ଏନ୍‌କାଉଣ୍ଟରରେ ‘ବାଗୁ ଖାନ’ ନିହତ

ଜମ୍ମୁ-କଶ୍ମୀରର ଗୁରେଜ ସେକ୍ଟରରେ ସୁରକ୍ଷା ବଳକୁ ମିଳିଛି ବଡ଼ ସଫଳତା। ଏକନାଉଣ୍ଟରରେ ନିହତ ହୋଇଛି ବାଗୁ ଖାନ ଓରଫ ସମନ୍ଦର ଚାଚା, ଯିଏ ଆତଙ୍କବାଦୀଙ୍କ ମଧ୍ୟରେ ‘ହ୍ୟୁମେନ ଜିପିଏସ୍‌’ ଭାବେ ପରିଚିତ ଥିଲା। ତା’ସହିତ ଆଉ ଜଣେ ଆତଙ୍କବାଦୀ ଭାରତୀୟ ସୁରକ୍ଷା ବଳଙ୍କ ଗୁଳିରେ ନିହତ ହୋଇଛି। ସେମାନେ ନୌଶେରା ନାର ଅଞ୍ଚଳରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କଲା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ।

ବାଗୁ ଖାନ ଓରଫ ସମନ୍ଦର ଚାଚା ୧୯୯୫ ମସିହାରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ରହୁଥିଲା। ସୁରକ୍ଷା ଏଜେନ୍ସୀଗୁଡ଼ିକରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ବା ୩୦ ବର୍ଷ ମଧ୍ୟରେ ସେ ଗୁରେଜ ସେକ୍ଟର ଓ ଏହାର ଆଖପାଖ ଅଞ୍ଚଳରେ ୧୦୦ରୁ ଅଧିକ ଅନୁପ୍ରବେଶ ପ୍ରୟାସ କରାଇଥିଲା ଏବଂ ସେଥିରୁ ଅଧିକାଂଶରେ ସଫଳ ହୋଇଥିଲା। କାରଣ ସେ ଏହି ଅଞ୍ଚଳ ବିଷୟରେ ଭଲ ଭାବେ ଅବଗତ ଥିଲା। ସେଥିପାଇଁ ସମସ୍ତ ଆତଙ୍କବାଦୀ ସଂଗଠନ ପାଇଁ ସେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା।

ବାଗୁ ଖାନ ହିଜବୁଲର କମାଣ୍ଡର ହୋଇଥିଲେ ହେଁ ସମସ୍ତ ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ଭାରତ ମଧ୍ୟରେ ଅନୁପ୍ରବେଶ କରିବାରେ ସହଯୋଗ କରିଆସୁଥିଲା। ପ୍ରାୟ ସବୁ ଆତଙ୍କବାଦୀ ସଂଗଠନ ପାଇଁ ଅନୁପ୍ରବେଶ ଯୋଜନା ପ୍ରସ୍ତୁତ କରିବାରେ ଓ ସେଗୁଡ଼ିକୁ କାର୍ୟ୍ୟକାରୀ କରିବାରେ ସହଯୋଗ କରୁଥିଲା। ସେଥିପାଇଁ ଆତଙ୍କବାଦୀମାନେ ତାକୁ ‘ହ୍ୟୁମେନ ଜିପିଏସ୍‌’ ନାଁରେ ସମ୍ବୋଧନ କରୁଥିଲେ।

  • Related Posts

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ଚୀନ, 01/09: ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ରବିବାର ଦ୍ଵିପାକ୍ଷିକ ଆଲୋଚନା ସମ୍ପନ୍ନ ହୋଇଛି। ୪୦ ମିନିଟ ଧରି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା କାଳରେ ବିଶେଷକରି ଉଭୟ ଦେଶର…

    Continue reading
    ମନ୍‌ କି ବାତ୍‌ରେ ଏମିତି କହିଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ୟ୍ୟକ୍ରମ ‘ମନ୍‌ କି ବାତ୍‌’ର ୧୨୫ତମ ଏସିସୋଡରେ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶା ଝିଅ ରଶ୍ମିତା ସାହୁଙ୍କ ସହ କଥା ହେବା ସହିତ ସ୍ୱଦେଶୀ ଉତ୍ପାଦ ଉପଯୋଗ କରିବାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ