ଇଣ୍ଡିଆ ମେଣ୍ଟକୁ ନେଇ ଏହା କହିଲେ ଶରଦ ପାୱାର

ନୂଆଦିଲ୍ଲୀ: କେବଳ ଜାତୀୟ(ଲୋକସଭା) ନିର୍ବାଚନ ପାଇଁ ଗଠନ ହୋଇଥିଲା ‘ଇଣ୍ଡିଆ’ ମେଣ୍ଟ। ଏଭଳି କହିଛନ୍ତି ବିରୋଧୀ ମେଣ୍ଟର ବରିଷ୍ଠ ସଦସ୍ୟ ଶରଦ ପାୱାର। ଲୋକସଭାରେ ବିଜେପିକୁ ମାତ ଦେବା ପାଇଁ ଗଠନ ହୋଇଥିବା ବିରୋଧୀ ମେଣ୍ଟରେ ସବୁକିଛି ଠିକ ଚାଲିନଥିବା ଚର୍ଚ୍ଚା ଜୋର ଧରିଥିବାବେଳେ ଶରଦ ପାୱାରଙ୍କ ଏଭଳି ପ୍ରତିକ୍ରିୟା ଜାତୀୟ ରାଜନୀତିକୁ ସରଗରମ କରିଛି।

ଶରଦ ପାୱାର କହିଛନ୍ତି ଯେ ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଇଣ୍ଡିଆ ମେଣ୍ଟରେ କୌଣସି ଆଲୋଚନା ହୋଇନଥିଲା। ତେବେ ଆମେ ସମସ୍ତେ ଆଗାମୀ ୧୦ ଦିନ ଭିତରେ ଏକାଠି ହେବୁ ଏବଂ ଆଞ୍ଚଳିକ ନିର୍ବାଚନ ବିଷୟରେ ଆଲୋଚନା କରିବୁ ବୋଲି କହିଛନ୍ତି ଶରଦ ପାୱାର। ଦିଲ୍ଲୀରେ ଆପ୍ ଓ କଂଗ୍ରେସ ପରସ୍ପର ବିରୋଧରେ ଲଢ଼ିବା ବିଷୟରେ ପାୱାର କହିଛନ୍ତି ଯେ, କେବଳ ଜାତୀୟ(ଲୋକସଭା) ନିର୍ବାଚନ ପାଇଁ ଗଠନ ହୋଇଥିଲା ‘ଇଣ୍ଡିଆ’ ମେଣ୍ଟ। ଦିଲ୍ଲୀ ହେଉଛି ଅରବିନ୍ଦ କେଜ୍ରିୱାଲଙ୍କ ଗଡ଼। ସେଠାରେ ଲୋକ ତାଙ୍କୁ ଦୁଇଥର ବହୁମତ ଦେଇଛନ୍ତି। ତେଣୁ ଯଦି ସେଠାରେ ସେ ଆତ୍ମବିଶ୍ୱାସର ସହ ଏକା ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି, ଏହା ବହୁତ ଭଲ।

  • Related Posts

    ବିଜେପିର ଦମ୍ଭୋକ୍ତି କୁଆଡ଼େ ଗଲା: ନବୀନ

    କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ନିର୍ବାଚନ ଘୋଷଣା କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି…

    Continue reading
    ପୁଣି ସକ୍ରିୟ ହେଲେ କି ପାଣ୍ଡିଆନ ?

    ପୁରୀ/ଭୁବନେଶ୍ବର: ସାଧାରଣ ନିର୍ବାଚନ 2024ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି ? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି