ଇରାନ ଉପରେ ମୁଁ କେବେ ବି ପରମାଣୁ ବୋମା ବ୍ୟବହାର କରିବି ନାହିଁ : ଟ୍ରମ୍ପ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ପରମାଣୁ ଆକ୍ରମଣ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ଇରାନ ଉପରେ ପରମାଣୁ ଆକ୍ରମଣ ନେଇ ଚିନ୍ତାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଖାରଜ କରିଛନ୍ତି । ପରମାଣୁ ବୋମା ଦ୍ୱାରା ଇରାନ ଉପରେ ଆକ୍ରମଣ କରିବେ କି ପଶ୍ନରେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ସେ ଇରାନ ସହିତ ଚାଲିଥିବା ଯୁଦ୍ଧକୁ ପରମାଣୁ ସଂଘର୍ଷରେ ପରିଣତ କରିବେ ନାହିଁ । ମୁଁ କେବେ ବି ପରମାଣୁ ବୋମା ବ୍ୟବହାର କରିବି ନାହିଁ କି କାହାକୁ ଏପରି କରିବାକୁ ଅନୁମତି ଦିଆଯିବ ନାହିଁ । ” କିନ୍ତୁ ଟ୍ରମ୍ପ ତେହେରାନକୁ ଚେତାବନୀ ଦେଇଛନ୍ତି ଯେ, ୱାଶିଂଟନ ସହିତ ଶାନ୍ତି ଚୁକ୍ତି ପାଇଁ ସମୟ ସରି ଆସୁଛି । ଇରାନୀ ଗଣମାଧ୍ୟମ ତେହେରାନ ଉପରେ ବିସ୍ଫୋରଣ ରିପୋର୍ଟ କରିବା ପରେ ଟ୍ରମ୍ପଙ୍କ ଚେତାବନୀ ଆସିଛି । ଆମେରିକା-ଇରାନ ଯୁଦ୍ଧବିରତି ପରେ ଏହା ପ୍ରଥମ ଏପରି ଘଟଣା । ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ।​​​​​​​

ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଥିଲେ ଏତେ ମୂର୍ଖତାପୂର୍ଣ୍ଣ ପ୍ରଶ୍ନ କାହିଁକି ପଚାରୁଛ ? ନା ମୁଁ ଏହାକୁ ବ୍ୟହହାର କରିବି ନାହି କି କେବେ ବି କାହାକୁ କାହା ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବାରୁ ଅନୁମତି ଦେବି ନାହିଁ । ପରମାଣୁ ଅସ୍ତ୍ର ବ୍ୟବହାର କରିବାର କୌଣସି ଯୋଜନା ନାହିଁ, କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ ଇସଲାମିକ୍ ଗଣରାଜ୍ୟ ପାରମ୍ପରିକ ଉପାୟ ଦ୍ୱାରା ସମ୍ପୂର୍ଣ୍ଣ ଧ୍ୱଂସ ହୋଇସାରିଛି । ମୁଁ ୪ ସପ୍ତାହରେ ଇରାନକୁ ପରାସ୍ତ କରିସାରିଛି । ଏବେ ଆମେ କେବଳ ବସି ଦେଖୁଛୁ ଯେ କେଉଁ ଚକ୍ତି ହେଉଛି । ମୁଁ ତରବରିଆ ହେବାକୁ ଚାହୁଁନାହିଁ ।”

ପାକିସ୍ତାନରେ ହେବାକୁ ଥିବା ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଅନିଶ୍ଚତତାରେ ରହିଛି । କାରଣ ହୋମୁଜ୍ ପ୍ରଣାଳୀରେ ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଛି । ଟ୍ରମ୍ପ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯୁଦ୍ଧବିରତି ବୃଦ୍ଧି କରିବା ପରଠାରୁ ହୋମୁଜ୍ ପ୍ରଣାଳୀ ୱାଶିଂଟନ୍ ଏବଂ ତେହେରାନ ଉଭୟଙ୍କ ଧ୍ୟାନ କେନ୍ଦ୍ରିତ ହୋଇ ରହିଛି । ଆମେରିକା ଅସ୍ତ୍ରବିରତି ବଢାଇଲେ ବି ହୋର୍ମୁଜ ପ୍ରଣାଳୀରେ ଅବରୋଧ ଜାରି ରଖିଛି ।

  • Related Posts

    ଟିମ୍‌ସିର ଜଙ୍ଗଲ ରାଜର ଅନ୍ତ ଆରମ୍ଭ : ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଦମଦମରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟିଏମସିକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଦୀପ ଲିଭିବା ପୂର୍ବରୁ ଫଡଫଡ ହେଉଛି । ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ମତଦାନ ରାଜ୍ୟରେ ଟିଏମସିର ଜଙ୍ଗଲ ରାଜର…

    Continue reading
    ବେଙ୍ଗଲର ୧୫୨ ଆସନରୁ ବିଜେପି ଜିତିବ: ଅମିତ ଶାହ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ପର୍ୟ୍ୟାୟ ଭୋଟିଂ ଗୁରୁବାର ଶେଷ ହୋଇଛି। ପ୍ରଥମ ପର୍ୟ୍ୟାୟରେ ବେଙ୍ଗଲରେ ହୋଇଛି ରେକର୍ଡ ମତଦାନ। ରେକର୍ଡ ଭୋଟିଂ ହାରକୁ ଦେଖି ବେଶ ଉତ୍ସାହିତ ହୋଇପଡ଼ିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।ରେକର୍ଡ ସଂଖ୍ୟକ ଭୋଟିଂ ପାଇଁ ସେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର