ଇରାନର ୩ ତୈଳ ଟ୍ୟାଙ୍କରକୁ ଅଟକାଇଲା ଆମେରିକା

ୱାଶିଂଟନ: ଏସୀୟ ଜଳସୀମାରେ ଆମେରିକା ନୌସେନା ଇରାନର ତିନିଟି ତୈଳ ଟ୍ୟାଙ୍କରକୁ ଅଟକ ରଖିଛି। ଅଟକ ଥିବା ଇରାନ ତୈଳ ଟ୍ୟାଙ୍କରଗୁଡିକ ଭାରତ, ମାଲେସିଆ ଓ ଶ୍ରୀଲଙ୍କା ଜଳସୀମା ନିକଟରେ ଗତି କରୁଥିଲେ। ଆମେରିକା ନୌସେନା ଇରାନ ବିରୋଧରେ ଚଳାଇଥିବା ସାମୁଦ୍ରିକ ଅବରୋଧ କ୍ରମରେ ଏହି ୩ ଜାହାଜକୁ ଅଟକ ରଖିଛି।ତୈଳ ଟ୍ୟାଙ୍କରକୁ ଅଟକା ଯିବା ପରେ ସେଗୁଡ଼ିକର ଗତିପଥ ବଦଳାଇ ଫେରିଯିବାକୁ ପରାମର୍ଶ ଦିଆଯାଇଛି। ଅଟକ ହୋଇଥିବା ଜାହାଜଗୁଡ଼ିକ ହେଲା ଡୋରେନା, ଡିପ୍‌ ସି ଓ ସେଭିନ୍। ଡୋରେନା ସୁପରଟ୍ୟାଙ୍କରଟି ପ୍ରାୟ ୨୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ନେଇ ଯାଉଥିଲା। ଏହାକୁ ଦକ୍ଷିଣ ଭାରତ ଉପକୂଳ ନିକଟରେ ଆମେରିକାର ଏକ ଯୁଦ୍ଧଜାହାଜ ଡେଷ୍ଟ୍ରୟର ଦ୍ୱାରା ଅଟକାଯାଇଛି। ଡିପ୍ ସି ଜାହାଜଟି ମାଲେସିଆ ଉପକୂଳ ନିକଟରେ ଅଟକ ହୋଇଛି। ଏଥିରେ ମଧ୍ୟ ବହୁ ପରିମାଣର ତୈଳ ରହିଥିଲା। ସେଭିନ୍ ଏକ ଛୋଟ ଟ୍ୟାଙ୍କର, ଯାହା ନିଜ କ୍ଷମତାର ପ୍ରାୟ ୬୫% ତୈଳ ନେଇ ଯାଉଥିବା ବେଳେ ଧରାପଡ଼ିଛି। ଆମେରିକା ଏବଂ ଇସ୍ରାଏଲ୍‌ର ଇରାନ ସହ ଚାଲିଥିବା ସଂଘର୍ଷ ମଧ୍ୟରେ ଆମେରିକା ଇରାନର ସାମୁଦ୍ରିକ ବାଣିଜ୍ୟ ଉପରେ କଟକଣା ଲଗାଇଛି।

ହର୍ମୁଜ ପ୍ରଣାଳୀରେ ଇରାନ ପକ୍ଷରୁ ଲଗାଯାଇଥିବା ସାମୁଦ୍ରିକ ମାଇନ୍ସର ବିପଦକୁ ଏଡ଼ାଇବା ପାଇଁ ଆମେରିକା ନୌସେନା ଏବେ ଇରାନୀୟ ଜାହାଜକୁ ଟାର୍ଗେଟ୍ କରୁଛି। ଏହି ଅବରୋଧ ଯୋଗୁଁ ବିଶ୍ୱ ବଜାରରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି ଏବଂ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଛି। ଏହାର ପ୍ରତିଶୋଧ ସ୍ୱରୂପ ଇରାନ ମଧ୍ୟ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଅନ୍ୟ ଦେଶର କଣ୍ଟେନର ଜାହାଜଗୁଡ଼ିକୁ ଜବତ କରିବା ଆରମ୍ଭ କରିଛି। ଆମେରିକାର କହିବା ଅନୁଯାୟୀ, ଏହି ଅବରୋଧ ଆରମ୍ଭ ହେବା ପରଠାରୁ ଇରାନର ୩୧ଟି ଜାହାଜକୁ ଫେରିଯିବାକୁ ନିର୍ଦେଶ ଦିଆଯାଇଛି।

  • Related Posts

    ଟିମ୍‌ସିର ଜଙ୍ଗଲ ରାଜର ଅନ୍ତ ଆରମ୍ଭ : ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଦମଦମରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟିଏମସିକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଦୀପ ଲିଭିବା ପୂର୍ବରୁ ଫଡଫଡ ହେଉଛି । ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ମତଦାନ ରାଜ୍ୟରେ ଟିଏମସିର ଜଙ୍ଗଲ ରାଜର…

    Continue reading
    ବେଙ୍ଗଲର ୧୫୨ ଆସନରୁ ବିଜେପି ଜିତିବ: ଅମିତ ଶାହ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ପର୍ୟ୍ୟାୟ ଭୋଟିଂ ଗୁରୁବାର ଶେଷ ହୋଇଛି। ପ୍ରଥମ ପର୍ୟ୍ୟାୟରେ ବେଙ୍ଗଲରେ ହୋଇଛି ରେକର୍ଡ ମତଦାନ। ରେକର୍ଡ ଭୋଟିଂ ହାରକୁ ଦେଖି ବେଶ ଉତ୍ସାହିତ ହୋଇପଡ଼ିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।ରେକର୍ଡ ସଂଖ୍ୟକ ଭୋଟିଂ ପାଇଁ ସେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର