ଏସଆଇଆର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ

​ ଭୁବନେଶ୍ୱର: ରାଜ୍ୟରେ ୦୧.୦୭.୨୦୨୬ କୁ ଯୋଗ୍ୟତା ସୂଚକ ତାରିଖ ଭାବେ ଗ୍ରହଣ କରି ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) କାର୍ଯ୍ୟକ୍ରମର ଅଗ୍ରଗତି ପରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ନିଶ୍ଚିତ କରିବା ଲକ୍ଷ୍ୟରେ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଜୁଲାଇ ୨୦, ୨୦୨୬ ରୁ ଜୁଲାଇ ୨୯, ୨୦୨୬ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷେତ୍ରସ୍ତରୀୟ ସମୀକ୍ଷା କରୁଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଦେଶ ପତ୍ର ଅନୁଯାୟୀ, ସିଇଓ କାର୍ଯ୍ୟାଳୟ ର ବିତ୍ତ ପରାମର୍ଶଦାତ୍ତା ସଞ୍ଜୟ କୁମାର ଲୁଗୁନ ସୁନ୍ଦରଗଡ ,ଡେ଼ପୁଟି ସିଇଓ ଡ଼. ଲକ୍ଷ୍ମୀପ୍ରସାଦ ସାହୁ କେନ୍ଦୁଝର , ସହାୟକ(ଆସିଷ୍ଟାଣ୍ଟ) ସିଇଓ ପ୍ରେମାନନ୍ଦ ଜେନା କଳାହାଣ୍ଡି , ଆସିଷ୍ଟାଣ୍ଟ ସିଇଓ ପ୍ରଦୀପ ମୁର୍ମୁ ଅନୁଗୋଳ ଓ ଡେ଼ପୁଟି ସେକ୍ରେଟାରୀ ଦିନମଣୀ ନାଏକ ଆଜି ଯାଜପୁର ଜିଲ୍ଲା ଗସ୍ତ କରି ଚିଠା ଭୋଟର ତାଲିକା ପ୍ରକାଶନ ପରବର୍ତ୍ତୀ କାର୍ଯ୍ୟକ୍ରମ ବିଶେଷ କରି ଦାବି ଓ ଆପତ୍ତି , ପଞ୍ଜୀକରଣ, ନୋଟିସ୍ ପ୍ରଦାନ ଓ ମାମଲା ଫଇସଲା ପ୍ରକ୍ରିୟାର ଅଗ୍ରଗତି ପ୍ରତ୍ୟକ୍ଷ ଭାବେ ଅଧିକାରୀମାନେ ତଦାରଖ କରିଥିଲେ।

ସେହିପରି ଗସ୍ତ ସମୟରେ ଅଧିକାରୀମାନେ ଜିଲ୍ଲା ନିର୍ବାଚନ ଅଧିକାରୀ , ନିର୍ବାଚକ ପଞ୍ଜୀକରଣ ଅଧିକାରୀ , ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ , ବିଏଲ୍‌ଓ ସୁପରଭାଇଜର ଓ ବିଏଲ୍‌ଓ ମାନଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ବୁଝିଥିଲେ।

ଯେଉଁ ବୁଥ୍‌ କିମ୍ବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଫର୍ମ ପ୍ରସେସିଂ ଓ ଶୁଣାଣି ତ୍ୱରିତ ହୋଇନାହିଁ,ସେଠାରେ ସ୍ୱତନ୍ତ୍ର ଧ୍ୟାନ ଦେଇ ବୁଥ୍‌ ଓ ନିର୍ବାଚକ ପଞ୍ଜୀକରଣ ଅଧିକାରୀ , ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ କାର୍ଯ୍ୟାଳୟଗୁଡ଼ିକର ନମୁନା ଯାଞ୍ଚ ମଧ୍ୟ କରିଥିଲେ।

ଗସ୍ତ ଶେଷ ହେବା ପରେ ସମସ୍ତ ଅଧିକାରୀ ନିଜ ନିଜର ଅନୁଧ୍ୟାନ ଓ ଫିଲ୍ଡ ଗ୍ରାଉଣ୍ଡ ରିପୋର୍ଟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଚୂଡ଼ାନ୍ତ ସମୀକ୍ଷା ପାଇଁ ଦାଖଲ କରିବେ, ଯାହା ଦ୍ୱାରା ଯେକୌଣସି ପ୍ରଶାସନିକ କିମ୍ବା ବୈଷୟିକ ସମସ୍ୟାର ତୁରନ୍ତ ସମାଧାନ କରାଯାଇପାରିବ

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ