ଏପ୍ରିଲ ୨୦ରୁ ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କ ଫେରସ୍ତ ପ୍ରକ୍ରିୟା ଆରମ୍ଭ

ୱାସିଂଟନ: ଏପ୍ରିଲ ୨୦ରୁ ଡୋନାଲ୍ଡ ଟ୍ରମ୍ପ ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ କ୍ଷମତା ଆଇନ (ଆଇଇଇପିଏ) ବଳରେ ଲଗାଇଥିବା ଶୁଳ୍କ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ଲଗାଇଥିବା ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ଗତ ଫେବ୍ରୁଆରି ୨୦ରେ ଅବୈଧ ଘୋଷଣା କରିଥିଲେ। ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ଆମେରିକାର ଆମଦାନିକାରୀମାନେ ପୈଠ କରିଥିଲେ। ଆମେରିକାର ସୀମାଶୁଳ୍କ ଓ ସୀମା ସୁରକ୍ଷା (ସିବିପି) ସଂସ୍ଥା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଶୁଳ୍କ ଫେରସ୍ତ ପ୍ରକ୍ରିୟା କାର୍ଯ୍ୟକ୍ଷମ ହୋଇଥିବା ନେଇ ଘୋଷଣା କରାଯାଇଛି। ଶୁଳ୍କ ପାଇବା ପାଇଁ ଆମଦାନିକାରୀ ଓ ସୀମାଶୁଳ୍କ ବ୍ରୋକରମାନେ ଆବେଦନ କରିପାରିବେ। ପୂର୍ବରୁ ମାର୍ଚ୍ଚ ମାସରେ କରାଯାଇଥିବା ଏକ ଆକଳନ ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟରେ ୩,୩୦,୦୦୦ ଆମଦାନିକାରୀ ଶୁଳ୍କ ଫେରସ୍ତ ପାଇବା ପାଇଁ ଯୋଗ୍ୟତା ଅର୍ଜନ କରିପାରନ୍ତି।
ଶୁଳ୍କକୁ କିଭଳି ଫେରସ୍ତ କରାଯିବ ସେ ନେଇ ସୁପ୍ରିମକୋର୍ଟ କିଛି ସ୍ପଷ୍ଟ କରି ନଥିଲେ। କିନ୍ତୁ ଗତମାସରେ ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ ଏହି ପ୍ରକ୍ରିୟା ଆରମ୍ଭ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକାର ସୀମା ଶୁଳ୍କ ଓ ସୀମା ସୁରକ୍ଷା (ସିବିପି) ସଂସ୍ଥା ଏହାର ଅଟୋମେଟେଡ କମର୍ସିଆଲ ଏନଭାର୍ଣ୍ଣମେଣ୍ଟ (ଏସିଇ) ସିଷ୍ଟମ ଜରିଆରେ କନସୋଲିଡେଟେଡ ଆଡମିନିଷ୍ଟ୍ରେସନ ଆଣ୍ଡ୍‌ ପ୍ରୋସେସିଂ ଅଫ୍‌ ଏଣ୍ଟ୍ରିଜ (କେପ୍‌) ପୋର୍ଟାଲ ଆରମ୍ଭ କରିଛି। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ଅନଲାଇନ୍‌ ପୋର୍ଟାଲରେ ଆମଦାନିକାରୀମାନଙ୍କୁ ଅର୍ଥ ଫେରସ୍ତ ପାଇବା ପାଇଁ ଆବେଦନ କରିବାକୁ ପଡ଼ିବ। ଶୁଳ୍କ ଫେରସ୍ତ ଦାବିକୁ ୬୦-୯୦ ଦିନ ମଧ୍ୟରେ ମଞ୍ଜୁରି ମିଳିବ। ତେବେ ତଥ୍ୟ ଠିକ୍‌ ନଥିଲେ ଏହା ବିଳମ୍ବ ମଧ୍ୟ ହୋଇପାରେ। ୩,୩୦,୦୦୦ ଆମଦାନିକାରୀ ମାର୍ଚ୍ଚ ୪ ସୁଦ୍ଧା ପ୍ରାୟ ୧୬୬ ବିଲିଅନ ଡଲାରର ଶୁଳ୍କ ପୈଠ କରିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୫୬,୫୦୦ ଆମଦାନିକାରୀ ଏପ୍ରିଲ ୯ ତାରିଖ ସୁଦ୍ଧା ଅନଲାଇନ ପଞ୍ଜୀକରଣ କରିଛନ୍ତି। ତେଣୁ ସମସ୍ତେ ପ୍ରଥମ ପର୍ଯ୍ୟାୟରେ ଶୁଳ୍କ ଫେରି ପାଇବା ପାଇଁ ଯୋଗ୍ୟ ହୋଇ ନପାରନ୍ତି। ଏହି ମୋଟ ଶୁଳ୍କ ମଧ୍ୟରେ ଭାରତର ରପ୍ତାନି ସହ ପ୍ରାୟ ୧୨ ବିଲିଅନ ଡଲାରର ଶୁଳ୍କ ଜଡ଼ିତ ରହିଥିବା ଆକଳନ କରାଯାଉଛି। ତେବେ ଭାରତର ରପ୍ତାନିକାରୀମା‌ନେ ଏହା ସିଧାସଳଖ ପାଇପାରିବେ ନାହିଁ। ଶୁଳ୍କ ପୈଠ କରିଥିବା ଆମେରିକାର ଆମଦାନିକାରୀମାନେ ହିଁ ଏହା ପାଇବାକୁ ଯୋଗ୍ୟ ହେବେ। ଆମଦାନିକାରୀମାନଙ୍କଠାରୁ ଏହି ଅର୍ଥ କିଭଳି ଆଦାୟ କରିବେ ତାହା ରପ୍ତାନିକାରୀମାନଙ୍କ ବ୍ୟବସାୟିକ ମୂଲଚାଲ ଉପରେ ନିର୍ଭର କରେ।

  • Related Posts

    ନୂଅ ଦଳ ଗଠନ ନେଇ ଘୋଷଣା କଲେ ଆନ୍ନାମଲାଇ:ନାମ ‘ଆମେ ନେତା’

    ନୂଆଦିଲ୍ଲୀ: ତାମିଲନାଡୁ ଭାଜପାର ପୂର୍ବତନ ରାଜ୍ୟ ସଭାପତି କେ. ଆନ୍ନାମଲାଇ ଶୁକ୍ରବାର (ଜୁନ ୫) ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଘୋଷଣା କରିବା ସହିତ ଏକ ନୂତନ ରାଜନୈତିକ ଯାତ୍ରା ଆରମ୍ଭ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଏକ…

    Continue reading
    ବିଜେପି ଛାଡ଼ିଲେ କେ ଅନ୍ନାମଲାଇ

    ଚେନ୍ନାଇ: କେ ଅନ୍ନାମଲାଇ ବିଜେପି ଛାଡ଼ିବା ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେପି ଶୁକ୍ରବାର ତାମିଲନାଡୁରେ ଦଳର ପୂର୍ବତନ ମୁଖ୍ୟ କେ ଆନ୍ନାମଲାଇ ଇସ୍ତଫା ଦେଇଥିବା କହିଛି। ବିଜେପି ଏକ ବିଜ୍ଞପ୍ତିରେ କହିଛି ଯେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ