ଆସୁଛି ବଡ଼ ଲଘୁଚାପ

ଭୁବନେଶ୍ୱର: ଆସୁଛି ବଡ଼ ଲଘୁଚାପ । ପ୍ରବଳ ବର୍ଷା ଅଜାଡ଼ିବ ଓଡ଼ିଶାରେ । ଜୁଲାଇ ପହିଲାରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି । ଏହି ସୂଚନା ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଜୁଲାଇ ୨ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ତା’ ପରଦିନ ଅଧିକ ଘନୀଭୂତ ହୋଇ ଅବପାତ (ଡିପ୍ରେସନ) ରୂପ ନେବା ସମ୍ଭାବନା ଅଛି । ଏହାପରେ ଆହୁରି ବଳ ଜୁଟାଇ ୪ ବେଳକୁ ଗଭୀର ଅବପାତ (ଡିପ୍ ଡିପ୍ରେସନ)ରେ ପରିଣତ ହୋଇପାରେ। ୧ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ସମ୍ଭାବନା ଅଛି । ୧ରୁ ୫ ଯାଏଁ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ୨ ଓ ୩ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ତାରିଖ ଯାଏଁ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ସମ୍ଭାବ୍ୟ ଲଘୁଚାପ ୪ ତାରିଖବେଳକୁ ଉତ୍ତର ଓଡ଼ ିଶା ନିକଟରେ ସ୍ଥଳଭାଗରେ ପ୍ରବେଶ କରିପାରେ । ବାଲେଶ୍ୱର କିମ୍ବା ଝାଡ଼ଖଣ୍ଡ ଆଡ଼କୁ ଏହାର ଗତି ରହିପାରେ । ବର୍ତ୍ତମାନ ଜୁଲାଇ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଏଭଳି ବଡ଼ ବର୍ଷା ହେଲେ ଯାଇ ରାଜ୍ୟରେ ତାତି ପ୍ରକୋପ କମିପାରେ ।

ପାଣିପାଗ ବିଭାଗ ରିପୋର୍ଟରୁ ଜଣାପଡ଼ିଛି, ମୌସୁମୀ ଆଗମନ ସତ୍ତେ୍ୱ ଏଯାଏ ରାଜ୍ୟରେ ବ୍ୟାପକ ବର୍ଷା ହୋଇନାହିଁ । ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି ୫୨% ବର୍ଷା କମ୍ ରହିଛି । ହେବା କଥା ୧୮୧.୬ ମିଲିମିଟର, ହୋଇଛି ମାତ୍ର ୮୭ ମିମି । ମୋଟାମୋଟି ପୂରା ରାଜ୍ୟରେ ବର୍ଷା ଅଭାବ ସ୍ଥିତି । ୧୧ ଜିଲ୍ଲାରେ ୬୦%ରୁ ୭୬% ପର୍ଯ୍ୟନ୍ତ ବର୍ଷା ନିଅଣ୍ଟିଆ ରହିଛି । ଦେବଗଡ଼ରେ ୭୬%, ସମ୍ବଲପୁରରେ ୭୩%, କଳାହାଣ୍ଡିରେ ୭୨%, ସୁନ୍ଦରଗଡ଼ରେ ୭୦%, ମାଲକାନଗିରିରେ ୬୯%, ପୁରୀରେ ୬୫%, ଅନୁଗୁଳରେ ୬୪%, ବଲାଙ୍ଗିରରେ ୬୪%, ବୌଦ୍ଧରେ ୬୪%, ନୂଆପଡ଼ାରେ ୬୩%, ଯାଜପୁରରେ ୬୩% ବର୍ଷା ସ୍ୱାଭାବିକଠାରୁ ନିଅଣ୍ଟିଆ ରହିଛି । ଏହାବାଦ୍ ଆଉ ୧୭ଟି ଜିଲ୍ଲାରେ ବି ବର୍ଷା କମ୍ ରହିଛି । ବିଶେଷ ବର୍ଷା ନଥିବାରୁ ଗରମ ଓ ଗୁଳୁଗୁଳି ପ୍ରକୋପ ନାକେଦମ କରୁଛି । ଉପକୂଳ ଓଡ଼ିଶାରେ ଆର୍ଦ୍ରତା ମାତ୍ରା ଅଧିକ ଥିବାରୁ ଭୀଷଣ ଗୁଳୁଗୁଳି ଲାଗି ରହିଛି ।

ପାଣିପାଗ ବିଭାଗ କହିଛି, ୩୦ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ । ଆସନ୍ତା ଦୁଇଦିନ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ୩୦ରୁ ଅଧିକାଂଶ ଜାଗାରେ ବର୍ଷା ହୋଇପାରେ ।

  • Related Posts

    ମା ରମ୍ଭାଦେବୀଙ୍କ ଯାତ୍ରା,ବହୁ ଶ୍ରଦ୍ଧାଳୁଙ୍କ ସମାଗମ

    ଦେବଗଡ଼:ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ବାସୁଦେବପୁର ଗ୍ରାମରେ ମାଆ ରମ୍ଭାଦେବୀଙ୍କ ପ୍ରସିଦ୍ଧ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି।ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଜାତି ଧର୍ମ ନିର୍ବିଶେଷରେ ବହୁ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା।ସୂଚନା ଅନୁଯାୟୀ,ଅରଣ୍ୟବେଷ୍ଟିତ ପାହାଡ ଗୁମ୍ଫାରେ ମା ପୂଜା…

    Continue reading
    ପେପର୍ ଲିକ୍ ଘଟଣା: କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

    ଦେବଗଡ଼:ନିଟ ଓ ସିବିଏସଇ ପେପର୍ ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିବା ସହ ତାଙ୍କର ଇସ୍ତଫା ଦାବି କରିଛି କଂଗ୍ରେସ। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ