ଆସାମରେ ପ୍ରକୃତିର ତାଣ୍ଡବ; ବନ୍ୟା ପ୍ରଭାବରେ ମୃତ୍ୟୁ ସଂଖ୍ୟା 62କୁ ବୃଦ୍ଧି

ଆସାମ: ଆସାମରେ ପ୍ରକୃତିର ତାଣ୍ଡବ । ବନ୍ୟା ବିଭୀଷିକା ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଗତ 24 ଘଣ୍ଟା ମଧ୍ୟରେ 21 ଜଣଙ୍କ ମୃତ୍ୟୁ ହୋଇଛି । ଆସାମ ବନ୍ୟାରେ ମୃତକଙ୍କ ସଂଖ୍ୟା 62ରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆ ‘X’ରେ ଲେଖିଛନ୍ତି, “ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ଏବେ 62ରେ ପହଞ୍ଚିଛି । ଭଗବାନ ଦିବଙ୍ଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ ।”
ଆସାମରେ ପ୍ରବଳ ବନ୍ୟା ଯୋଗୁଁ ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ଅନେକ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ପାରିନଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ଆଶଙ୍କା ରହିଛି । ଆସାମର ବିଭିନ୍ନ ସ୍ଥାନରେ ନିର୍ମିତ 162ଟି ବନ୍ୟା ଆଶ୍ରୟସ୍ଥଳୀରେ 41 ହଜାରରୁ ଅଧିକ ଲୋକ ବର୍ତ୍ତମାନ ଆଶ୍ରୟ ନେଇଛନ୍ତି ।

ମୁଖ୍ଯମନ୍ତ୍ରୀ କହିଛନ୍ତି,”ପରିସ୍ଥିତି ଏବେ ବି ଗମ୍ଭୀର ରହିଛି, 2000ରୁ ଅଧିକ ଗାଁରେ ପ୍ରାୟ 11 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ମନ୍ତ୍ରୀମାନେ ରିଲିଫ୍ କାର୍ଯ୍ୟ ତଦାରଖ କରୁଛନ୍ତି । ମୁଁ 2-3 ଦିନ ମଧ୍ୟରେ ପୁଣି ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଗସ୍ତ କରି ରିଲିଫ୍ ପଦକ୍ଷେପଗୁଡ଼ିକ ବ୍ୟକ୍ତିଗତ ଭାବରେ ତଦାରଖ କରିବି । ବନ୍ୟା ଚ୍ୟାଲେଞ୍ଜକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବା ପାଇଁ ଜିଲ୍ଲାଗୁଡ଼ିକୁ ପ୍ରାୟ 111 କୋଟି ଟଙ୍କା ପ୍ରଦାନ କରାଯାଇସାରିଛି, ଏବଂ ଆବଶ୍ୟକ ହେଲେ ଆମେ ଏହାକୁ ବୃଦ୍ଧି କରିବୁ ।”

ମୁଖ୍ୟମନ୍ତ୍ରୀ ଶର୍ମାଙ୍କ ସୂଚନା ଅନୁସାରେ, ଲୋକଙ୍କୁ 14,000 କ୍ୱିଣ୍ଟାଲରୁ ଅଧିକ ଚାଉଳ, 2000 କ୍ୱିଣ୍ଟାଲ ଡାଲି, 58,820 ଲିଟର ସୋରିଷ ତେଲ ସମେତ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ରୋଗର ସମ୍ଭାବ୍ୟ ପ୍ରକୋପକୁ ରୋକିବା ଏବଂ ପ୍ରଭାବିତଙ୍କ ତୁରନ୍ତ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ, ପଶୁପାଳନ ବିଭାଗର ମୋବାଇଲ୍ ୟୁନିଟ୍ ପ୍ରତ୍ୟେକ ସ୍ଥାନରେ ଉପସ୍ଥିତ ଅଛନ୍ତି । ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଏକ କେନ୍ଦ୍ରୀୟ ଦଳ ଖୁବ୍ ଶୀଘ୍ର ଆସାମ ଗସ୍ତ କରିବେ । ଟିମ୍‌ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା କରିବେ ଏବଂ ତୁରନ୍ତ ଏକ ମୋବାଇଲ୍ ଆପ୍ ମାଧ୍ୟମରେ କ୍ଷୟକ୍ଷତିର ଆକଳନ କରି ଅପଲୋଡ୍ କରିବେ ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, “ବନ୍ୟାରେ ଫସି ରହିଥିବା ଆମର 100 ପ୍ରତିଶତ ଲୋକଙ୍କ ପାଖରେ ଆମେ କିପରି ପହଞ୍ଚିପାରିବା ଏବଂ ବାୟୁ ପାତ ପଦ୍ଧତିକୁ ସୁଗମ କରିପାରିବା ସେ ବିଷୟରେ ମୁଁ ଭାରତୀୟ ସେନା ଏବଂ ଭାରତୀୟ ବାୟୁସେନାର ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିବି ।”

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ