ବାଲେଶ୍ଵର,10/09: ମଙ୍ଗଳବାର ଦିନ ବହୁଚର୍ଚ୍ଚିତ ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମଦାହ ମାମଲାରେ କ୍ରାଇମ୍ବ୍ରାଞ୍ଚ ଏସ୍ଡିଜେଏମ୍ କୋର୍ଟରେ ମାମଲାର ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚ ଡିଏସ୍ପି ଇମନ୍ କଲ୍ୟାଣ ନାୟକ ଚାର୍ଜସିଟ୍ ଦାଖଲ କରିଛନ୍ତି। ଏହି ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କ ବିରୋଧରେ ୫୦୪ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ଚାର୍ଜସିଟ୍ରେ ୧୨୦ ଜଣ ସାକ୍ଷୀଙ୍କ ନାମ ମଧ୍ୟ ରହିଛି। ମାମଲାର ଠିକ୍ ୬୦ ଦିନରେ ୨ ଅଭିଯୁକ୍ତ ଏଫ୍ଏମ୍ କଲେଜ ବିଏଡ୍ ବିଭାଗର ତତ୍କାଳୀନ ବିଭାଗୀୟ ମୁଖ୍ୟ ସମୀର କୁମାର ସାହୁ ଏବଂ ତତ୍କାଳୀନ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ଅନ୍ୟ ଦୁଇ ଅଭିଯୁକ୍ତ ଏବିଭିପିର ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ଉକ୍ତ କଲେଜର ପୂର୍ବତନ ଛାତ୍ର ଶୁଭ୍ରସମ୍ବିତ ନାୟକ ଏବଂ ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳଙ୍କ ବିରୋଧରେ ଆଜି ଚାର୍ଜସିଟ୍ ଦାଖଲ ହୋଇ ନଥିବା ଜଣାପଡ଼ିଛି। ବାଲେଶ୍ଵର ଏଫଏମ ଛାତ୍ରୀ ଆତ୍ମାହୁତି ମାମଲାରେ ଚାର୍ଜଶିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ମଙ୍ଗଳବାର ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଏସଡିଜେଏମ କୋର୍ଟରେ ୩୯୪ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରାଯାଇଛି। ଏଥିରେ ୧୨୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ଦର୍ଶାଯାଇଛି। ସୂଚନାଯୋଗ୍ୟ, ଗତ ଜୁଲାଇରେ ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ବିଶି କଲେଜ କ୍ୟାମ୍ପସରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଜଣେ ଅଧ୍ୟାପକ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ସେ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କୁ ନ୍ୟାୟ ନ ମିଳିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଏମସରେ ତାଙ୍କର ମୃତ୍ୟୁ ଘଟିଥିଲା।
ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…




