ଇପିଏଫ୍ଓ: କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ)ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ । ତେବେ ଏହି ସୀମା ବୃଦ୍ଧି ପରେ କମ୍ପାନିଗୁଡିକ କର୍ମଚାରୀଙ୍କ ବେତନରୁ ଅର୍ଥ କାଟିବା କିମ୍ବା ସିଟିସି ସହିତ ଆଡ୍‌ଜଷ୍ଟ କରିବା ପାଇଁ ଚେଷ୍ଟା କରିପାରନ୍ତି ବୋଲି ଚିନ୍ତା ପ୍ରକଟ କରାଯାଉଥିଲା । ଏହାକୁ ଧ୍ୟାନରେ ରଖି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ନିଯୁକ୍ତିଦାତାଙ୍କୁ ନିର୍ଦ୍ଦେଶରେ କହିଛନ୍ତି ଯେ, କର୍ମଚାରୀ ଘରକୁ ନେଉଥିବା ନେଟ୍ ଦରମାରେ କୌଣସି କାଣ୍ଟଛାଣ୍ଟ ହୋଇପାରିବ ନାହିଁ । ସରକାରୀ ନିୟମ ଅନୁସାରେ ନିଯୁକ୍ତିଦାତାଙ୍କ ଅଂଶଦାନ ବାଦ ଯେଉଁ ବେତନ କର୍ମଚାରୀ ପାଉଛନ୍ତି ସେଭଳି ବେତନ ଦିଆଯିବ ।

ମନ୍ତ୍ରଣାଳୟ ମୁତାବକ, ମାଲିକମାନେ ସେମାନଙ୍କ ସାମାଜିକ ସୁରକ୍ଷା ଯୋଗଦାନକୁ କେବଳ ସିଟିସିର ଏକ ଅଂଶ ଭାବେ ଦେଖାଇ କର୍ମଚାରୀଙ୍କ ପ୍ରାପ୍ୟରୁ କାଟିପାରିବେ ନାହିଁ । ଏହି ଅତିରିକ୍ତ ଅଂଶଦାନକୁ କମ୍ପାନିଗୁଡିକ ମାନବ ସମ୍ବଳ ପ୍ରତି ନିବେଶ ଭାବେ ଦେଖିବା ଉଚିତ । ଯାହାଦ୍ୱାରା କର୍ମଚାରୀଙ୍କ ସନ୍ତୋଷ ଓ କାର୍ଯ୍ୟଦକ୍ଷତା ବଢ଼ିବ । ନୂଆ ନିୟମ ଅନୁସାରେ ଯେଉଁ କର୍ମଚାରୀଙ୍କ ମାସିକ ମୂଳ ବେତନ ୧୫ରୁ ୨୫ ହଜାର ହୋଇଥିବ ସେମାନେ ବାଧ୍ୟତାମୂଳକ ଇପିଏଫ୍ ଏବଂ ପେନସର ଯୋଜନାର ଅନ୍ତର୍ଭୁକ୍ତ ହେବେ । କର୍ମଚାରୀଙ୍କ ନିଜସ୍ୱ ୧୨% ଯୋଗଦାନ ସମ୍ପୂର୍ଣ୍ଣ ଭାବେ ଇପିଏଫ୍ ଖାତାକୁ ଯିବ । ନିଯୁକ୍ତିଦାତାଙ୍କ ୧୨% ଯୋଗଦାନ ମଧ୍ୟରୁ ୮.୩୩% କର୍ମଚାରୀ ପେନସନ ଯୋଜନା (ଇପିଏସ୍) ଏବଂ ବାକି ଅଂଶ ଇପିଏଫ୍ ଖାତାରେ ଜମା ହେବ । ପୂର୍ବରୁ ୧୫ ହଜାର ଟଙ୍କାର ବେତନ ସୀମାରେ ମାସିକ ଅଂଶଦାନ ୧୮ ଶହ ଟଙ୍କା ଥିବା ବେଳେ ବର୍ତ୍ତମାନ ବର୍ଦ୍ଧିତ ୨୫ ହଜାର ସୀମାରେ ଏହା ୩ ହଜାର ଟଙ୍କା ରହିବ ।

ସରକାର ସ୍ପଷ୍ଟ କରିଛନ୍ତି ଯେ, କର୍ମଚାରୀମାନେ ଇପିଏଫ୍‌ରେ ଅଧିକ ଜମା କରିବା ଦ୍ୱାରା ଦୀର୍ଘମିଆଦୀ ଆୟକର ଛାଡ, ଅଧିକ ସୁଧ, ନିଶ୍ଚିତ ପେନସନ ଏବଂ ମାଗଣା ବୀମା ସୁବିଧା ପାଇବେ । ଅନ୍ୟପଟେ ନିଯୁକ୍ତିଦାତାଙ୍କ ଉପରେ ପଡ଼ୁଥିବା ଅତିରିକ୍ତ ବୋଝକୁ କମାଇବା ପାଇଁ ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧିନରେ ପ୍ରତ୍ୟେକ ନୁଆ ନିଯୁକ୍ତିପାଇଁ ମାସିକ ୩ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଯୋଗାଇ ଦେବେ । ଶ୍ରମ ମନ୍ତ୍ରଣାଳୟ ସମସ୍ତ ନିଯୁକ୍ତିଦାତାଙ୍କୁ ପରାମର୍ଶରେ କହିଛି ଯେ, ସେମାନେ ଆସନ୍ତା ବେତନ ଚକ୍ରକୁ ଅପେକ୍ଷା ନ କରି ତୁରନ୍ତ ୧୫ରୁ ୨୫ ହଜାର ସୀମା ମଧ୍ୟରେ ଥିବା କର୍ମଚାରୀଙ୍କୁ ଚିହ୍ନଟ କରିବା ସହ ନୂଆ ଯୋଜନାରେ ସାମିଲ କରନ୍ତୁ ।

  • Related Posts

    ରାଜନୀତିରେ ଏଣ୍ଟ୍ରି ମାରିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ

    ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓ ଶନିବାର ବାରାଣସୀଠାରେ ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏମ୍‌ ନାଗେଶ୍ୱର ରାଓ ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ପ୍ରଶାସନିକ କ୍ଷେତ୍ରରେ ପ୍ରାୟ ଚାରି ଦଶନ୍ଧି…

    Continue reading
    ‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ

    ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ