ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ : ୬ ମାସ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ବ୍ରଜରାଜନଗର ପୌରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି l ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଶଦ ଆଲୋଚନା କରି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ମାଣାଧୀନ ଥିବା ସମସ୍ତ ୨୪୦ଟି ପ୍ରକଳ୍ପକୁ ଆଗାମୀ ୬ ମାସ ମଧ୍ୟରେ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ଏଥିସହିତ ଯେଉଁ ଠିକାଦାର ଅଥବା ସଂସ୍ଥାମାନେ କାମ କରୁନାହାଁନ୍ତି କିମ୍ବା ବିଭିନ୍ନ କ୍ଷେତ୍ରରେ ଅବହେଳା କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ମାନ୍ୟବର ମନ୍ତ୍ରୀ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

ବିଭିନ୍ନ ବଡ଼ ପ୍ରକଳ୍ପ ମଧ୍ୟରେ ସୁପର୍ ମାର୍କେଟ୍, ନଦୀତଟର ସୌନ୍ଦର୍ଯ୍ୟକରଣ, ଚଣ୍ଡୀ ମନ୍ଦିରର ପାରିପାର୍ଶ୍ବିକ ବିକାଶ, ପାଠାଗାର ଆଦିର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି l ଏଥିସହିତ କଲ୍ୟାଣ ମଣ୍ଡପ, ଅଡିଟୋରିୟମ୍, ଅଟଳ ବସ୍ ଷ୍ଟାଣ୍ଡ୍ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ନେଇ ଆଲୋଚନା ହୋଇଛି l ଇବ୍ ନଦୀତଟରେ ନୂତନ ରିଂ ରୋଡ୍ ତଥା ନଦୀବନ୍ଧ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଏ ସମ୍ପର୍କରେ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସହ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଆଲୋଚନା କରିଛନ୍ତି l ସେହିପରି କୁତାବଗା ନିକଟରେ ଇବ୍ ନଦୀରେ ନୂତନ ପୋଲ ସହ ନୂଆ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ଓ ଏହି ପ୍ରକଳ୍ପ ଉପରେ ସର୍ଭେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ଏଥିସହିତ ଚଳିତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବ୍ରଜରାଜନଗର ଏବଂ ବେଲପାହାଡ଼ ପୌରାଞ୍ଚଳରେ ୨୪ ଘଣ୍ଟା ଜଳଯୋଗାଣ ସୁନିଶ୍ଚିତ କରିବା ନେଇ ୱାଟକୋର ପରିଚାଳନା ନିର୍ଦ୍ଦେଶକଙ୍କ ସହ ମାନ୍ୟବର ମନ୍ତ୍ରୀ ଆଲୋଚନା କରିବା ସହ ଜଳାକ୍ଳିଷ୍ଟ ଅଞ୍ଚଳରେ ଜଳଯୋଗାଣକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l
ସାଧାରଣଲୋକଙ୍କ ମତାମତ ନେଇ ଯଥାଶୀଘ୍ର ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଖସଡ଼ା ପ୍ରସ୍ତୁତି ପୂର୍ବକ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଶିକ୍ଷାନୁଷ୍ଠାନଗୁଡିକର ନିର୍ମାଣ ଓ ମରାମତି କାର୍ଯ୍ୟକୁ ତ୍ଵରାନ୍ଵିତ କରି ଅଗ୍ରାଧିକାର ଦେବାପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପ ତଥା ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣଙ୍କ କର୍ମନିଯୁକ୍ତି ସୁନିଶ୍ଚିତ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି l ଏହି ସମୀକ୍ଷା ବୈଠକରେ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ପୌର ପ୍ରଶାସନର ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ, ବ୍ରଜରାଜନଗର ପୌରପରିଷଦର ଅଧ୍ୟକ୍ଷ ଶ୍ରୀ ଗୋପାଳ ସିତାନୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ l

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ