରିବ।”

ନିବେଶକମାନେ ଇଡ଼କୋପକ୍ଷରୁ ଶିଳ୍ପ ପାଇଁ ଜମି ଆବଣ୍ଟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ ନିବେଶକ-ଅନୁକୂଳ ଜମି ମୂଲ୍ୟ ନୀତି ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଗ୍ରାମାଞ୍ଚଳରେ ମୋବାଇଲ ସଂଯୋଗରେ ବ୍ୟାପକ ସୁଧାର, ଉତ୍ତର ଓଡ଼ିଶାରେ ରେଳ ଓ ମାଲ ପରିବହନ ନେଟୱାର୍କର ବିସ୍ତାର ଏବଂ କର୍ପୋରେଟ୍ ଯାତ୍ରା ଓ ଲଜିଷ୍ଟିକ୍ସକୁ ସହଜ କରିବା ପାଇଁ ଭଦ୍ରକରେ ଏକ ବାଣିଜ୍ୟିକ ବିମାନବନ୍ଦର ସ୍ଥାପନ ଉପରେ ଗୁରୁତ୍ୱ ଦେଇଛନ୍ତି। ଧାମରା ବନ୍ଦରକୁ ସାଧାରଣ ବାଣିଜ୍ୟିକ ମାଲ ପରିବହନ ପାଇଁ ଅଧିକ ସୁଗମ କରିବା ଏବଂ ସେଠାରେ ଥିବା ପ୍ରତିବନ୍ଧକ ଦୂର କରିବାକୁ ମଧ୍ୟ ସେମାନେ ପ୍ରସ୍ତାବ ରଖିଛନ୍ତି।

ଏହି ସଫଳତାକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାଙ୍କ ‘ଏକ୍ସ’ ପୋଷ୍ଟରେ ଲେଖିଛନ୍ତି, “ନୀତି ଆୟୋଗର ‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ୨୦୨୬’ରେ ଓଡ଼ିଶା ଦେଶର ଶ୍ରେଷ୍ଠ ପାଞ୍ଚଟି ନିବେଶ ଅନୁକୂଳ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଏହା ସଂସ୍କାର, ସହଜ ବ୍ୟବସାୟ ପରିବେଶ ଓ ନିବେଶକ-କୈନ୍ଦ୍ରିକ ଶାସନ ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ପୁଣିଥରେ ପ୍ରମାଣିତ କରିଛି। ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ଦୃଢ଼ ପଦକ୍ଷେପ, ଯାହା ‘ବିକଶିତ ଭାରତ ୨୦୪୭’ ଗଠନରେ ମଧ୍ୟ ଅବଦାନ ରଖିବ।”

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ