ଆଫଗାନିସ୍ତାନରେ ଭୂକମ୍ପ ; ୬୨୨ ମୃତ

ନୂଆଦିଲ୍ଲୀ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଭାରତର ପଡୋଶୀ ଦେଶ ଆଫଗାନିସ୍ତାନ । ଶକ୍ତିଶାଳୀ ଭୂକମ୍ପରେ ନାଙ୍ଗରହାର ପ୍ରୋଭିନ୍ସର ଜଲାଲାବାଦ ଥରି ଉଠିଛି । ରିକ୍ଟର ସ୍କେଲରେ ୬.୩ ତୀବ୍ରତା ରେକର୍ଡ ହୋଇଛି । ରିପୋର୍ଟ ଲେଖାଯିବ ସୁଦ୍ଧା ୬୨୨ ଜଣଙ୍କର ମୃତ୍ୟୁ ହୋଇଛି । ୧୫୦୦ରୁ ଅଧିକ ଆହତ ହୋଇଛନ୍ତି । କିଛି ଘର ଛାତ ଭୁଶୁଡି ପଡିଥିବା ସୂଚନା ମିଳିଛି । ଦିଲ୍ଲୀ-ଏନ୍‌ସିଆର ଓ ପାକିସ୍ତାନରେ ମଧ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।ଆମେରିକା ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମା ନିକଟରେ ପୂର୍ବ ଆଫଗାନିସ୍ତାନରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ୟୁଏସଜିଏସ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନାଙ୍ଗରହାର ପ୍ରଦେଶର ଜଲାଲାବାଦ । ଏହାର ଗଭୀରତା ୮ କିଲୋମିଟର ରହିଛି ।ପୂର୍ବ ପ୍ରଦେଶ ନାଙ୍ଗରହାରରେ ୬୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫୦୦ରୁ ଅଧିକ ଆହତ ହୋଇଛନ୍ତି । ଉଦ୍ଧାରକାର୍ୟ୍ୟ ଜାରି ରହିଛି ।
ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଝଟକା ଭାରତର ଅନେକ ସ୍ଥାନରେ, ବିଶେଷକରି ଦିଲ୍ଲୀ-ଏନସିଆରରେ ମଧ୍ୟ ଅନୁଭୂତ ହୋଇଛି । ଏହା ବ୍ୟତୀତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା ଲାଗିଛି । ପ୍ରାୟ ୨୦ ମିନିଟ୍ ପରେ, ସେହି ପ୍ରଦେଶରେ ଦ୍ୱିତୀୟ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ୪.୫ ଏବଂ ଗଭୀରତା ୧୦ କିଲୋମିଟର ଥିଲା । ରବିବାର ସ୍ଥାନୀୟ ସମୟ ରାତି ୧୧ଟା ୪୭ ମିନିଟ୍‌ରେ ଭୂକମ୍ପ ଝଟକା ଲାଗିଥିଲା ।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ