ଏଥର ସ୍ବାଭାବିକ ରହିବ ମୌସୁମୀ ବର୍ଷା !

ଭୁବନେଶ୍ୱର : ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ଠିକ୍‌ ସମୟରେ ପହଞ୍ଚିବା ସମ୍ଭାବନା ରହିଛି। ପ୍ରାରମ୍ଭରୁ ମୌସୁମୀ ସ୍ବାଭାବିକ ବର୍ଷିବ। ରାଜ୍ୟରେ ଏପ୍ରିଲରେ ବର୍ଷା ସ୍ବାଭାବିକରୁ ଅଧିକ ରହିବ। ମେ’ ଓ ଜୁନ୍‌ରେ ସ୍ବାଭାବିକ, ଜୁଲାଇରେ ସ୍ବାଭାବିକରୁ କିଛି ମାତ୍ରାରେ କମ ବର୍ଷାର ସମ୍ଭାବନା ରହିଛି। ଏହା ହେଉଛି ପ୍ରାଥମିକ ଆକଳନ। ଜୁନ୍‌ ବେଳକୁ ଏହି ଆକଳନରେ ପରିବର୍ତ୍ତନର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
କିଛି ପାଣିପାଗ ସଂସ୍ଥା ଦ୍ବାରା ସମୁଦ୍ର ଓ ବାୟୁମଣ୍ଡଳର ଗତିବିଧିକୁ ନେଇ ମାର୍ଚ୍ଚ ୩୦ସୁଦ୍ଧା ସଂଗ୍ରହ କରାଯାଇଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭରୁ ଠିକ ରହିବ। ଏପ୍ରିଲ ଆରମ୍ଭରେ ସମୁଦ୍ର ପତ୍ତନର ତାପମାତ୍ରା ୦.୧ ଡିଗ୍ରୀ ଅଧିକ ରହିଥିଲା। ଜୁନ ପର୍ୟ୍ୟନ୍ତ ତାପମାତ୍ରା ପାଖାପାଖି ୦.୫ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି। ସେପ୍ଟେମ୍ବର ପର୍ୟ୍ୟନ୍ତ ଏହା ୦.୮ଡିଗ୍ରୀ ଅତିକ୍ରମ କରିପାରେ। ଚଳିତ ବର୍ଷ ମୌସୁମୀ ପ୍ରବେଶ ପର୍ୟ୍ୟନ୍ତ ଏଲ-ନିନୋର ପ୍ରଭାବ ରହିବ ନାହିଁ, ତେଣୁ ବର୍ଷା ସ୍ବାଭାବିକ ହେବ। ସାଧାରଣତଃ ଏଲ-ନିନୋ ସମୟରେ ମୌସୁମୀ ବର୍ଷା କମ୍‌ ରହିଥାଏ।
ମୌସୁମୀକୁ ପ୍ରଭାବିତ କରୁଥିବା ଦ୍ବିତୀୟ କାରଣ ହେଲା, ଆଇଓଡି। ଏପ୍ରିଲ ଆରମ୍ଭରେ ଆଇଓଡି ସୂଚାଙ୍କ ୦.୪ଡିଗ୍ରୀ ରହିଥିବା ବେଳେ ମେ’ ପରେ କ୍ରମଶଃ କମି ଅଗଷ୍ଟ କିମ୍ବା ସେପ୍ଟେମ୍ବର ବେଳକୁ ବିଯୁକ୍ତ ୦.୪ଡିଗ୍ରୀରେ ପହଞ୍ଚିପାରେ। ସାଧାରଣତଃ ଆଇଓଡି ପଜିଟିଭ ରହିଲେ ମୌସୁମୀ ବର୍ଷା ଭଲ ହୋଇଥାଏ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ