ଆସୁଥିବା ବାତ୍ୟାର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ସରକାର : ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର : ବଙ୍ଗୋପସାଗରରେ ଦକ୍ଷିଣପୂର୍ବରେ ଏକ ଅବପାତ ସୃଷ୍ଟି ହେବା ନେଇ IMD ଅବଗତ କରିଛି।ବାତ୍ୟା ଆନ୍ଧ୍ର ମୁହାଁ ଥିବା ସହ ଦକ୍ଷିଣ ଓଡ଼ିଶା ପ୍ରଭାଵିତ ହେବା ନେଇ IMD ପୂର୍ବ ଆକଳନ କରିଛି । IMDର ଆକଳନ ଅବପାତ ସୃଷ୍ଟି ହୋଇଛି ପରେ ଏହା ଗଭୀର ଅବପାତରେ ପରିଣତ ହେବ। ଅର୍ଣ୍ଣବ ଠାରୁ ଏହା ତଳକୁ ହିଟ୍ କରିବ ବୋଲି ସମ୍ଭାବନା ଅଛି। ସେହି ଅନୁସାରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ବୋଲି ସୁରେଶ୍ ପୂଜାରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସଚିବ ମାନଙ୍କ ଉପସ୍ଥିତିରେ ଆସୁଥିବା ବାତ୍ୟାର ସମୀକ୍ଷା ମଧ୍ୟ କରିଛନ୍ତି ।

ଆସୁଥିବା ବାତ୍ୟାରେ ଅଧିକ ଭୂସ୍ଖଳନ ହେବା ଆଶଙ୍କା କରୁଛୁ ।ଏଥିପାଇଁ ପାହାଡ ତଳେ ରହିଥିବା ଲୋକଙ୍କୁ ଆସନ୍ତାକାଲି ଠାରୁ ସ୍ଥାନାନ୍ତର କରିବା ଆରମ୍ଭ ହେବ । ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ଘର ଛାଡ଼ି ନିରାପଦ ସ୍ଥାନକୁ ଆସିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି। ତାଙ୍କ ଘରର ସୁରକ୍ଷା ଦାୟିତ୍ବ ପୋଲିସର ବୋଲି ସେ କହିଛନ୍ତି। ଅନେକ ଅଫିସର୍ ଗଞ୍ଜାମ ଯାଇଛନ୍ତି ସ୍ଥିତି ଦେଖିବାକୁ। ସ୍ଥିତି କେମିତି ଠିକ୍ କରାଯିବ। ଆସୁଥିବା ବାତ୍ୟା କେମିତି କ୍ଷତି ନହେବ ସେ ନେଇ ଆଲୋଚନା ଚାଲିଛି ।

ଆସୁଥିବା ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅର୍ଣ୍ଣବର ଅଭିଜ୍ଞତା ନେଇ ପ୍ରସ୍ତୁତି ହୋଇଛି। ୧୩ ଟି ଭୂସ୍ଖଳନ ଗଜପତି ଜିଲ୍ଲାରେ ଓ କନ୍ଧମାଳରେ ଭୂସ୍ଖଳନ ବଡ କ୍ଷତି ହୋଇଛି। ଜୀବନ ସବୁଠାରୁ ମୂଲ୍ୟବାନ୍ । ଘର, ସମ୍ପତ୍ତିର କ୍ଷତି ପୂରଣ ଦେବା ପାଇଁ ଓଡିଶାରେ ପର୍ଯ୍ୟାପ୍ତ ପରିମାଣର ପଇସା ଅଛି। କ୍ଷତି ପୂରଣ ପ୍ୟାକେଜ ନେଇ ଶୀଘ୍ର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ବନ୍ୟାରେ ଜାତୀୟ ରାଜପଥର ବହୁତ କ୍ଷତି ହୋଇଛି। ସେଥିପାଇଁ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଏନଏଚଆଇ ଅଧିକାରୀ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିଦେଇଛନ୍ତି।ଋଷିକୁଲ୍ୟାର ମୁହାଣ ଗୁଡ଼ିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବାକୁ ପଡିବ। ସେଥିପାଇଁ ଅଫିସର ମାନେ ନିୟୋଜିତ ଅଛନ୍ତି। ଦୀର୍ଘମିଆଦି ଯୋଜନା କାରାଯିବ। ଭବିଷ୍ୟତରେ କେମିତି ତାର ପ୍ରକୋପ କମା ଯାଇ ପାରିବ ସେଥିପାଇଁ କାମ କାରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

  • Related Posts

    ରେଡ୍‌କ୍ରସ୍‌ ପାଣ୍ଠି ଆତ୍ମସାତ୍‌ ଅଭିଯୋଗ, ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ଗିରଫ

    ବ୍ରହ୍ମପୁର: ସରକାରୀରେଡ୍‌କ୍ରସ୍‌ ପାଣ୍ଠିର ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସଗଞ୍ଜାମଜିଲ୍ଲା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ (ଏସ୍‌ଆର୍‌ଏ) ସଦାଶିବ ପ୍ରଧାନଙ୍କୁ ଗିରଫ କରିଛି। ସେ ବର୍ତ୍ତମାନ ସୁରଡ଼ା ତହସିଲ କାର୍ଯ୍ୟାଳୟରେ…

    Continue reading
    ଜେଲ୍ ଡିଜି ପଦରୁ ହଟିଲେ ସୁଶାନ୍ତ ନାଥ

    ଆଇପିଏସ ସ୍ତରରେ ହୋଇଛି ଅଦଳ ବଦଳ। ଜେଲ୍‌ ଡିଜି ପଦରୁ ୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ସୁଶାନ୍ତ କୁମାର ନାଥଙ୍କୁ ହଟାଇ ଦିଆଯାଇଛି। ତାଙ୍କୁ ଓଏସ୍‌ଡି ଭାବେ ଗୃହ ବିଭାଗକୁ ବଦଳି କରାଯାଇଛି। ରବିବାର ଏନେଇ ଗୃହ ବିଭାଗରୁ ବିଜ୍ଞପ୍ତି ପ୍ରକାଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି