ଇଣ୍ଡିଆ ମେଣ୍ଟକୁ ନେଇ ଏହା କହିଲେ ଶରଦ ପାୱାର

ନୂଆଦିଲ୍ଲୀ: କେବଳ ଜାତୀୟ(ଲୋକସଭା) ନିର୍ବାଚନ ପାଇଁ ଗଠନ ହୋଇଥିଲା ‘ଇଣ୍ଡିଆ’ ମେଣ୍ଟ। ଏଭଳି କହିଛନ୍ତି ବିରୋଧୀ ମେଣ୍ଟର ବରିଷ୍ଠ ସଦସ୍ୟ ଶରଦ ପାୱାର। ଲୋକସଭାରେ ବିଜେପିକୁ ମାତ ଦେବା ପାଇଁ ଗଠନ ହୋଇଥିବା ବିରୋଧୀ ମେଣ୍ଟରେ ସବୁକିଛି ଠିକ ଚାଲିନଥିବା ଚର୍ଚ୍ଚା ଜୋର ଧରିଥିବାବେଳେ ଶରଦ ପାୱାରଙ୍କ ଏଭଳି ପ୍ରତିକ୍ରିୟା ଜାତୀୟ ରାଜନୀତିକୁ ସରଗରମ କରିଛି।

ଶରଦ ପାୱାର କହିଛନ୍ତି ଯେ ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଇଣ୍ଡିଆ ମେଣ୍ଟରେ କୌଣସି ଆଲୋଚନା ହୋଇନଥିଲା। ତେବେ ଆମେ ସମସ୍ତେ ଆଗାମୀ ୧୦ ଦିନ ଭିତରେ ଏକାଠି ହେବୁ ଏବଂ ଆଞ୍ଚଳିକ ନିର୍ବାଚନ ବିଷୟରେ ଆଲୋଚନା କରିବୁ ବୋଲି କହିଛନ୍ତି ଶରଦ ପାୱାର। ଦିଲ୍ଲୀରେ ଆପ୍ ଓ କଂଗ୍ରେସ ପରସ୍ପର ବିରୋଧରେ ଲଢ଼ିବା ବିଷୟରେ ପାୱାର କହିଛନ୍ତି ଯେ, କେବଳ ଜାତୀୟ(ଲୋକସଭା) ନିର୍ବାଚନ ପାଇଁ ଗଠନ ହୋଇଥିଲା ‘ଇଣ୍ଡିଆ’ ମେଣ୍ଟ। ଦିଲ୍ଲୀ ହେଉଛି ଅରବିନ୍ଦ କେଜ୍ରିୱାଲଙ୍କ ଗଡ଼। ସେଠାରେ ଲୋକ ତାଙ୍କୁ ଦୁଇଥର ବହୁମତ ଦେଇଛନ୍ତି। ତେଣୁ ଯଦି ସେଠାରେ ସେ ଆତ୍ମବିଶ୍ୱାସର ସହ ଏକା ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି, ଏହା ବହୁତ ଭଲ।

  • Related Posts

    ଭୁବନେଶ୍ବର ଫେରିଲେ କଂଗ୍ରେସ ବିଧାୟକ

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହଟାଅ ଅଭିଯାନରେ ଦିଲ୍ଲୀ ଯାଇଥିବା କଂଗ୍ରେସର ୫ ବିଧାୟକ ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିଛନ୍ତି। ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ,…

    Continue reading
    ପୋଲିସ ଆଇନର ରକ୍ଷକ ନୁହେଁ, ସତ୍ତାର ସୁରକ୍ଷା କର୍ମୀ:କଂଗ୍ରେସ

    ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ପୋଲିସର ନିର୍ଯାତନା ଏବଂ ଅର୍ଥ ଆଦାୟ ବିଷୟକୁ ନେଇ ଓଡିଶା ପୋଲିସ ପୁଣି ଥରେ କଳା କାରନାମା ରଚିଛି ଏବଂ ଏହାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ