କଣ୍ଟାବାଞ୍ଜି: ସିଲ୍ ହେଲା ବଲାଙ୍ଗୀର ଜିଲ୍ଲାର ଜଣାଶୁଣା ସିନେମାହଲ। ପୁଲିସ ଓ ତହସିଲଦାରଙ୍କ ତନାଘନା ତଦନ୍ତ ପରେ ସିନେମାହଲକୁ ସିଲ୍ କରାଯାଇଛି। ବେଳପଡା ବ୍ଳକ ସ୍ଥିତ ଲଥାକେନ୍ଦ ଗାଁ ପାଖରେ ଥିବା ଆଲିସାନ ସିନେମାହଲରେ ପ୍ରଶାସନ ଚଢ଼ାଉ କରଥିଲା। ଲାଇସେନ୍ସକୁ ନେଇ ତନାଘନା କରିଥିଲା ପ୍ରଶାସନ। ହଲ ଭିତରେ ବେଳପଡା ତହସିଲଦାର, ପୁଲିସ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗର ମିଳିତ ଯାଞ୍ଚ ଚାଲିଛି। ସିନେମାହଲର ଲାଇସେନ୍ସକୁ ଠିକ ଭାବରେ ରିନୁଆଳ କରୁ ନ ଥିବା ଜଣାପଡିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଯାଞ୍ଚ ହୋଇଥିବା ସୂଚନା।
ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା
ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…




