ଭୁବନେଶ୍ୱର:ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ କାର୍ଡରେ ହେବ। ଏଥିସହ ଡାକ୍ତରଖାନାରୁ ଛାଡ଼ ପାଇବାର ୧୫ ଦିନ ଯାଏ କୌଣସି ପ୍ରକାର ଚିକିତ୍ସା, ପରାମର୍ଶ, ଔଷଧ, ପରୀକ୍ଷା ପାଇଁ ମଧ୍ୟ ଅର୍ଥ ଦେବାକୁ ପଡ଼ିବନାହିଁ। ସେହିପରି ଅେସ୍ତ୍ରାପଚାର ହୋଇଥିବା ରୋଗୀଙ୍କୁ ପରବର୍ତ୍ତୀ ଚିକିତ୍ସା ମଧ୍ୟ ଏହି ଯୋଜନାରେ ବିନା ମୂଲ୍ୟରେ ମିଳିବ। କୌଣସି ଅନୁବନ୍ଧିତ ଡାକ୍ତରଖାନା ଏହି ନିୟମ ବିରୋଧରେ ଯାଇ ରୋଗୀଙ୍କ ଠାରୁ ଅର୍ଥ ଦାବି କରିପାରିବେ ନାହିଁ। ଏହି ମର୍ମରେ ରାଜ୍ୟ ସ୍ବାସ୍ଥ୍ୟ ବୀମା ସମିତିର ସିଇଓ ଡା. ବୃନ୍ଦା ଡି. ସମସ୍ତ ଅନୁବନ୍ଧିତ ଡାକ୍ତରଖାନାକୁ ପତ୍ର ଲେଖି ଅବଗତ କରିଛନ୍ତି। ଡାକ୍ତରଖାନା ପକ୍ଷରୁ ରୋଗୀଙ୍କୁ ଆବଶ୍ୟକ ଔଷଧ ଯୋଗାଇବା ସହିତ ଡିସ୍ଚାର୍ଜ ପରବର୍ତ୍ତୀ ୧୫ ଦିନ ମଧ୍ୟରେ ଆବଶ୍ୟକ ପୁନଃ ପରାମର୍ଶ ଓ ପରୀକ୍ଷା ସମ୍ପୂର୍ଣ୍ଣ ନିଃଶୁଳ୍କ ପ୍ରଦାନ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ନିର୍ଦେଶନାମାର ଉଲ୍ଲଙ୍ଘନ କରୁଥିବା ଡାକ୍ତରଖାନା ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସମିତି ପକ୍ଷରୁ ଏହି ପ୍ରତରେ ସ୍ପଷ୍ଟ କରାଯାଇଛି।
ଟ୍ରେନରୁ ଖସି ଯୁବକ ମୃତ
ଦିଗପହଣ୍ଡି: ଟ୍ରେନରୁ ଖସି ଯୁବକ ମୃତ। ବ୍ରହ୍ମପୁର ରେଳ ଷ୍ଟେସନରେ ଅଘଟଣ ଘଟିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଚାଞ୍ଚଡାପଲ୍ଲୀ ଗାଁର ସାଗର ଜେନା ନାମକ ଯୁବକଙ୍କ ଟ୍ରେନରୁ ଖସି ମୃତ୍ୟୁ ହୋଇଛି। ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ…


