ଇସ୍ରାଏଲର ଏୟାରଷ୍ଟ୍ରାଇକ୍, ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ!

ନୂଆଦିଲ୍ଲୀ: ଇସ୍ରାଏଲର ଭୟଙ୍କର ପ୍ରତିଶୋଧ। ହିଜବୁଲ୍ଲା ଗଡ଼ରେ ପଶି ପୁଣି ଏକ ବଡ଼ ଶିକାର କରିଛି ଇସ୍ରାଏଲ୍। ହିଜବୁଲ୍ଲାର ନୂଆ ମୁଖିଆ ନଇମ କାସିମ୍ ନିହତ। ଲେବାନନର ରାଜଧାନୀ ବେରୁତରେ ହୋଇଥିବା ଏକ ଶକ୍ତିଶାଳୀ ଏୟାର ଷ୍ଟ୍ରାଇକ୍‌ରେ କାସିମ୍‌ର ମୃତ୍ୟୁ ହୋଇଥିବା ଦାବି କରିଛି ଇସ୍ରାଏଲ୍ ସେନା। ଯୁଦ୍ଧବିରତି ପାଇଁ ଆଲୋଚନା ଚାଲିଥିବା ବେଳେ ଇସ୍ରାଏଲର ଏହି ବଡ଼ ଧରଣର କାର୍ୟ୍ୟାନୁଷ୍ଠାନ ହିଜବୁଲ୍ଲାକୁ ବଡ଼ ଝଟକା ଦେଇଛି। ୨୦୨୪ରେ ହାସନ ନସରାଲ୍ଲାଙ୍କ ହତ୍ୟାର ଠିକ୍ ମାସକ ପରେ ହିଜବୁଲ୍ଲା କମାଣ ଧରିଥିଲା ନଇମ କାସିମ୍। ୩୦ ବର୍ଷରୁ ଅଧିକ ସମୟ ଧରି ସଂଗଠନରେ ସକ୍ରିୟ ଥିବା କାସିମ୍‌କୁ ନିପାତ କରିବା ଇସ୍ରାଏଲ୍ ପାଇଁ ଏକ ବଡ଼ ସଫଳତା।ଇରାନର ସମର୍ଥନରେ ଗଢ଼ାଯାଇଥିବା ଏହି ଆତଙ୍କୀ ସଂଗଠନ ଏବେ ନେତୃତ୍ୱହୀନ ହୋଇପଡ଼ିଛି। ଦକ୍ଷିଣ ଲେବାନନରେ ଇସ୍ରାଏଲୀୟ କବଜା ବିରୋଧରେ ଲଢ଼ିବାକୁ ଇରାନ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା, କାସିମ୍‌ର ମୃତ୍ୟୁ ପରେ ତାହା ଫେଲ୍ ମାରିଥିବା କୁହାଯାଉଛି।
୧୯୮୨ ମସିହାରେ ଲେବାନନର ମୁସଲିମ ସିଆ ଆତଙ୍କବାଦୀଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ହିଜବୁଲ୍ଲା ସଂଗଠନ। ଦକ୍ଷିଣ ଲେବାନନରେ ଇସ୍ରାଏଲୀୟ କବଜା ବିରୁଦ୍ଧରେ ଲଢ଼ିବା ପାଇଁ ଇରାନର ରିଭଲ୍ୟୁସନରୀ ଗାର୍ଡର ସମର୍ଥନ ରହିଥିଲା।ଏହି ଘଟଣା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ଆହୁରି ଭୟଙ୍କର ହେବାର ଆଶଙ୍କା ଦେଖାଦେଇଛି। ଗୋଟିଏ ପଟେ ଆମେରିକା ଶାନ୍ତି ପାଇଁ ପ୍ରୟାସ କରୁଥିବା ବେଳେ ଅନ୍ୟପଟେ ଇସ୍ରାଏଲର ଏହି ଘାତକ ହମଲା ପଶ୍ଚିମ ଏସିଆର ରାଜନୀତିକୁ ପୁଣି ଗରମ କରିଦେଇଛି।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ