ଏନକାଉଣ୍ଟର ପରେ ୩ମହିଳା ଓ ପିଲା ନିଖୋଜ

ସନ୍ଦିଗ୍ଧ କୁକି ଉଗ୍ରବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟ ସୋମବାର ଘଟିଥିବା ଏନକାଉଣ୍ଟ ପରେ ମଣିପୁରର ଜିରିବାମ ଜିଲ୍ଲା ଏକ ପ୍ରକାରର ଅଶାନ୍ତ ହୋଇ ଉଠିଛି। ଏନକାଉଣ୍ଟରେ ୧୧ ଜଣ ସନ୍ଦିଗ୍ଧ କୁକି ଉଗ୍ରବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଏବେ ସ୍ଥାନୀୟ ଅଞ୍ଚଳରୁ ୩ ଜଣ ମହିଳା ଓ ୩ ଜଣ ଛୋଟ ପିଲା ନିଖୋଜ ହୋଇଯିବା ଖବର ସ୍ଥିତିକୁ ଆହୁରି ସାଂଘତିକ କରିଛି।

ମଣିପୁର ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସୁରକ୍ଷାକର୍ମୀମାନେ ଅପରେସନ ଆରମ୍ଭ କରିଛନ୍ତି। ୩ ଜଣ ମହିଳା ଓ ୩ ଜଣ ପିଲା ଗତକାଲିର ଏନକାଉଣ୍ଟର ପର ଠାରୁ ନିଖୋଜ ରହିଛନ୍ତି।

ଆସାମ ରାଇଫଲ, ବିଏସଏଫ ଓ ସିଆରପିଏଫ ସକ୍ରିୟ ଭାବେ ସର୍ଚ୍ଚ ଅପରେସନରେ ଲାଗି ପଡ଼ିଛନ୍ତି। ଅପରେସନ ବେଳେ ଯଦି ସୁରକ୍ଷାକର୍ମୀ କୌଣସି ଆକ୍ରମଣର ସମ୍ମୁଖୀନ ହୁଅନ୍ତି, ତା’ହେଲେ ଏହାର ଦୃଢ଼ ଜବାବ ଦେବାକୁ ସେମାନେ ପ୍ରସ୍ତୁତ ରହିଛନ୍ତି।

 

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ବାସ୍ତବରେ ଏନକାଉଣ୍ଟ ପରେ ଗତକାଲି ଠାରୁ ୧୩ ଜଣ ନିଖୋଜ ଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ମିଳିଥିଲା। ୫ ଜଣ ସୁରକ୍ଷିତ ଭାବେ ଠାବ ହୋଇଥିଲେ। ଏବେ ବି ୬ ଜଣ ନିଖୋଜ ରହିଛନ୍ତି।

 

ମୃତ ଦୁଇ ଜଣ ହେଉଛନ୍ତି ବରିଷ୍ଠ ନାଗରିକ। ସେମାନେ ମୈତୈ ସଂପ୍ରଦାୟର। ଉଭୟଙ୍କ ମୃତଦେହ ଉଗ୍ରବାଦୀମାନେ ନିଆଁ ଲଗାଇ ଦେଇଥିବା ଗୋଟିଏ ଘର ଭିତରୁ ମିଳିଛି। ଏହାକୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ତଥାପି ସୁରକ୍ଷାକର୍ମୀମାନେ ନିଖୋଜ ଥିବା ୬ ଜଣଙ୍କୁ ଖୋଜିବାରେ ଲାଗିଥିବା ସେ କହିଛନ୍ତି।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ