ଭୁବନେଶ୍ୱର: କମିସନରେଟ୍ ପୁଲିସ ଓ ନମନ ‘ଫାଉଣ୍ଡେସନ୍ ପକ୍ଷରୁ ଭୁବନେଶ୍ୱରର ସ୍ଥିତ ରେଳ ଅଡିଟୋରିୟମ୍ରେ ଆୟୋଜିତ ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ’କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଦିନକୁ ଦିନ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରୁ ବୃଦ୍ଧି ପାଉଥିବା ଆତ୍ମହତ୍ୟା ପ୍ରବଣତା ପାଇଁ ଚିନ୍ତାପ୍ରକାଶ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ୟାର ସମାଧାନ ଆତ୍ମହତ୍ୟା ନୁହେଁ, ଜୀବନରେ ଶୃଙ୍ଖଳିତ ହେବା ଜରୁରୀ ବୋଲି ବାର୍ତ୍ତା ଦେଇଛନ୍ତି । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୀବନରେ ଯେକୌଣସି ମୁହୁର୍ତ୍ତରେ ବି କଷ୍ଟ ଆସିବ ହେଲେ ଏହାକୁ ସମ୍ମୁଖିନ ହୋଇ ଆଗକୁ ବଢ଼ିବା ହିଁ ଜୀବନ । ଜୀବନର ଏହି ଆହ୍ୱାନକୁ ସାମ୍ନା କରିବା ଓ ଆତ୍ମହତ୍ୟା ରୋକିବା ପାଇଁ ଆମେ ସଚେତନ ହେବା ସହ ଅନ୍ୟଙ୍କୁ ସଚେତନ କରିବା ଜରୁରୀ । ଏହି ଅବସରରେ ଅଭିନେତା ସବ୍ୟସାଚୀ ମିଶ୍ର, ଶୈଳେନ୍ଦ୍ର ସାମନ୍ତରାୟ, ଅଭିନେତ୍ରୀ ଦିବ୍ୟା ମହାନ୍ତି, ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଓ ମନସ୍ତତ୍ତ୍ୱବିତ୍ ଡକ୍ଟର ଅମୃତ ପାଟଯୋଶୀଙ୍କ ସହ ଲାଇଭ୍ ଆଲୋଚନା ହୋଇଥିଲା । ‘ଓଡ଼ିଆ କଳାକର୍ଣ୍ଣକା ସ୍ୱର’ ଦ୍ୱାରା ଆତ୍ମହତ୍ୟା ପରେ ଶାନ୍ତି ଆଶା କରୁଥିବା ଏକ ଆତ୍ମା କିପରି ଅନୁତାପ ଓ ଯନ୍ତ୍ରଣାରେ ଜର୍ଜରିତ ନାଟକ ମାଧ୍ୟମରେ ପରିବେଷଣ କରାଯାଇଥିଲା ।
ଅପାରଗ ବାବୁଙ୍କୁ ହଟାଇବାକୁ ହେବ ସ୍ବତନ୍ତ୍ର ଅଭିଯାନ
ଭୁବନେଶ୍ବର: ଅଗଷ୍ଟ ୭ ଭିତରେ ସମସ୍ତ ବିଭାଗୀୟ ମୁଖ୍ୟ ସେମାନଙ୍କ ବିଭାଗର ଅପାରଗ ବାବୁଙ୍କ ତାଲିକା ଦେବାକୁ କୁହାଯାଇଥିଲା। ହେଲେ ଅଧିକାଂଶ ବିଭାଗ ତାଲିକା ଦେଲେନି। ଯେତିକି ବିଭାଗ ତାଲିକା ଦେଲେ ସେଥିରେ ଅପାରଗ ବାବୁ ନାହାନ୍ତି ବୋଲି ଲେଖିଛନ୍ତି। ବାସ୍ତବରେ…