ଆଜିଠାରୁ ପୁରୁଷ ହକି ଇଣ୍ଡିଆ ଲିଗ୍‌

ରାଞ୍ଚି : ହକି ଇଣ୍ଡିଆ ଆନୁକୂଲ୍ୟରେ ହକି ଇଣ୍ଡିଆ ଲିଗ୍‌ (ପୁରୁଷ) ବର୍ଗ ସପ୍ତମ ସଂସ୍କରଣ-୨୦୨୬ ଚଳିତ ଜାନୁଆରୀ ୩ରୁ ୨୬ ପର୍ୟ୍ୟନ୍ତ ଖେଳାଯିବ। ପ୍ରତିଯୋଗିତା ଚେନ୍ନଇ, ରାଞ୍ଚି ଓ ଭୁବନେଶ୍ବରରେ ଖେଳାଯିବ। ପ୍ରଥମ ପର୍ୟ୍ୟାୟ ଜାନୁଆରୀ ୩ରୁ ୯ ପର୍ୟ୍ୟନ୍ତ ଚେନ୍ନଇର ମେୟର ରାଧାକ୍ରିଷ୍ଣ ଷ୍ଟାଡ଼ିୟମରେ, ଦ୍ବିତୀୟ ପର୍ୟ୍ୟାୟ ଜାନୁଆରୀ ୧୧ରୁ ରାଞ୍ଚିର ଜୟପାଲ ସିଂହ ଷ୍ଟାଡ଼ିୟମରେ ଖେଳାଯିବ। ତୃତୀୟ ତଥା ଅନ୍ତିମ ପର୍ୟ୍ୟାୟ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଜାନୁଆରୀ ୧୭ରୁ ୨୬ପର୍ୟ୍ୟନ୍ତ ଖେଳାଯିବ। ଏଥିରେ ୮ଟି ଦଳ ଦିଲ୍ଲୀ ଏସ୍‌ଜି ପାଇପର୍ସ, ହିଲ୍‌ ଗଭର୍ଣ୍ଣି କାଉନସିଲ, ହାଇଦରାବାଦ୍‌ ତୁଫାନ୍‌ସ, କଳିଙ୍ଗ ଲାନ୍ସର୍ସ, ରାଞ୍ଚି ରୟାଲ୍‌ସ, ରାହ ବେଙ୍ଗଲ ଟାଇଗର୍ସ, ସୁରମା ହକି କ୍ଲବ ଏବଂ ତାମିଲନାଡୁ ଡ୍ରାଗନ୍‌ସ ଅଂଶଗ୍ରହଣ କରିଛନ୍ତି। ଶୁକ୍ରବାର ଚେନ୍ନଇ​‌େ​‌ର ଉଦ୍‌ଘାଟନୀ ମ୍ୟାଚରେ ତାମିଲନାଡୁ ଡ୍ରାଗନ୍‌ସ-ହାଇଦରାବାଦ୍‌ ତୁଫାନ୍‌ସକୁ ଭେଟିବ। ଓଡ଼ିଶା ଭିର୍ତ୍ତିକ ଦଳ କଳିଙ୍ଗ ଲାନ୍ସର୍ସ ୪ରେ ରାଞ୍ଚି ରୟାଲ୍‌ସ ସହ ଖେଳି ଅଭିଯାନ ଆରମ୍ଭ କରିବ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ