ଇରାନ ଯୁଦ୍ଧ ବନ୍ଦ କରିବାକୁ ଟ୍ରମ୍ପ ଦେଇଛନ୍ତି ଏହି ପ୍ରସ୍ତାବ

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ଯୁଦ୍ଧ ଥମିବାର ନାଁ ନେଉନି । ଏହି ସଂଘର୍ଷ ଆମେରିକାକୁ ଭାରି ପଡ଼ୁଛି । ଟ୍ରମ୍ପ ଏବେ ଚାହୁଁଛନ୍ତି କୌଣସି ନା କୌଣସି ପ୍ରକାରେ ବନ୍ଦ ହେଇଯାଉ ଯୁଦ୍ଧ । ଏଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଚାଲ୍ ଖେଳିଛନ୍ତି ।
ସୂଚନା ଅନୁସାରେ, ଇରାନ ଯୁଦ୍ଧ ବନ୍ଦ କରିବାକୁ ଟ୍ରମ୍ପ ଦେଇଛନ୍ତି ୧୫ ସୂତ୍ରୀ ପ୍ରସ୍ତାବ । ଯେଉଁଥିରେ ଗୋଟିଏ ମାସ ଧରି ଅସ୍ତ୍ରବିରତି ପ୍ରସ୍ତାବ ରହିଛି । ଫଳରେ ଯୁଦ୍ଧ ବନ୍ଦ ପାଇଁ ପର୍ୟ୍ୟାପ୍ତ ସମୟ ଆଲୋଚନା ହୋଇପାରିବ । ଏ ସୂଚନା ଇସ୍ରାଏଲ୍‌ର ଚ୍ୟାନେଲ୍ ୧୨ ଏକ ରିପୋର୍ଟକୁ ଆଧାର କରି ଦେଇଛି ।
ଟ୍ରମ୍ପ ଦେଇଥିବା ୧୫ ସୂତ୍ରୀ ପ୍ରସ୍ତାବରେ ଇରାନର ପରମାଣୁ କାର୍ୟ୍ୟକ୍ରମ ଉପରେ ପ୍ରତିବନ୍ଧକ ସହ ହର୍ମୁଜ ପ୍ରଣାଳୀକୁ ପୁଣି ଖୋଲିବା ସାମିଲ୍ ରହିଛି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ପ୍ରସ୍ତାବକୁ ପାକିସ୍ତାନ ଜରିଆରେ ଇରାନକୁ ପଠାଇ ଦିଆଯାଇଛି । ଇରାନ ଯୁଦ୍ଧ ରୋକିବା ପାଇଁ ପାକିସ୍ତାନ ମଧ୍ୟସ୍ଥତା ପାଇଁ ଆଗ୍ରହୀ ଅଛି ।
ଇରାନକୁ ତାର ସମସ୍ତ ପରମାଣୁ କ୍ଷମତାକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିବାକୁ ପଡ଼ିବ ।
ଇରାନ ମାଟିରେ ୟୁରେନିୟମ କାର୍ୟ୍ୟକ୍ରମ ବନ୍ଦ କରାଯିବ ।
ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ ଲାଗି ଇରାନ ପ୍ରୟାସ କରିବ ନାହିଁ । ଏନେଇ ଲିଖିତ ଭାବେ ପ୍ରତିବଦ୍ଧତା ଦର୍ଶାଇବ ।
ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ସାମୁଦ୍ରିକ ପଥ ଘୋଷଣା କରିବ ।
ବାଲିଷ୍ଟିକ ମିସାଇଲ୍ ରେଞ୍ଜ ଓ ମହଜୁଦ୍‌ ସୀମା ନିର୍ଦ୍ଧାରଣ ।
ମଧ୍ୟପ୍ରାଚ୍ୟରେ ସକ୍ରିୟ ଇରାନର ସହଯୋଗୀ ଗୋଷ୍ଠୀ (ହିଜବୁଲ୍ଲା କିମ୍ବା ହୁତି)ଙ୍କୁ ଅସ୍ତ୍ରଶସ୍ତ୍ର ଓ ଅର୍ଥ ଦେବା ବନ୍ଦ କରିବା ।
୩୦ ଦିନର ଅସ୍ତ୍ରବିରତି: ଏହା ଉପରେ ବ୍ୟାପକ ଆଲୋଚନା ପାଇଁ ଆମେରିକା ୩୦ ଦିନ ଅସ୍ତ୍ରବିରତିର ପ୍ରସ୍ତାବ ଦେଇଛି ।

ଯଦି ଇରାନ ଏହି ସର୍ତ୍ତ ମାନିନିଏ ତାହେଲେ ଆମେରିକା ଲଗାଇଥିବା ସମସ୍ତ ପରମାଣୁ ପ୍ରତିବନ୍ଧକ ହଟାଇ ନେବ ।
ଇରାନକୁ ସିଭିଲିଆନ୍ ନ୍ୟୁକ୍ଲିଅର ଏନର୍ଜି ପ୍ରୋଗ୍ରାମ’ ପାଇଁ ସହାୟତା ମିଳିବ ।
‘ସ୍ନାପବ୍ୟାକ’ ମେକାନିଜିମକୁ ହଟାଇ ଦିଆଯିବ, ଫଳରେ ପ୍ରତିବନ୍ଧକ ସ୍ଵୟଂଚାଳିତ ବାବେ ପୁଣି ଥରେ ଲାଗୁ ହେବ ନାହିଁ ।

ରିପୋର୍ଟ ଅନୁସାରେ, ହର୍ମୁଜ ପ୍ରଣାଳୀ ଦେଇ ଇରାନ କୌଣସି ବାଧା ବିନା ସମସ୍ତ ଜାହାଜ ଚଳାଚଳକୁ ଅନୁମତି ଦେବ । ହର୍ମୁଜ ହେଉଛି ତୈଳ ଓ ଗ୍ୟାସ ପରିବହନ ପାଇଁ ଗୁରୁତ୍ଵପୂର୍ଣ୍ଣ ପଥ । ଏବେ ଯୁଦ୍ଧ ଯୋଗୁଁ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ଇରାନ ଆଂଶିକ ପ୍ରତିବନ୍ଧକ ଲଗାଇଛି । ଫଳରେ ତୈଳ ଓ ଗ୍ୟାସ୍ ଦର ବୃଦ୍ଧି ପାଇଛି । ହର୍ମୁଜ ଉପରୁ ଇରାନ ପ୍ରତିବନ୍ଧକ ହଟାଇଲେ, ତା ଉପରେ ଲାଗିଥିବା ସମସ୍ତ କଟକଣା ହଟିଯିବ ।

  • Related Posts

    ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍, ୮ ପର୍ୟ୍ୟଟକ ମୃତ

    କୋଏମ୍ବାଟୁର: ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ଭାଲପାରାଇ ପାହାଡ଼ିଆ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ପର୍ୟ୍ୟଟକମାନଙ୍କର ଏକ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କେରଳର ଭ୍ୟାନ ଗଭୀର ଗର୍ତ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ ଅନ୍ୟ…

    Continue reading
    ମୁଁ ୮ଟି ଯୁଦ୍ଧର ସମାଧାନ କରିଛି: ଟ୍ରମ୍ପ

    ୱାସିଂଟନ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଶୁକ୍ରବାର ନିଜକୁ ଜଣେ ଶାନ୍ତି ସ୍ଥାପନକାରୀ ବୋଲି କହିଛନ୍ତି ଏବଂ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ସମେତ ଆଠଟି ଯୁଦ୍ଧର ସମାଧାନ କରିଥିବା ଦାବି କରିଛନ୍ତି, ଯାହା ଦ୍ୱାରା ୩୦ରୁ ୫୦ ନିୟୁତ ଲୋକଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ