ଆମେରିକା ନିଜ ବ୍ୟବହାର ନ ସୁଧାରିବା ପର୍ଯ୍ୟନ୍ତ ହର୍ମୁଜ ଖୋଲାଯିବ ନାହିଁ : ଇରାନ

ତେହରାନ : ମଧ୍ୟପ୍ରାଚ୍ୟରୁ ଉତ୍ତେଜନା କେବେ ହ୍ରାସ ପାଇବ ତାହାକୁ ନେଇ ନାନା ଆଶଙ୍କା ଦେଖା ଦେଇଛି। ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ବିଶ୍ବରେ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ଜଟିଳ ହେବାରେ ଲାଗିଛି। ଆମେରିକାର ନାକାବନ୍ଦୀ ଓ ଇରାନର ଧମକ ମଧ୍ୟରେ ଜାହାଜ ଗୁଡ଼ିକ ହର୍ମୁଜ ପ୍ରଣାଳୀ ପାର କରିବାକୁ ଭୟ କରୁଛନ୍ତି। ହର୍ମୁଜରେ ୟୁଏଇର ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼, ହୁତି ବିଦ୍ରୋହୀଙ୍କ ଉପରେ ୟେମେନ କାର୍ଯ୍ୟାନୁଷ୍ଠାନ ସ୍ଥିତିକୁ ଅଧିକ ଗମ୍ଭୀର କରିଦେଇଛି। ଏପରି ସମୟରେ ହର୍ମୁଜ ଖୋଲିବା ପାଇଁ ଇରାନ କଠିନ ସର୍ତ୍ତ ରଖିଛି। ଆମେରିକା ନିଜ ବ୍ୟବହାର ନ ସୁଧାରିବା ପର୍ଯ୍ୟନ୍ତ ହର୍ମୁଜ ଖୋଲାଯିବ ନାହିଁ ବୋଲି ଇରାନର ‘ଶୀର୍ଷ ଜାତୀୟ ସୁରକ୍ଷା ପରିଷଦ’ କହିଛି। ଏହି ସର୍ତ୍ତ ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହର୍ମୁଜର ପରିଚାଳନାକୁ ନେଇ ଚାଲିଥିବା ଆଲୋଚନାକୁ ଅଧିକ କଠୋର କରିଦେବ ବୋଲି କୁହାଯାଉଛି।

ଇରାନ ସୁରକ୍ଷା ପରିଷଦର ସମ୍ପାଦକ ମହମ୍ମଦ ବାଘେର ଜୋଲଘାଦର ସର୍ତ୍ତ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ତେହରାନକୁ ଆମେରିକା ଧମକ ଦେବା ବନ୍ଦ କରୁ। ହର୍ମୁଜ ପ୍ରଣାଳୀରୁ ସମ୍ପୂର୍ଣ୍ଣ ଭାବେ ନାକାବନ୍ଦୀ ବନ୍ଦ କରୁ। ଏହି କ୍ଷେତ୍ରରେ ଥିବା ନିଜ
ସଶସ୍ତ୍ର ବାହିନୀକୁ ପ୍ରତ୍ୟାହାର କରି ଇରାନ ବନ୍ଦର ଗୁଡ଼ିକରୁ ଗତିରୋଧ ହଟାଉ। ଅଞ୍ଚଳରେ ଥିବା ନିଜ ବନ୍ଧୁ ରାଷ୍ଟ୍ରରୁ ମଧ୍ୟ ଆମେରିକା ସୈନ୍ୟ ଅପସାରଣ କରୁ। ଇରାନରୁ ସମ୍ପୂର୍ଣ୍ଣ କଟକଣା ହଟାଇ ଯୁଦ୍ଧ ପାଇଁ କ୍ଷତିପୂରଣ ପ୍ରଦାନ କରିବାକୁ ହେବ। ଜବତ କରିଥିବା ଇରାନ ସମ୍ପତ୍ତିକୁ ବିନା ସର୍ତ୍ତରେ ମୁକ୍ତ କରିବାକୁ ପଡ଼ିବ। ତେବେ ଏହି ସର୍ତ୍ତ ଉପରେ ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ପୂର୍ବରୁ ଇରାନ ସହ ଚୁକ୍ତି ହେବାକୁ ଯାଉଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ। ମାତ୍ର ଇରାନ ଏହାକୁ ଖଣ୍ଡନ କରି ଦେଇଥିଲା। ସେପଟେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଜଳପଥର ପରିଚାଳନା ଲାଗି ଓମାନ ସହ ଏକ ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛି ବୋଲି ଇରାନ ପକ୍ଷରୁ କୁହାଯାଇଥିଲା। ଏ ଦିଗରେ ଆଲୋଚନା ଜାରି ରହିଥିବା ଓମାନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

  • Related Posts

    ଝାଡ଼ଖଣ୍ଡରେ ଜିଦରେ ଅଟଳ ଛାତ୍ରଛାତ୍ରୀ, ଆଜି ବିଧାନସଭା ଘେରାଉ

    ରାଞ୍ଚି (ଝାଡ଼ଖଣ୍ଡ): JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ଦୀର୍ଘ 17 ଦିନ ଧରି ଝାଡ଼ଖଣ୍ଡରେ ଛାତ୍ର ଅନ୍ଦୋଳନ ଚାଲିଛି । ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ସରକାର ଓ ଛାତ୍ରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିନାହିଁ । ଛାତ୍ରଛାତ୍ରୀମାନଙ୍କ…

    Continue reading
    ହେମନ୍ତ ସୋରେନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି

    ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଛାତ୍ରମାନେ ବର୍ତ୍ତମାନ ବିଶାଳ ପ୍ରତିବାଦ କରୁଛନ୍ତି, ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ବିରୋଧ କରି ଅନେକ ଲୋକ ଅନଶନ କରୁଛନ୍ତି। ଏହି ଆନ୍ଦୋଳନ ଅନେକ ଦିନ ଧରି ଚାଲିଛି, ଏବଂ ସରକାର ଛାତ୍ରମାନଙ୍କ ସହିତ ଆଲୋଚନା କରିବାକୁ ଚେଷ୍ଟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ