ନଦୀକୁ ଖସିଲା ଯାତ୍ରୀବାହୀ ବସ୍ , ୨୩ ମୃତ

ନୂଆଦିଲ୍ଲୀ: ବାଂଲାଦେଶ ରାଜବାଡିର ଦୌଲତଦିଆ ଫେରି ଟର୍ମିନାଲରେ ଭୟଙ୍କର ଦୁର୍ଘଟଣା। ଭାରସାମ୍ୟ ହରାଇ ନଦୀରେ ଖସିଲା ଯାତ୍ରୀବାହୀ ବସ୍। ଫଳରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡିଛି। ବସରେ ପ୍ରାୟ ୪୦ ରୁ ୫୦ ଜଣ ଯାତ୍ରୀ ଥିଲେ। ଯେଉଁଥିରେ ବହୁ ସଂଖ୍ୟକ ମହିଳା ଏବଂ ପିଲା ଥିଲେ। ଯାତ୍ରୀମାନେ ଇଦ୍ ଛୁଟି ପାଳନ କରି ରାଜଧାନୀ ଢାକା ଫେରୁଥିବା ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜବାରୀ ଜିଲ୍ଲାର ଦୌଲତଡିଆ ଟର୍ମିନାଲରେ ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ୧୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବସଟି ଫେରିରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ପଦ୍ମା ନଦୀରେ ଖସି ପଡ଼ିଥିଲା। ଏହି ଘଟଣା ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଦେଖଣାହାରୀମାନେ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ବାଂଲାଦେଶ ସେନା, ପୁଲିସ, ଅଗ୍ନିଶମବାହିନୀ ଏବଂ ତଟରକ୍ଷୀ ବାହିନୀର ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ୟ୍ୟ ଆରମ୍ଭ କରିଥିଲେ। ଖରାପ ପାଗ ଏବଂ କଷ୍ଟକର ପରିସ୍ଥିତି ସତ୍ତ୍ୱେ, ପ୍ରାୟ ୬ ଘଣ୍ଟାର କଠିନ ପରିଶ୍ରମ ପରେ ଏକ କ୍ରେନ୍ ସାହାଯ୍ୟରେ ବସ୍‌ଟିକୁ ନଦୀରୁ କଢାଯାଇଥିଲା। ଅନେକ ଯାତ୍ରୀ ଗୋଟିଏ ପରିବାରର ବୋଲି ଜଣାପଡିଛି। ବସ୍ ବାହାରେ ଠିଆ ହୋଇଥିବା କିଛି ଲୋକ ବଞ୍ଚି ଯାଇଛନ୍ତିଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ତାରିକ ରହମାନ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ତଦନ୍ତ ନିର୍ଦ୍ଦେଶ ଦେବା ସହ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

  • Related Posts

    ନୋଏଡ଼ା ହିଂସାରେ ପାକିସ୍ତାନ ଲିଙ୍କ୍! ତଦନ୍ତ ଆରମ୍ଭ

    ନୋଏଡ଼ା : ନୋଏଡ଼ା ହିଂସାରେ ପାକିସ୍ତାନ ଲିଙ୍କ୍! ଗତକାଲିର ନୋଏଡ଼ା ହିଂସାକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ହିଂସାକାଣ୍ଡ ପଛରେ ପାକିସ୍ତାନ ଲିଙ୍କ୍ ଥିବା ସନ୍ଦେହ କରୁଛି ପୋଲିସ୍। ଏନେଇ ତଦନ୍ତ ବି ଆରମ୍ଭ କରାଯାଇଛି। ଗତ କିଛି ଦିନ ଧରି…

    Continue reading
    ଏସଆଇଆରରୁ ବାଦ୍ ପଡିଥିବା ୩୪ ଲକ୍ଷ ଲୋକ ଦେଇପାରିବେନି ଭୋଟ୍

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ପେଶାଲ ଇନଟେନସିଭ୍ ରିଭିଜନ୍ ବା ଏସଆଇଆରରୁ ପକ୍ରିୟାରୁ ବାଦ୍ ପଡିଥିବା ଭୋଟରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା। ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗର ୩୪ ଲୋକଙ୍କୁ ଭୋଟ ଦେବାକୁ ଅନୁମତି ପ୍ରଦାନ କରିନାହାନ୍ତି, ଯେଉଁମାନଙ୍କ ନାମ ଏସଆଇଆର ସମୟରେ ଭୋଟର ତାଲିକାରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ